ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ବଢିଲା ତତ୍କାଳୀନ ଡିଏଫ୍ଓଙ୍କ ଅଡୁଆ
ବହୁ ଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ପୁଣି ବଢିଲା ତତକାଳୀନ ଡିଏଫଓ ସଂଗ୍ରାମ ବେହେରାଙ୍କ ଅଡୁଆ । ତତକାଳନୀନ ଡିଏଫ୍ଓଙ୍କ ଆଗୁଆ ଜାମିନ ଆବେଦନ ଖାରଜ ହୋଇଛି । ରୋଷେୟା ମନ୍ମଥ କୁମ୍ଭଙ୍କର ମଧ୍ୟ ଆଗୁଆ ଜାମିନ ଆବେଦନ ଖାରଜ ହୋଇଛି । ଉଭୟଙ୍କୁ ତଳ କୋର୍ଟରେ ଜାମିନ ଆବେଦନ ପାଇଁ ହାଇକୋର୍ଟ ଅନୁମତି ଦେଇଛନ୍ତି ।

୨୦୨୧ ଜୁଲାଇ ୧୨ରେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ସୌମ୍ୟରଞ୍ଜନ ଉଦ୍ଧାର ହୋଇଥିଲେ । ପରବର୍ତ୍ତୀ ଅବସ୍ଥାରେ ଚିକିତ୍ସାଧୀନ ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ନାଁରେ ମାମଲା ରୁଜୁ ହୋଇଥିବା ବେଳେ ତାହା ଏବେ ବିଚାରଧୀନ ରହିଛି ।












Click it and Unblock the Notifications