କଠୋର କ୍ରିକେଟ୍: ଡେବ୍ୟୁ ଟେଷ୍ଟରେ ହସ୍ପିଟାଲ ଗଲେ କ୍ରିକେଟର, ଏମିତି ଦୁର୍ଘଟଣା କାହା ସହ ନ ଘଟୁ....

ୱେଷ୍ଟଇଣ୍ଡିଜ୍ ପାଇଁ ଡେବ୍ୟୁ କରୁଥିବା ଜେରେମି ସୋଲୋଜାନୋ ଫରୱାର୍ଡ ସର୍ଟ ଲେଗରେ ଫିଲ୍ଡିଂ କରୁଥିବା ସମୟରେ ଆହତ ହୋଇଛନ୍ତି । ଏହା ପରେ ତାଙ୍କୁ ଏକ ଷ୍ଟ୍ରେଚରରେ ପଡ଼ିଆରୁ ଡାକ୍ତଖାନା ନିଆଯାଇଛି । ଏହି ଘଟଣା ମ୍ୟାଚର 24 ତମ ଓଭରରେ ଘଟିଥିଲା ।

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ଦଳ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଶ୍ରୀଲଙ୍କା ଗସ୍ତ ରହିଛି । ସିରିଜର ପ୍ରଥମ ଟେଷ୍ଟ (ଶ୍ରୀଲଙ୍କା ବନାମ ୱେଷ୍ଟଇଣ୍ଡିଜ୍ ) ଆଜିଠାରୁ ଗାଲରେ ଦୁଇ ଦେଶ ମଧ୍ୟରେ ଆରମ୍ଭ ହୋଇଛି । କିନ୍ତୁ ପ୍ରଥମ ଦିନରେ ପଡ଼ିଆରେ ଏକ ବଡ଼ ଦୁର୍ଘଟଣା ଘଟିଯାଇଛି । ଯାହା ଅତ୍ୟନ୍ତ ଯନ୍ତ୍ରଣାଦାୟକ ଓ ଆଶ୍ଚର୍ଯ୍ୟଜନକ ମଧ୍ୟ ।

Jeremy Solozano Injured

ୱେଷ୍ଟଇଣ୍ଡିଜ୍ ପାଇଁ ଡେବ୍ୟୁ କରୁଥିବା ଜେରେମି ସୋଲୋଜାନୋ ଫରୱାର୍ଡ ସର୍ଟ ଲେଗରେ ଫିଲ୍ଡିଂ କରୁଥିବା ସମୟରେ ଆହତ ହୋଇଛନ୍ତି । ଏହା ପରେ ତାଙ୍କୁ ଏକ ଷ୍ଟ୍ରେଚରରେ ପଡ଼ିଆରୁ ଡାକ୍ତଖାନା ନିଆଯାଇଛି । ଏହି ଘଟଣା ମ୍ୟାଚର 24 ତମ ଓଭରରେ ଘଟିଥିଲା ।

ୱେଷ୍ଟଇଣ୍ଡିଜ୍ ସ୍ପିନର ରୋଷ୍ଟନ୍ ଚେଜ୍ ଏହି ଓଭର ବୋଲିଂ କରୁଥିଲେ । ଷ୍ଟ୍ରାଇକରେ ଥିଲେ ଶ୍ରୀଲଙ୍କାର ଅଧିନାୟକ ଡିମୁଥ୍ କରୁଣାରତ୍ନେ । ଚେଜ୍ ଓଭରର ଚତୁର୍ଥ ବଲ୍ ଟିକେ ଛୋଟ ଥିଲା । କରୁଣାରତ୍ନେ ଏହି ବଲରେ ଏକ ଶକ୍ତିଶାଳୀ ସର୍ଟ ମାରିଥିଲେ । ତେବେ ବଲଟି ସିଧା ସଲଗାନୋଙ୍କ ହେଲମେଟ ଉପରେ ଯାଇ ଲାଗିଥିଲା, ଯିଏ ଫରୱାର୍ଡ ସର୍ଟ ଲେଗରେ ଫିଲ୍ଡିଂ କରୁଥିଲେ । କରୁଣାରତ୍ନେଙ୍କ ଏହି ଶକ୍ତିଶାଳୀ ସର୍ଟରେ ସୋଲୋଜାନୋଙ୍କ ହେଲମେଟର ପଛ ପଟ ଭାଙ୍ଗି ତଳେ ପଡ଼ିଯାଇଥିଲା।

ଦେଖନ୍ତୁ ଏହି ଲୋମଟାଙ୍କୁରା ଦୃଶ୍ୟ-

ସୋଲୋଜାନୋ ଏକ ଷ୍ଟ୍ରେଚରରେ ହସ୍ପିଟାଲ ନିଆଯାଇଥିଲା

ସୋଲୋଜାନୋ ତଳେ ପଡ଼ିଯିବା ମାତ୍ରେ ଫିଜିଓ ଦୌଡ଼ିଯାଇ ତାଙ୍କୁ ପ୍ରଥମେ ସାହାଯ୍ୟ କରିଥିଲେ । ତାଙ୍କ ମୁଣ୍ଡକୁ ଏକ ତଉଲିଆରେ ଚାପି ଦିଆଗଲା । ସେହି ସମୟରେ ସମଗ୍ର ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଦଳ ଏବଂ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନଙ୍କ ମୁହଁରେ ଆତଙ୍କ ଖେଳିଯାଇଥିଲା। ତାଙ୍କ ଖେଳାଳିମାନେ ଆହତ ହୋଇଥିବାର ଦେଖି କୋଚ୍ ଫିଲ୍ ସିମନ୍ସ ମଧ୍ୟ ତୁରନ୍ତ ଡ୍ରେସିଂ ରୁମରୁ ପଡ଼ିଆରେ ପହଞ୍ଚିଥିଲେ । ଅବଶ୍ୟ, ଫିଜିଓଙ୍କ ଚିକିତ୍ସା ପରେ ମଧ୍ୟ ସୋଲୋଜାନୋଙ୍କ ଅବସ୍ଥାରେ କୌଣସି ବିଶେଷ ଉନ୍ନତି ହୋଇପାରିଲା ନାହିଁ । ଏହା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+