For Quick Alerts
Turn On Notification  
For Daily Alerts
Oneindia App Download

ଭାରତ ବନାମ ଶ୍ରୀଲଙ୍କା: ଆଜି ପ୍ରଥମ ଟି-20, ପ୍ରଥମେ ବ୍ୟାଟିଂ କରୁଛି ଭାରତ

ଭାରତ ବନାମ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିପାକ୍ଷିକ ସିରିଜରେ ଦିନିକିଆ ଶୃଙ୍ଖଳା ଜିତିବା ପରେ ଶିଖର ଧୱନଙ୍କ ନେତୃତ୍ୱଧିନ ଦଳ 3 ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜ ଖେଳୁଛି ।

|

କଲୋମ୍ବୋ: ଭାରତ ବନାମ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିପାକ୍ଷିକ ସିରିଜରେ ଦିନିକିଆ ଶୃଙ୍ଖଳା ଜିତିବା ପରେ ଶିଖର ଧୱନଙ୍କ ନେତୃତ୍ୱଧିନ ଦଳ 3 ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜ ଖେଳୁଛି । ଆଜି ଏହାର ପ୍ରଥମ ମ୍ୟାଚ ସ୍ଥାନୀୟ ଆର. ପ୍ରେମଦସ୍ ଷ୍ଟାଡିୟମରେ ଆରମ୍ଭ ହୋଇଛି । ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ଘରୋଇ ଲଙ୍କା ଦଳ । ଜବାବରେ ପ୍ରଥମେ ବ୍ୟାଟିଂ କରୁଥିବା ଭାରତୀୟ ଦଳ ତାର ପ୍ରଥମ ୱିକେଟ ହରାଇ ସାରିଛି ।

IND vs SL

ତେବେ ୟୁଏଇରେ ଖେଳାଯିବାକୁ ଥିବା ଟି-20 ବିଶ୍ୱକପ ପୂର୍ବରୁ ଏହା ଭାରତୀୟ ଦଳର ଶେଷ ଟି-20 ସିରିଜ । ତେଣୁ ସମସ୍ତ ଖେଳାଳି ଏହି ସିରିଜରେ ଚମତ୍କାର ପ୍ରଦର୍ଶନ କରି ସୁଯୋଗକୁ ପୁଞ୍ଜି କରିବାକୁ ଚାହିଁବେ। ଭାରତୀୟ ଦଳ ଶ୍ରୀଲଙ୍କା ବିପକ୍ଷରେ କ୍ରମାଗତ 9ମ ଦିନିକିଆ ସିରିଜ ଜିତିଛି । ଯେଉଁଥିରେ ସେମାନେ ଟି-20 କ୍ରିକେଟରେ ଶ୍ରୀଲଙ୍କା ବିପକ୍ଷରେ ଉତ୍କୃଷ୍ଟ ରେକର୍ଡ ବଜାୟ ରଖିବାକୁ ଚାହାଁନ୍ତି। ଯଦି ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ମ୍ୟାଚର ଇତିହାସକୁ ଦେଖିବା, ତେବେ ଭାରତ-ଶ୍ରୀଲଙ୍କା ମୋଟ 19 ଥର ମୁହାଁମୁହିଁ ହୋଇଛନ୍ତି, ସେଥିମଧ୍ୟରୁ କେବଳ 5 ଟି ମ୍ୟାଚ୍ ଶ୍ରୀଲଙ୍କା ଦଳ ଜିତିଥିବାବେଳେ ଭାରତୀୟ ଦଳ 13 ଥର ଜିତିଛି ।

ଆଜି ମ୍ୟାଚରେ ହୋଇପାରେ ଏହି ରେକର୍ଡ

ଯେତେବେଳେ କି ଭାରତୀୟ ଦଳ ଆଜି ପର୍ଯ୍ୟନ୍ତ ଥରେ ଶ୍ରୀଲଙ୍କା ବିପକ୍ଷରେ କୌଣସି ଟି -20 ସିରିଜ୍ ହରି ନାହାଁ । ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରେ 4 ଟି ଦ୍ୱିପାକ୍ଷିକ ଟି-20 ସିରିଜ୍ ଖେଳାଯାଇଛି । ସେଥିମଧ୍ୟରୁ ଭାରତ 3 ଥର ଜିତିଛି ଏବଂ ଥରେ ଡ୍ର'ର ସମ୍ମୁଖୀନ ହୋଇଛି । ଏହି ମ୍ୟାଚ୍‌ରେ ଶିଖର ଧୱନ ମଧ୍ୟ ନିଜର ଟି-20 ଅଧିନାୟକତ୍ୱ ଆରମ୍ଭ କରିବେ ଏବଂ ପଡ଼ିଆରେ ପ୍ରବେଶ କରିବା ମାତ୍ରେ ସେ ଭାରତ ପାଇଁ ଏକ ଟି-20 ଦଳର ନେତୃତ୍ୱ ନେବାକୁ ସର୍ବ ପୁରାତନ ଖେଳାଳି ହେବେ। ଧୱନ ଭାରତ ପାଇଁ 35 ବର୍ଷ 232 ଦିନରେ ଟି-20 ଅଧିନାୟକତ୍ୱ ଗ୍ରହଣ କରିବେ। ସେ 64 ମ୍ୟାଚ୍ ପରେ ଅଧିନାୟକ ଭାବରେ ଦ୍ୱିତୀୟ ଖେଳାଳି ହେବେ ।

ଏହା ବ୍ୟତୀତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୱିକେଟର ଅର୍ଦ୍ଧଶତକ ପୂରଣ କରିବାର ସୁଯୋଗ ମିଳିବ । ବର୍ତ୍ତମାନ ତାଙ୍କୁ 9 ୱିକେଟ୍ ଆବଶ୍ୟକ ରହିଛି। ଅନ୍ୟପକ୍ଷରେ ଭୁବନେଶ୍ୱର କୁମାରଙ୍କୁ ଏହି ସଫଳତା ହାସଲ କରିବା ପାଇଁ ମାତ୍ର 5 ୱିକେଟ୍ ଦରକାର । ଏହା ବ୍ୟତୀତ ଭୁବନେଶ୍ୱର କୁମାରଙ୍କୁ 250 ଟି ଅନ୍ତର୍ଜାତୀୟ ୱିକେଟ୍ ପୂରଣ କରିବା ପାଇଁ କେବଳ ଗୋଟିଏ ୱିକେଟ୍ ଦରକାର ।

  • ଶ୍ରୀଲଙ୍କା ଏକାଦଶ: ଅଭିଷ୍କା ଫର୍ନାଣ୍ଡୋ, ମିନୋଦ ଭାନୁକା (ୱିକେଟକିପର), ଧନଞ୍ଜୟ ଡି ସିଲଭା, ଚାରିଥ ଆସାଲଙ୍କା, ଦାସୁନ୍ ଶାନାକା (ଅଧିନାୟକ), ଆଶେନ ବନ୍ଦର, ୱାନିଣ୍ଡୁ ହାସାରଙ୍ଗା, ଚାମିକା କରୁଣାତ୍ନେ, ଇସୁରୁ ଉଦାନା, ଅକିଲା ଦାନଞ୍ଜୟା, ଦୁଷ୍ମାନଥା ଚାମେରା ।
  • ଭାରତୀୟ ଏକାଦଶ: ଶିଖର ଧାୱନ (ଅଧିନାୟକ), ପୃଥ୍ବୀ ଶ, ଇଶାନ କିଷନ, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ (ୱିକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, କ୍ରୁନାଲ ପାଣ୍ଡ୍ୟା, ଦୀପକ ଚହର, ଭବନେଶ୍ୱର କୁମାର, ଯୁଜଭେନ୍ଦ୍ର ଚହଲ, ବରୁଣ ଚକ୍ରବର୍ତ୍ତୀ ।
ଆମକୁ ଫୋଲୋ କରନ୍ତୁ
Instagram Youtube
English summary
SL vs IND, 1st T20I: Sri Lanka won the toss and opt to bowl
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X