ଆନ୍ତର୍ଜାତୀୟ ଟି୨୦ରେ ୧୦ ରନରେ ଅଲଆଉଟ ହୋଇଗଲା ମଙ୍ଗୋଲିଆ

୧୦ ରନରେ ଅଲଆଉଟ ହେଲା ମଙ୍ଗୋଲିଆ । ଆନ୍ତର୍ଜାତୀୟ ଟି୨୦ରେ ମଙ୍ଗୋଲିଆ ଟିମ ୧୦ ରନରେ ଅଲଆଉଟ ହୋଇ ସର୍ବନିମ୍ନ ଦଳଗତ ସ୍କୋରର ଅଲୋଡା ରେକର୍ଡ କରିଛି ।

ଟି୨୦ ବିଶ୍ୱକପ ଏସିଆନ କ୍ୱାଲିଫାୟର ମ୍ୟାଚରେ ସିଙ୍ଗାପୁର ଟସ ଜିତି ବୋଲିଂ ନିଷ୍ପତି ନେଇଥିଲା । ମଙ୍ଗୋଲିଆ ଟିମ ୧୦ ଓଭରରେ ୧୦ ରନ କରି ଅଲଆଉଟ ହୋଇ ଯାଇଥିଲା । ହର୍ଷ ଭରଦ୍ୱାଜ ୩ ରନ ଦେଇ ୬ଟି ୱିକେଟ ଅକ୍ତିଆର କରିଥିଲେ । ଜବାବରେ ସିଙ୍ଗାପୁର ମାତ୍ର ୫ଟି ବଲରେ ଆବଶ୍ୟକ ୧୧ରନର ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ଗତ ବର୍ଷ ଆଇଲ ଅଫ ମ୍ୟାନ ମଧ୍ୟ ୧୦ ରନରେ ଅଲଆଉଟ ହୋଇ ଯାଇଥିଲା ।

World Cup qualifier

୨୦୨୪ରେ ମଙ୍ଗୋଲିଆ ତୃତୀୟ ଥର ପାଇଁ ୨୦ରୁ କମ ସ୍କୋରରେ ଅଲଆଉଟ ହୋଇଛି । ମଙ୍ଗୋଲିଆ ସମସ୍ତ ୪ଟି ମ୍ୟାଚରେ ପରାଜିତ ହୋଇ ପରବର୍ତୀ ପର୍ଯ୍ୟାୟକୁ ଉନ୍ନୀତ ହେବାରେ ବିଫଳ ହୋଇଛି । ଟି୨୦ରେ ସର୍ବନିମ୍ନ ସ୍କୋର ତାଲିକାରେ ମଙ୍ଗୋଲିଆ (୧୦ରନ), ଆଇଲ ଅଫ ମ୍ୟାନ(୧୦), ମଙ୍ଗୋଲିଆ (୧୨), ମଙ୍ଗୋଲିଆ (୧୭) ଓ ତୁର୍କୀୟେ(୨୧) ରହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+