ସିକ୍ସର କିଙ୍ଗ ସିକନ୍ଦର ରଜା: କଲେ ଛକା ଚୌକାର ବର୍ଷା, ଖେଳିଲେ ରୋମାଞ୍ଚକର ଇନିଂସ
ହରାରେ: ଜିମ୍ବାୱେରେ ଖେଳାଯାଉଥିବା ଏଫ୍ରୋ ଟି-୧୦ ଲିଗରେ ସିକନ୍ଦର ରଜାଙ୍କ ବିସ୍ଫୋରକ ଇନିଂସ । ବୁଲାବାୟୋ ବ୍ରେବ୍ସ ଓ ହରାରେ ହରିକେନ୍ସ ମଧ୍ୟରେ ଖେଳା ଯାଇଥିବା ଏକ ମ୍ୟାଚରେ ସିକନ୍ଦର ରଜାଙ୍କ ଧୂଆଁଧାର ଇନିଂସ ଖେଳି ୨୧ ଟି ବଲରେ ୭୦ ରନ ସଂଗ୍ରହ କରିଛନ୍ତି । ସିକନ୍ଦର ରଜାଙ୍କ ଇନିଂସ ବଳରେ ମାତ୍ର ୯.୧ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିଛି ବୁଲବାୟୋ ବ୍ରେବ୍ସ ।

ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ବୁଲାବାୟୋ ବ୍ରେବ୍ସ । ପ୍ରଥମେ ବ୍ୟାଟିଂ କରିଥିବା ହରାରେ ହରିକେନ୍ସ ୪ ୱିକେଟ ବିନିମୟରେ ୧୩୪ ରନ କରିଥିଲା । ୧୩୫ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ବୁଲାବାୟୋ ପକ୍ଷରୁ ସିକନ୍ଦର ୨୧ ବଲରୁ ୭୦ ରନର ଇନିଂସ ଖେଳିଥିଲେ । ଯେଉଁଥିରେ ୬ଟି ଛକା ଓ ୫ଟି ଚୌକା ରହିଥିଲା । ମାତ୍ର ୧୫ ବଲରେ ହିଁ ନିଜର ଅର୍ଦ୍ଧଶତକ ପୂରା କରିଥିଲେ ସିକନ୍ଦର ରଜା । ରଜାଙ୍କ ବ୍ୟତୀତ ଏହି ମ୍ୟାଚରେ କୋବ ହାର୍ଟଫ ମଧ୍ୟ ତୋଫାନୀ ଇନିଂସ ଖେଳି ୨୩ ବଲରେ ୪୧ ରନ ସଂଗ୍ରହ କରିଥିଲେ । ସେ ୩ ଛକା ଓ ୩ ଚୌକା ମାରିଥିଲେ ।
ହରାରେ ହରିକାନ୍ସ ପାଇଁ ବ୍ୟାଟିଂ କରୁଥିବାବେଳେ ରବିନ ଉଥାପ୍ପା ୧୫ ବଲରେ ୩୨ ରନ ସଂଗ୍ରହ କରିଥିଲେ । ଏହା ବ୍ୟତୀତ ଇଭିନ ଲୁଇସ ୧୯ ବଲରେ ୪୯ ରନ ସଂଗ୍ରହ କରିଥିଲେ । ଯେଉଁଥିରେ ତାଙ୍କର ୬ ଟି ଛକା ଏବଂ ୨ ଟି ଚୌକା ଅନ୍ତର୍ଭୁକ୍ତ ଥିଲା । ଏହି ଉତ୍କୃଷ୍ଟ ଇନିଂସ ସତ୍ତ୍ୱେ ତାଙ୍କ ଦଳ ହାରି ଯାଇଥିଲା । ଏହା ବ୍ୟତୀତ ମହମ୍ମଦ ନବୀ ଶୂନ, ଇଏନ ମୋର୍ଗାନ ୭ ଏବଂ ଇର୍ଫାନ ପଠାନ ୯ ବଲରେ ୧୮ ରନ ସ୍କୋର କରିଥିଲେ ।












Click it and Unblock the Notifications