ନିଆଁରା ରେକର୍ଡ ସୃଷ୍ଟି କରି ୩୬ ଖେଳାଳିଙ୍କୁ ପଛରେ ପକାଇଲେ ଶୁଭମନ ଗିଲ

ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ୍‌(ଆଇସିସି) ପକ୍ଷରୁ ଟି୨୦ ର଼୍ୟାଙ୍କିଂ ଜାରି କରାଯାଇଛି। ନିକଟରେ ଜିମ୍ବାଓ୍ବେ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜରେ ଟିମ୍‌ ଇଣ୍ଡିଆ ୪-୧ରେ ବିଜେତା ହୋଇଛି। ଏହି ପ୍ରଦର୍ଶନ ଯୋଗୁ ଖେଳାଳିଙ୍କ ର଼୍ୟାଙ୍କିଂରେ ପରିବର୍ତ୍ତନ ହୋଇଛି।

Shudhaman Gill

ଏହି ସିରିଜରେ ଟିମ୍‌ର ଅଧିନାୟକ ଶୁଭମନ ଗିଲ୍‌ ହୋଇଥିଲେ। ସେ ସବୁଠାରୁ ଅଧିକ ରନ୍‌ ମଧ୍ୟ କରିଥିଲେ। ଏହାକୁ ନେଇ ବ୍ୟାଟ୍ସମ୍ୟାନ୍‌ ର଼୍ୟାଙ୍କିଂରେ ବଡ଼ ଡିଆଁ ମାରିଛନ୍ତି। ସେହିଭଳି ଯଶସ୍ବୀ ଜୈସଓ୍ବାଲ ମଧ୍ୟ ଟପ୍‌-୪ ନିକଟତର ହୋଇଛନ୍ତି।

ଶୁଭମନ ଗିଲ୍‌ ବ୍ୟାଟିଂର ଟି୨୦ ର଼୍ୟାଙ୍କିଂରେ ୩୬ଜଣଙ୍କୁ ପଛରେ ପକାଇ ୩୭ତମ ସ୍ଥାନରେ ପହଞ୍ଚିଛନ୍ତି। ଜୈସଓ୍ବାଲ ଏବେ ୬ଷ୍ଠ ସ୍ଥାନରେ ପହଞ୍ଚିଛନ୍ତି। ଋତୁରାଜ ଗାୟକଓ୍ବାଡ ଗୋଟିଏ ପାହାଚ ଖସି ୮ମ ସ୍ଥାନରେ ପହଞ୍ଚିଛନ୍ତି। ଏହି ର଼୍ୟାଙ୍କିଂରେ ଅଷ୍ଟ୍ରେଲିଆର ଟ୍ରାଭିସ ହେଡ୍‌ ଶୀର୍ଷ ସ୍ଥାନରେ ଅଛନ୍ତି। ସେହିଭଳି ଭାରତର ସୂର୍ଯ୍ୟକୁମାର ଯାଦବ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

ବୋଲିଂର ଟି୨୦ ର଼୍ୟାଙ୍କିଂରେ କୁଲଦୀପ ଯାଦବ ଏବଂ ଅକ୍ଷର ପଟେଲ ଖସିଛନ୍ତି। ଏହି ଦୁଇ ଖେଳାଳି ସିରିଜର ଅଂଶ ନ ଥିଲେ। ଏଣୁ ଅକ୍ଷର ୪ ସ୍ଥାନ ତଳକୁ ଖସି ୧୩ତମ ସ୍ଥାନରେ ପହଞ୍ଚିଥିବା ବେଳେ କୁଲଦୀପ ଯାଦବ ୫ ସ୍ଥାନ ଖସି ୧୬ତମ ସ୍ଥାନରେ ପହଞ୍ଚିଛନ୍ତି। ସିରିଜର ଅଂଶ ଥିବା ରବି ବିଶ୍ନୋଇ ୪ ସ୍ଥାନ ତଳକୁ ଖସି ଏବେ ୧୯ତମ ସ୍ଥାନରେ ପହଞ୍ଚିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+