ମାଞ୍ଚେଷ୍ଟର୍ ଟେଷ୍ଟରେ ଶୁବମନ୍ ଗିଲ୍‌ଙ୍କ ଲଢୁଆ ଶତକ, ମ୍ୟାଚ୍ ବଞ୍ଚାଇବାକୁ ଟିମ୍‌ ଇଣ୍ଡିଆର ସଂଘର୍ଷ ଜାରି

ଓଲ୍ଡ ଟ୍ରାଫର୍ଡରେ ଚତୁର୍ଥ ଟେଷ୍ଟର ଚତୁର୍ଥ ଦିନର ଖେଳ ସମାପ୍ତ ହୋଇଛି। ଅଧିନାୟକ ଶୁଭମନ ଗିଲ୍ ଓ କେଏଲ ରାହୁଲ ଦୃଢ ବ୍ୟାଟିଂ କରି ଚଟ୍ଟାଣ ପରି କ୍ରିଜରେ ଜମି ରହି ଦଳ ପାଇଁ ତ୍ରାଣକର୍ତ୍ତା ସାଜିଛନ୍ତି। ତଥାପି ଏ ପର୍ଯ୍ୟନ୍ତ ଭାରତ ଉପରୁ ଇନିଂସ ପରାଜୟର କଳା ବାଦଲ ହଟି ନାହିଁ। କିନ୍ତୁ ଗିଲ୍ ଓ ରାହୁଲ ମ୍ୟାଚ୍ ବଞ୍ଚାଇ ପାଇଁ ଆଶା ସଞ୍ଚାର କରିଛନ୍ତି। ଦୁଇ ବ୍ୟାଟର ଶତକର ନିକଟତର ହୋଇଛନ୍ତି। ଇଂଲଣ୍ଡ ପ୍ରଥମ ଇନିଂସରେ ୬୬୯ ରନର ବିଶାଳ ସ୍କୋର କରି ଭାରତଠୁ ୩୧୧ ରନ ଅଗ୍ରଣୀ ହାସଲ କରିଥିଲା। ଏହା ପରେ ଭାରତ ଦ୍ଵିତୀୟ ଇନିଂସରେ ଦମଦାର ପ୍ରତ୍ୟାବର୍ତ୍ତନ କରି ଚତୁର୍ଥ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ୨ ଓ୍ଵିକେଟ୍ ହରାଇ ୧୭୪ ରନ କରିଛି। ତଥାପି ଦଳ ଇଂଲଣ୍ଡଠୁ ୧୩୭ ରନ ପଛରେ ରହିଛି। କେଏଲ ରାହୁଲ ୮୭ ରନ ଓ ଶୁଭମନ ଗିଲ୍ ୭୮ ରନ କରି ଅପରାଜିତ ଅଛନ୍ତି। ପଞ୍ଚମ ଦିନର ପ୍ରଥମ ସେସନର ଖେଳ ବେଶ ମହତ୍ଵପୂର୍ଣ୍ଣ ରହିଛି।

Shubman Gill s

ଇଂଲଣ୍ଡର ପ୍ରଥମ ଇନିଂସ ସରିବା ପରେ ଭାରତ ଦ୍ଵିତୀୟ ଇନିଂସ ଆରମ୍ଭ କରିଥିଲା। ଆଉ ଭାରତ କ୍ରିସ ଓ୍ଵକ୍ସଙ୍କ ପ୍ରଥମ ଓଭରରେ ହିଁ ୨ଟି ଓ୍ଵିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ଲାଗୁଥିଲା ଚତୁର୍ଥ ଦିନରେ ହିଁ ଖେଲ ସରିଯିବ ଏବଂ ଭାରତ ଇନିଂସ ପରାଜୟ ଭୋଗିବ। ଯଶସ୍ଵୀ ଜୟସ୍ଵାଲ ଓ ସାଇ ସୁଦର୍ଶନ ଖାତା ଖୋଲି ପାରି ନ ଥିଲେ। ଏହା ପରେ ଅଧିନାୟକ ଗିଲ୍ ଓ ରାହୁଲ ଦଳର ବ୍ୟାଟିଂ ମୋର୍ଚ୍ଚା ସମ୍ଭାଳିଥିଲେ। ଯେଉଁ ସମୟରେ ଦଳକୁ ସ୍ଥିରତା ଦରକାର ଥିଲା, ସେହି ସମୟରେ ଦୁଇ ବ୍ୟାଟର ଇଂଲଣ୍ଡର ଶାଣିତ ବୋଲିଂର ମୁକାବିଲା କରି କ୍ରିଜରେ ଚଟ୍ଟାଣ ପରି ଛିଡ଼ା ହୋଇ ରହିଛନ୍ତି। ଦୁଇ ବ୍ୟାଟର ୬୨ ଓଭର ବ୍ୟାଟିଂ କରି ଭାରତକୁ କୌଣସି କ୍ଷତି ହେବାକୁ ଦେଇ ନାହାନ୍ତି। ଏହା ସହିତ ମ୍ୟାଚ୍ ବଞ୍ଚାଇବା ନେଇ ଭାରତୀୟ ଶିବିରରେ ଏକ ନୂତନ ଆଶା ସଞ୍ଚାର କରିଛନ୍ତି।

ଦୁଇ ବ୍ୟାଟର ଅର୍ଦ୍ଧଶତକ ହାସଲ କରି ଅବିଭାଜିତ ତୃତୀୟ ଓ୍ଵିକେଟ୍ ପାଇଁ ୧୭୪ ରନ ଯୋଡ଼ିଛନ୍ତି। କେଏଲ ରାହୁଲ ୮୭ ରନ ଓ ଗିଲ୍ ୭୮ ରନ କରି କ୍ରିଜରେ ଅପରାଜିତ ଅଛନ୍ତି। ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ଭାରତ ୨ ଓ୍ଵିକେଟ୍ ହରାଇ ୧୭୪ ରନ କରିଛି। ତଥାପି ଦଳଆହୁରି ୧୩୭ ରନ ପଛରେ ରହିଛି। ଆଜି ପରି ପଞ୍ଚମ ଦିନରେ ଭାରତ ପାଇଁ ଏମିତି ବ୍ୟାଟିଂର ଆବଶ୍ୟକତା ରହିଛି। ପଞ୍ଚମ ଦିନର ପ୍ରଥମ ସେସନର ଖେଳ ବେଶ ଗୁରୁତ୍ଵପୂର୍ଣ୍ଣ ହେବାକୁ ଯାଉଛି।

ଏହା ପୂର୍ବରୁ ତୃତୀୟ ଦିନର ଅସମାପ୍ତ ଖେଳ ୫୪୪/୭ରୁ ଚତୁର୍ଥ ଦିନର ବ୍ୟାଟିଂ ଆରମ୍ଭ କରିଥିଲା ଇଂଲଣ୍ଡ। ବେନ ଷ୍ଟୋକ୍ସ ୭୭ ରନ କରି ଅପରାଜିତ ଥିବା ବେଳେ ଆଜି ଦ୍ରୁତ ବ୍ୟାଟିଂ କରି ନିଜର ଟେଷ୍ଟ କ୍ୟାରିୟରରେ ୧୪ତମ ଶତକ ହାସଲ କରିଥିଲେ। ଲିୟାମ ଡାସନ ୨୬ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଷ୍ଟୋକ୍ସ ଓ ବ୍ରାଇଡନ କାର୍ସ ୯୫ ରନ ଯୋଡ଼ି ଦଳର ସ୍କୋରକୁ ୫୬୩ ରନରେ ପହଞ୍ଚାଇଥିଲେ। ବିଶେଷ କରି ଷ୍ଟୋକ୍ସ ବିସ୍ଫୋରକ ବ୍ୟାଟିଂ କରି ୧୪୧ ରନର ଇନିଂସ ଖେଳିଥିଲେ। କାର୍ସ ୫୪ ବଲରୁ ୪୭ ରନ କରି ଶେଷ ଖେଳାଳି ଭାବେ ଆଉଟ୍ ହୋଇଥିଲେ। ଶେଷରେ ଇଂଲଣ୍ଡ ୬୬୯ ରନ ରନରେ ଅଲଆଉଟ୍ ହୋଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+