IND vs ENG 2nd ODI:ବାରବାଟୀରେ ରୋହିତଙ୍କ ପରେ ଗିଲ୍ଙ୍କ ଅର୍ଦ୍ଧଶତକ
କଟକ: ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚରେ ଦ୍ୱିତୀୟ ଇଂନିସରେ ଧମାକେଦାର ବ୍ୟାଟିଂ କରୁଛି ଭାରତ। ଭାରତୀୟ ଟିମର ରୋହିତ ଶର୍ମା ଅର୍ଦ୍ଧଶତକ ହାସଲ କରିବା ପରେ ବର୍ତ୍ତମାନ ଶୁଭମନ ଗିଲ୍ ଅର୍ଦ୍ଧଶତକ ରନ ହାସଲ କରିଛନ୍ତି।

୪୫ ବଲରେ ଅର୍ଦ୍ଧଶତକ ହାସଲ କରିଛନ୍ତି ଶୁଭମନ ଗିଲ୍। ଇଂଲଣ୍ଡ ବିରୋଧରେ ଗିଲଙ୍କ ଅର୍ଦ୍ଧଶତକରେ ଝୁମିଲେ ଦର୍ଶକ। ଏହା ପୂର୍ବରୁ ରୋହିତ ଶର୍ମା ମଧ୍ୟ ବାରବାଟୀରେ ନିଜ ଯାଦୁ ଦେଖାଇଛନ୍ତି। ବର୍ତ୍ତମାନ ରୋହିତ ୪୮ ବଲରେ ୭୩ ରନ କରିଛନ୍ତି। ମଇଦାନରେ ରୋହିତଙ୍କର ଛକା-ଚୌକାର ବୃଷ୍ଟି ଚାଲିଛି।












Click it and Unblock the Notifications