ଗୌହାଟୀ ଟେଷ୍ଟରୁ ବାଦ୍ ପଡ଼ିଲେ ଶୁବମନ ଗିଲ୍, ଜାଣନ୍ତୁ କାରଣ
ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟରୁ ଶୁଭମନ ଗିଲ ବାଦ ପଡ଼ିଛନ୍ତି। ଗିଲଙ୍କୁ ବାଦ ଦିଆଯିବା ପରେ ସେ ମୁମ୍ବଇ ଫେରିଆସିଛନ୍ତି । ଗିଲଙ୍କ ଅନୁପସ୍ଥିତିରେ, ରିଷଭ ପନ୍ତଙ୍କୁ ଗୌହାଟୀ ଟେଷ୍ଟ ପାଇଁ ଭାରତୀୟ ଦଳର ନେତୃତ୍ୱ ଦିଆଯାଇଛି। ପନ୍ତଙ୍କ ଅଧିନାୟକତ୍ୱରେ ପଡିଆକୁ ଓହ୍ଲାଇବ ଭାରତୀୟ ଦଳ ।

ପ୍ରଥମ ଟେଷ୍ଟରେ ଗିଲଙ୍କ ଅନୁପସ୍ଥିତିରେ ପନ୍ତ ମଧ୍ୟ ଦଳର ନେତୃତ୍ୱ ନେଇଥିଲେ। ପନ୍ତ ଟେଷ୍ଟ କ୍ରିକେଟରେ ଟିମ୍ ଇଣ୍ଡିଆର ନେତୃତ୍ୱ ନେବାରେ ୩୮ତମ ଅଧିନାୟକ ହେବେ। ଭାରତୀୟ ଦଳ ବର୍ତ୍ତମାନ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୦-୧ ପଛରେ ଅଛି, ପ୍ରଥମ ଟେଷ୍ଟରେ ଭାରତକୁ ଦକ୍ଷିଣ ଆଫ୍ରିକା ୩୦ ରନରେ ପରାସ୍ତ କରିଛି।
ଗୌହାଟିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ଟେଷ୍ଟରେ ରିଷଭ ପନ୍ତ ଦଳର ଅଧିନାୟକ ହେବେ। ପନ୍ତ ତାଙ୍କୁ ଟେଷ୍ଟ ଅଧିନାୟକ ଦାୟିତ୍ୱ ଦେଇଥିବାରୁ ବିସିସିଆଇ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି। ଏହା ରିଷଭଙ୍କ ପ୍ରଥମ ଥର ପାଇଁ ଏକ ଟେଷ୍ଟ ମ୍ୟାଚ୍ ରେ ଦଳର ନେତୃତ୍ୱ ନେବ।












Click it and Unblock the Notifications