ବିଶ୍ୱକପ 2023: ଜାଣନ୍ତୁ, କେମିତି ଅଛି ଶୁଭମନ ଗିଲଙ୍କ ସ୍ବାସ୍ଥ୍ୟବସ୍ଥା, ଖେଳି ପାରିବେ ତ ପାକିସ୍ତାନ ବିପକ୍ଷ ମ୍ୟାଚ୍ ?
Shubman Gill Update: ଚେନ୍ନାଇର ଡାକ୍ତରଖାନାରୁ ଭାରତର ଯୁବ ବ୍ୟାଟ୍ସମ୍ୟାନ୍ ଶୁବମନ ଗିଲଙ୍କୁ ଡିସଚାର୍ଜ କରାଯାଇଛି । ଅକ୍ଟୋବର 8 ରବିବାର ଦିନ ଶୁଭମନ ଗିଲ ଚେନ୍ନାଇର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଚେନ୍ନାଇରୁ ଆଫଗାନିସ୍ତାନ ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆ ଦିଲ୍ଲୀ ଯିବା ପୂର୍ବରୁ ଶୁଭମନ ଗିଲଙ୍କ ପ୍ଲାଲେଟ ସଂଖ୍ୟା ହ୍ରାସ ପାଇଥିଲା । ଏହି କାରଣରୁ ତାଙ୍କୁ ରବିବାର ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା ।

ଏବେ ମଙ୍ଗଳବାର ସକାଳେ ପିଟିଆଇ ନ୍ୟୁଜ୍ ଏଜେନ୍ସିରୁ ଖବର ଆସୁଛି ଯେ ଶୁଭମନ ଗିଲଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ଭାରତର ଯୁବ ବ୍ୟାଟ୍ସମ୍ୟାନ୍ ବର୍ତ୍ତମାନ ହୋଟେଲକୁ ଫେରିଛନ୍ତି, ଯେଉଁଠାରେ ବିସିସିଆଇ ମେଡିକାଲ ଟିମ୍ ତାଙ୍କ ସ୍ୱାସ୍ଥ୍ୟ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ।
ଦ୍ୱିତୀୟ ବିଶ୍ୱକପ ମ୍ୟାଚରେ ମଧ୍ୟ ଶୁଭମନ ଗିଲ ଖେଳି ପାରିବେ ନାହିଁ ।
ଅଷ୍ଟ୍ରେଲିଆ ବିପକ୍ଷରେ ଖେଳା ଯାଇଥିବା ବିଶ୍ୱକପ୍ର ପ୍ରଥମ ମ୍ୟାଚ୍ ଶୁଭମନ ଗିଲ ଖେଳି ପାରି ନଥିଲେ । ସେହି ମ୍ୟାଚରେ ଇଶାନ କିଷନଙ୍କୁ ଗିଲଙ୍କ ସ୍ଥାନରେ ଓପନର ଦାୟିତ୍ୱ ଦିଆଯାଇଥିଲା । କିନ୍ତୁ ସେ ଶୂନ୍ୟରେ ଆଉଟ୍ ହୋଇଥିଲେ, ଯାହା ପରେ ଟିମ୍ ଇଣ୍ଡିଆ ଅସୁବିଧାରେ ପଡ଼ିଥିଲା । ବର୍ତ୍ତମାନ ଭାରତର ଦ୍ୱିତୀୟ ବିଶ୍ୱକପ ମ୍ୟାଚ୍ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଆଫଗାନିସ୍ତାନ ବିପକ୍ଷରେ ଖେଳାଯିବ ଏବଂ ଶୁଭମନ ଗିଲ ମଧ୍ୟ ସେହି ମ୍ୟାଚରେ ଖେଳି ପାରିବେ ନାହିଁ ।
ଅକ୍ଟୋବର 9, ସୋମବାର ଦିନ ଦିଆଯାଇଥିବା ବିବୃତ୍ତିରେ ବିସିସିଆଇ ନିଶ୍ଚିତ କରିଛି ଯେ, ଟିମ୍ ଇଣ୍ଡିଆ ବ୍ୟାଟ୍ସମ୍ୟାନ୍ ଶୁବମନ ଦିଲ୍ 2023 ମସିହା ଅକ୍ଟୋବର 9 ତାରିଖ ଦିନ ଦିଲ୍ଲୀ ଯିବେ ନାହିଁ । ସେ ଅକ୍ଟୋବର 11 ରେ ଦିଲ୍ଲୀରେ ଆଫଗାନିସ୍ତାନ ବିପକ୍ଷରେ ଖେଳି ପାରିବେ ନାହିଁ । ଦଳର ପରବର୍ତ୍ତୀ ମ୍ୟାଚରେ ଖେଳିବେ ।












Click it and Unblock the Notifications