ଶ୍ରେୟସ୍ ଆୟରଙ୍କ ଦମଦାର ବ୍ୟାଟିଂ; ଗୁଜରାଟ ଟାଇଟନ୍ସକୁ ୧୧ ରନ୍‌ରେ ହରାଇଲା ପଞ୍ଜାବ କିଙ୍ଗ୍ସ

ବିଜୟରୁ ଅଭିଯାନ ଆରମ୍ଭ କରିଛି ପଞ୍ଜାବ କିଙ୍ଗ୍ସ । ଚଳିତ ଆଇପିଏଲ୍‌ର ପଞ୍ଚମ ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସକୁ ୧୧ ରନ୍‌ରେ ହରାଇଛି ପଞ୍ଜାବ ।

ନୂଆ ଅଧିନାୟକ ଶ୍ରେୟସ ଆୟରଙ୍କ ଧୂଆଁଧାର ୯୭* ରନ୍‌ ବଳରେ କିଙ୍ଗ୍ସ ଶୁବମନ ଗିଲ୍‌ଙ୍କ ଘରୋଇ ଗୁଜରାଟ ଟାଇଟନ୍ସ ପରାସ୍ତ କରିଛି।

୨୪୪ ରନ୍ ଲକ୍ଷ୍ୟରେ ଖେଳିଥିବା ଗୁଜରାଟ ଟାଇଟନ୍ସ ପାଇଁ ଦଳର ଶୀର୍ଷ ୪ ଜଣ ସାଇ ସୁଦର୍ଶନ (୪୧ ବଲ୍‌ରୁ ୭୪ ରନ୍), ଶୁବମନ ଗିଲ୍‌ (୧୪ ବଲ୍‌ରୁ ୩୩ ରନ୍),‌ ଜୋସ୍ ବଟଲର୍‌ (୩୩ ବଲ୍‌ରୁ ୫୪ ରନ୍) ଓ ଇମ୍ପାକ୍ଟ ଖେଳାଳି ସେର୍ଫାନ୍ ରଦରଫୋର୍ଡ (୨୮ ବଲ୍‌ରୁ ୪୬ ରନ୍) ଭଲ ବ୍ୟାଟିଂ କରିଥିଲେ ମଧ୍ୟ ଦଳ ଲକ୍ଷ୍ୟରେ ପହଞ୍ଚିପାରିନଥିଲା। ଏଥିସହ କେକେଆର୍‌କୁ ଗତ ଋତୁରେ ବିଜେତା କରିଥିବା ଆୟର ନୂଆ ଦଳ ନେତୃତ୍ବର ପ୍ରଥମ ମୁକାବିଲାରେ ବିଜୟର ସ୍ବାଦ ଚାଖିଛନ୍ତି।

Punjab Kings beat Gujarat Titans by 11 runs

ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଥିବା ପଞ୍ଜାବ କିଙ୍ଗ୍ସ ପାୱାର ପ୍ଲେ ୬ ଓଭରରୁ ୭୩ ରନ୍ ଆଦାୟ କରିଥିଲା ମାତ୍ର ଗୋଟିଏ ୱିକେଟ୍ ହରାଇ। ପ୍ରିୟାଂଶ ଆର୍ଯ୍ୟ ୨୩ ବଲ୍‌ରୁ ୪୭ ରନ୍ ସଂଗ୍ରହ କରି ରସିଦ୍ ଖାନ୍‌ଙ୍କ ଶିକାର ହୋଇଥିଲେ। ଏହା ପୂର୍ବରୁ ପ୍ରଭସିମ୍ରନ୍ ସିଂହ (୫)ଙ୍କୁ କାଗିସୋ ରବାଡ଼ା ଚତୁର୍ଥ ଓଭରରେ ବିଦାୟ କରିଥିଲେ। ପ୍ରଭସିମ୍ରନଙ୍କ ୱିକେଟ୍ ପତନ ବେଳେ କ୍ରିଜ୍‌କୁ ଆସିଥିବା ନୂଆ ଅଧିନାୟକ ଶ୍ରେୟସ ଆୟର ପ୍ରଥମ ବଲ୍‌କୁ ଚୌକା ମାରି ଅଭିଯାନ ଆରମ୍ଭ କରିଥିଲେ।

ମାତ୍ର ୨୭ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିଥିଲେ ମଧ୍ୟ ଆୟର ଶେଷ ଭାଗରେ ବଲ୍ ସୁଯୋଗ ନ ପାଇବାରୁ ଶତକରୁ ବଞ୍ଚିତ ହୋଇଥିଲେ। ୪୨ ବଲ୍‌ରୁ ସେ ୯୭* ରନ୍ (୫ ଚୌକା, ୯ ଛକା) ସଂଗ୍ରହ କରିଥିଲେ। ଶଶାଙ୍କ ସିଂହ ମାତ୍ର ୧୬ ବଲ୍‌ରୁ ୪୪* ରନ୍ (୬ ଚୌକା, ୨ ଛକା) କରି ଆୟରଙ୍କୁ ଶତକ ସ‌ୁଯୋଗ ଦେଇନଥିଲେ। କିନ୍ତୁ ଦଳକୁ ୨୪୩ ରନ୍‌ର ଆହ୍ବାନଭରା ସ୍କୋର୍‌ ପ୍ରଦାନ କରିଥିଲେ। ଉଭୟ ଅତୁଟ ଷଷ୍ଠ ୱିକେଟ୍ ପାଇଁ ୨୮ ବଲ୍‌ରୁ ୮୧* ରନ୍ ଯୋଡ଼ିବାରୁ ଏହା ସମ୍ଭବ ହୋଇଥିଲା। ବାମହାତୀ ସ୍ପିନର ସାଇ କିଶୋର (୪-୦-୩୦-୩) ସଫଳ ବୋଲର ଥିଲେ।

ସଂକ୍ଷିପ୍ତ ସ୍କୋର: ପଞ୍ଜାବ କିଙ୍ଗ୍ସ ୨୦ ଓଭରରେ ୨୪୩/୫ (ଶ୍ରେୟସ ଆୟର-୯୭*, ପ୍ରିୟାଂଶ ଆର୍ଯ୍ୟ-୪୭, ଶଶାଙ୍କ ସିଂହ-୪୪*, ମାର୍କସ ଷ୍ଟୋଇନିସ୍‌-୨୦, ସାଇ କିଶୋର-୩/୩୦, କାଗିସୋ ରବାଡ଼ା-୧/୪୧, ରସିଦ୍ ଖାନ୍‌-୧/୪୮)। ଗୁଜରାଟ ଟାଇଟନ୍ସ ୨୦ ଓଭରରେ ୨୩୨/୫ (ସାଇ ସୁଦର୍ଶନ-୭୪, ଶୁବମନ ଗିଲ୍‌-୩୩, ଜୋସ୍ ବଟଲର୍‌-୫୪, ସେର୍ଫାନ୍‌ ରଦରଫୋର୍ଡ-୪୬, ଅର୍ଶଦୀପ ସିଂହ-୨/୩୬, ଗ୍ଲେନ୍ ମ୍ୟାକ୍ସୱେଲ-୧/୨୬, ମାର୍କୋ ୟାନସେନ୍‌-୧/୪୪)।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+