Shreyas Iyer: ଶ୍ରେୟସ ହେବେ କି ଦିନିକିଆ ଅଧିନାୟକ ?

ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଦିନିକିଆ ଓ ଟି-୨୦ରେ ଅଲଗା ଅଲଗା ଅଧିନାୟକତ୍ବ ନିଷ୍ପତ୍ତି ନେଇଛି। ସୂତ୍ର ଅନୁସାରେ, ଶ୍ରେୟସ ଆୟାର ଦିନିକିଆ ଦଳର ପରବର୍ତୀ ଅଧିନାୟକ ଭାବେ ରୋହିତ ଶର୍ମାଙ୍କ ସ୍ଥାନ ନେବେ। ଅନ୍ୟପକ୍ଷରେ, ଶୁଭମନ ଗିଲ ଟି-୨୦ରେ ସୂର୍ଯ୍ୟକୁମାର ଯାଦବଙ୍କୁ ପରିବର୍ତ୍ତନ କରିବେ। ଗିଲଙ୍କୁ ଆସନ୍ତା ଏସିଆ କପ (୯-୨୮ ସେପ୍ଟେମ୍ବର, ୟୁଏଇ) ପାଇଁ ଟି-୨୦ ଉପଅଧିନାୟକ ନିଯୁକ୍ତ କରାଯାଇଛି।

ଏସିଆ କପ ପରେ ଦିନିଈଆ ଦଳର ଅଧିନାୟକତ୍ବ ନେଇ ନିଷ୍ପତ୍ତି ହୋଇପାରେ। ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ନିଜ ଦିନିକିଆ ଭବିଷ୍ୟତ ନିଷ୍ପତ୍ତି ନେବାକୁ ଅନୁମତି ଦିଆଯିବ। ବିସିସିଆଇ ରୋହିତଙ୍କୁ ଅଧିନାୟକତ୍ବରୁ ମୁକ୍ତ କରିବାକୁ ଚାହୁଁଛି। ଗୁଜବ ରହିଛି ଯେ, ରୋହିତ ଓ ବିରାଟ ଅଷ୍ଟ୍ରେଲିଆ ଗସ୍ତରେ ଶେଷ ଦିନିକିଆ ଖେଳିପାରନ୍ତି।

Shreyas Iyer

ବିରାଟ ୩୦୨ ଦିନିକିଆରେ ୧୪,୧୮୧ ରନ (ହାରାହାରି ୫୭.୮୮, ୫୧ ଶତକ) ଏବଂ ରୋହିତ ୨୭୨ ଦିନିକିଆରେ ୧୧,୧୬୮ ରନ (ହାରାହାରି ୪୮.୭୬, ୩୨ ଶତକ) ସଂଗ୍ରହ କରିଛନ୍ତି। ଉଭୟେ ଶେଷ ଥର ଚାମ୍ପିଅନ୍ସ ଟ୍ରଫିରେ ଖେଳିଥିଲେ, ଯେଉଁଠାରେ ବିରାଟ ୫ ମ୍ୟାଚରେ ୨୧୮ ରନ (ହାରାହାରି ୫୪.୫୦) ଓ ରୋହିତ ୧୮୦ ରନ (ହାରାହାରି ୩୬.୦୦) ସହ ଟାଇଟଲ ଜିତିଥିଲେ।

୨୦୨୭ ଦିନିକିଆ ବିଶ୍ୱକପ ପର୍ଯ୍ୟନ୍ତ ଉଭୟ ଖେଳିବେ କି ନାହିଁ, ତାହା ଏକ ବଡ଼ ପ୍ରଶ୍ନ ଭାବେ ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+