ଏହି ଦିନ ହେବ ଶ୍ରେୟସ ଆୟରଙ୍କ ସର୍ଜରୀ, 5 ମାସ ପାଇଁ କ୍ରିକେଟଠୁ ରହିବେ ଦୂରରେ
ଭାରତ ବନାମ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଯୁବ ଶ୍ରେୟସ ଆୟରଙ୍କ ଆହତ ହେବା ଜାତୀୟ ଦଳ ସହିତ ଆଇପିଏଲର ଫ୍ରାଞ୍ଚାଇଜ୍ ଦିଲ୍ଲୀ କ୍ୟାପିଟାଲକୁ ମଧ୍ୟ କ୍ଷତି ପହଁଚିଛି ।
Shreyas Iyer Surgery will take place after 15 days: ଭାରତ ବନାମ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଯୁବ ଶ୍ରେୟସ ଆୟରଙ୍କ ଆହତ ହେବା ଜାତୀୟ ଦଳ ସହିତ ଆଇପିଏଲର ଫ୍ରାଞ୍ଚାଇଜ୍ ଦିଲ୍ଲୀ କ୍ୟାପିଟାଲକୁ ମଧ୍ୟ କ୍ଷତି ପହଁଚିଛି । 2018 ମସିହାରୁ ଆୟର ଦିଲ୍ଲୀ କ୍ୟାପିଟାଲର ନେତୃତ୍ୱ ନେଇଆସୁଛନ୍ତି । କିନ୍ତୁ ଚଳିତ ଆଇପିଏଲ ସିଜନରେ ସେ ଆଉ ଦେଖାଯିବେ ନାହିଁ ।

ତେବେ ନ୍ୟୁଜ୍ ଏଜେନ୍ସି ANI ରିପୋର୍ଟ ଅନୁଯାଇ, ଆୟରଙ୍କ ବାମ କାନ୍ଧରେ ଲାଗିଥିବା ଆଘାତର ସର୍ଜରୀ ପରବର୍ତ୍ତୀ ସପ୍ତାହ ହେବାକୁ ଯାଉଛି । ଯାହା ଫଳରେ ସେ କୌଣସି ବି କ୍ରିକେଟ ମ୍ୟାଚଠାରୁ 5 ମାସ ଦୂରରେ ରହିବେ ।
ସୂଚନାଯୋଗ୍ୟ ଯେ, କେବଳ ଆଇପିଏଲ ନୂହେଁ, ଆଗାମୀ ଇଂଲଣ୍ଡ ଗସ୍ତ, ଟେଷ୍ଟ ଚାମ୍ପିଅନସି ଓ ଟି-20 ବିଶ୍ବକପ ମଧ୍ୟ ମିସ କରି ପାରନ୍ତି ଆୟର ।












Click it and Unblock the Notifications