ଡେବ୍ୟୁ ଟେଷ୍ଟରେ ଶ୍ରେୟସ ଆୟରଙ୍କ ଦମଦାର ଶତକ,ଏଲିଟ୍ ଲିଷ୍ଟରେ ହେଲେ ସାମିଲ
ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା କାନପୁର ଟେଷ୍ଟରେ ଶତକ ହାସଲ କରିଛନ୍ତି ଶ୍ରେୟସ ଆୟର । ଏହାସହ ପଦାର୍ପଣ ଟେଷ୍ଟରେ ଶତକ ହାସଲକାରୀ ଖେଳାଳିଙ୍କ ମଧ୍ୟରେ ସେ ସ୍ଥାନ ପାଇଛନ୍ତି ।
କାନପୁର: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା କାନପୁର ଟେଷ୍ଟରେ ଶତକ ହାସଲ କରିଛନ୍ତି ଶ୍ରେୟସ ଆୟର । ଏହାସହ ପଦାର୍ପଣ ଟେଷ୍ଟରେ ଶତକ ହାସଲକାରୀ ଖେଳାଳିଙ୍କ ମଧ୍ୟରେ ସେ ସ୍ଥାନ ପାଇଛନ୍ତି । ପ୍ରଥମ ଦିନ ଖେଳ ଶେଷସୁଦ୍ଧା ୭୫ ରନରେ ଅପରାଜିତ ଥିବା ଶ୍ରେୟସ ଦ୍ୱିତୀୟରେ ଶତକ ଲଗାଇଥିଲେ । ଏହାପରେ ସେ ଆଉ ୫ ରନ୍ ଯୋଡି ପ୍ୟାଭିଲିୟନ ଫେରିଛନ୍ତି ।

ଏଥିସହ ଆୟର୍ ଭାରତର ୧୬ତମ ଖେଳାଳି ଭାବେ ପଦାର୍ପଣ ଟେଷ୍ଟରେ ଶତକ ମାରିବାର ନୂଆ କୀର୍ତ୍ତିମାନ ଅର୍ଜନ କରିଛନ୍ତି। ଆୟର୍ ୧୫୭ ବଲରେ ଆଜି ନିଜର ଶତକ ପୂରଣ କରିଥିଲେ। ଆୟରଙ୍କ ଏହି ଶତକୀୟ ଇନିଂସ୍ ବଳରେ ଭାରତ ୩୦୦ ରନ୍ ଅତିକ୍ରମ କରିବାରେ ସଫଳ ହୋଇଛି। ଆୟରଙ୍କ ପୂର୍ବରୁ ଭାରତର ୧୫ ଜଣ କ୍ରିକେଟର୍ ପଦାର୍ପଣ ଟେଷ୍ଟରେ ଶତକ ମାରିଥିଲେ। ଭାରତର ପ୍ରଥମ ଖେଳାଳି ଭାବେ ଲାଲା ଅମରନାଥ ୧୯୩୩ରେ ଇଂଲଣ୍ଡ ବିପକ୍ଷରେ ପଦାର୍ପଣ ଟେଷ୍ଟରେ ଶତକ ହାସଲ କରିଥିଲେ।
ଆୟର୍ ମଧ୍ୟ ଦ୍ୱିତୀୟ ଭାରତୀୟ ଭାବେ କାନପୁରରେ ପଦାର୍ପଣ ଟେଷ୍ଟରେ ଶତକ ମାରିବାର ରେକର୍ଡ କରିଛନ୍ତି। ତାଙ୍କୁ ପୂର୍ବରୁ ଏଠାରେ ବିଶ୍ୱନାଥ ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ହାସଲ କରିଥିଲେ।
ସୂଚନାଯୋଗ୍ୟ, ୨୦୧୭ରେ ସୀମିତ ଓଭର କ୍ରିକେଟରେ ଜରିଆରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିବା ଆୟରଙ୍କୁ ଟେଷ୍ଟ ପଦାର୍ପଣ ପାଇଁ ୪ ବର୍ଷ ଅପେକ୍ଷା କରିବାକୁ ପଡ଼ିଛି। ୨୬ ବର୍ଷୀୟ ଏହି ମୁମ୍ବାଇ କ୍ରିକେଟର୍ ପ୍ରଥମ ଶ୍ରେଣୀ କ୍ରିକେଟରେ ୫୪ ମ୍ୟାଚ୍ ଖେଳି ୫୨.୧୮ ହାରରେ ୪୫୯୨ ରନ୍ କରିଛନ୍ତି। ଆୟର ପ୍ରଥମଶ୍ରେଣୀ କ୍ରିକେଟରେ ୧୨ ଶତକ ମଧ୍ୟ ମାରିଛନ୍ତି।












Click it and Unblock the Notifications