ମଂଡାୱରରୁ ଜାତୀୟ ମହିଳା ହକି ଦଳ: ପଢନ୍ତୁ, ଶିବାନୀ ସାହୁଙ୍କ ସଙ୍ଘର୍ଷ ଓ ସଫଳତାର କାହାଣୀ
ଶିବାନୀ ସାହୁ ଦୌସା ଜିଲ୍ଲାର ମଣ୍ଡାୱର ଗାଁର ବାସିନ୍ଦା । ସେ ଏକ ଅତି ସାଧାରଣ ପରିବାରର ଝିଅ ଅଟନ୍ତି । ତାଙ୍କ ପିତା ସୀତାରାମ ସାହୁ ଗାଁରେ ଠେଲ ଗାଡି ସାହାଯ୍ୟରେ ଜଳଖିଆ ବିକନ୍ତି ।
ଜୟପୁର: ପରିସ୍ଥିତି ଯେତେ କଷ୍ଟସାଧ୍ୟ ହେଉନା କାହିଁକି, କିନ୍ତୁ ଯଦି ଦୃଢ ସଙ୍କଳ୍ପ, ମନରେ ଅଦମ୍ୟ ଉତ୍ସାହ ଏବଂ ଉଦ୍ଦିପନା ଥାଏ । ତେବେ ଲକ୍ଷ୍ୟସ୍ଥଳ ହାସଲ କରିବା ପାଇଁ ଆପଣଙ୍କୁ କିଏ ବି ଅଟକାଇ ପାରିବ ନାହିଁ । ଏହି ସତ୍ୟକୁ ରାଜସ୍ଥାନର ଦୌସା ଜିଲ୍ଲାର ଏକ ଛୋଟ ଗାଁରେ ରହୁଥିବା ଶିବାନୀ ସାହୁ ପ୍ରମାଣ କରିଛନ୍ତି।

ଅଳ୍ପ ବୟସରେ ବଡ ସଫଳତା
ଶିବାନୀ ସାହୁ ଛୋଟ ବୟସରୁ ହିଁ ବଡ ସଫଳତା ହାସଲ କରିଛନ୍ତି । ସେ ଭାରତର ଅଣ୍ଡର-16 ଦଳରେ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ଭାରତର ବରିଷ୍ଠ ମହିଳା ଦଳର ଶ୍ରେଷ୍ଠ-20 ଖେଳାଳିଙ୍କ ମଧ୍ୟରେ ଶିବାନୀଙ୍କୁ ଚୟନ କରାଯାଇଛି, ଯାହା ତାଙ୍କ ପାଇଁ ଏକ ବଡ଼ ସଫଳତା।
ଠେଲା ଗାଡିରେ ଜଳଖିଆ ବିକନ୍ତି ବାପା
ଶିବାନୀ ସାହୁ ଦୌସା ଜିଲ୍ଲାର ମଣ୍ଡାୱର ଗାଁର ବାସିନ୍ଦା । ସେ ଏକ ଅତି ସାଧାରଣ ପରିବାରର ଝିଅ ଅଟନ୍ତି । ତାଙ୍କ ପିତା ସୀତାରାମ ସାହୁ ଗାଁରେ ଠେଲା ଗାଡି ସାହାଯ୍ୟରେ ଜଳଖିଆ ବିକନ୍ତି ।
ଜର୍ମାନ କୋଚଙ୍କ ସାଥ୍ ମିଳିଥିଲା
ଶିବାନୀ ସାହୁ 2012 ମସିହାରେ ମଂଡାୱର ଗାଁରେ ଜର୍ମାନୀର ଜାତୀୟ ଖେଳାଳି ଆଣ୍ଡ୍ରେୟାଙ୍କଠାରୁ କୋଚିଂ ପାଇଥିଲେ। ତା'ପରେ ସେ 2013 ରୁ 2018 ପର୍ଯ୍ୟନ୍ତ ରାଜସ୍ଥାନ ଦଳର ଏକ ଅଂଶ ହୋଇଥିଲେ। ଏହି ସମୟରେ ସେ ଜାତୀୟ ସ୍ତରରେ ମଧ୍ୟ ମ୍ୟାଚ୍ ଖେଳିଥିଲେ।

କ୍ୟାରିୟର କରିବାକୁ ମୁମ୍ବାଇରେ ପହଞ୍ଚିଥିଲେ
ଏହା ପରେ ଶିବାନୀ ସାହୁ ହକିରେ ତାଙ୍କର ଅଧିକ ଅଧ୍ୟୟନ ଏବଂ କ୍ୟାରିୟର କରିବା ପାଇଁ 2018 ମସିହାରେ ମୁମ୍ବାଇ ଯାଇଥିଲେ । ତା'ପରେ ସେ ଗୁରୁ ନାନକ ଖାଲସା ଇଂରାଜୀ ମଧ୍ୟମ ବିଦ୍ୟାଳୟରୁ ଦ୍ୱାଦଶ ପର୍ଯ୍ୟନ୍ତ ଅଧ୍ୟୟନ କରିଥିଲେ ଏବଂ ପରେ ସ୍ନାତକୋତ୍ତର ପାଇଁ ପୁନେ ଯାଇଥିଲେ।
ଟପ୍-20 ରେ ଶିବାନୀଙ୍କ ଚୟନ
ନ୍ୟାସନାଲ ସେଣ୍ଟର୍ ଅଫ୍ ଏକ୍ସଲେନ୍ସ ସ୍ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ 60 ଜଣ ଖେଳାଳିଙ୍କୁ ଚୟନ କଲାବେଳେ ଶିବାନୀ ସାହୁଙ୍କ ସ୍ୱପ୍ନ ସାକାର ହୋଇଥିଲା । ଯେଉଁଥିରେ ଶିବାନୀ ମଧ୍ୟ ନାମିତ ହୋଇଥିଲେ। ବର୍ତ୍ତମାନ ଶିବାନୀ ଭାରତୀୟ ମହିଳା ହକି ଦଳର 20 ସମ୍ଭାବ୍ୟ ଖେଳାଳି ତାଲିକାରେ ଯୋଗ ଦେଇଛନ୍ତି।
ପରିବାର ସମ୍ପୂର୍ଣ୍ଣ ସ୍ୱାଧୀନତା ଦେଇଥିଲେ
ଶିବାନୀ ସାହୁ ତାଙ୍କ ସଫଳତାର କାରଣ ତାଙ୍କ ପରିବାର ଏବଂ ପ୍ରଶିକ୍ଷକ ଆଣ୍ଡ୍ରେୟାଙ୍କୁ ବିବେଚନା କରନ୍ତି । ଶିବାନୀ କହିଛନ୍ତି ଯେ, ସାଧାରଣ ପରିବାରର ହୋଇଥିଲେ ମଧ୍ୟ ତାଙ୍କ ପରିବାର ତାଙ୍କୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦେଇଥିଲେ ଏବଂ ତାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ମୁମ୍ବାଇ ଏବଂ ପୁନେକୁ ପଠାଇଥିଲେ।












Click it and Unblock the Notifications