ଶିଖର ଧୱନଙ୍କୁ ନିର୍ଧୁମ ମାଡ଼, ବର୍ଷିଲା ଗୋଇଠା ଆଉ ବିଧା
ଦଳ ନକ୍ ଆଉଟରେ ପହଞ୍ଚି ନ ପାରିବାରୁ ଏହାର ଓପନର୍ ଶିଖର ଧୱନଙ୍କୁ ମାଡ଼ ବାଜିଛି। ଧୱନ୍ଙ୍କ ବାପା ଏଥିପାଇଁ ଖୁବ୍ ପିଟିଛନ୍ତି ତାଙ୍କୁ।
ମୁମ୍ବାଇ: ଭାରତୀୟ କ୍ରିକେଟର ତଥା ଆଇପିଏଲରେ ପଞ୍ଜାବ କିଙ୍ଗ୍ସ ତରଫରୁ ଖେଳୁଥିବା କ୍ରିକେଟର ଶିଖର ଧୱନଙ୍କୁ ନିର୍ଧୁମ ମାଡ଼ । ଗୋଇଠା ଉପରେ ଗୋଇଠା, ଆଉ ତା ସାଙ୍ଗକୁ ବିଧା । ଏମିତି ଆକ୍ରମଣର ଶିକାର ହୋଇଛନ୍ତି ଧୱନ । କଥାଟା ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେଣି । କିଏ ଆଉ କାହିଁକି ଶିଖରଙ୍କୁ ମାଡ ମାରିଲା । ତେବେ ସମ୍ପର୍ଣ୍ଣ ଘଟଣା ବିଷୟରେ ଆମେ ଆପଣଙ୍କୁ କହୁଛୁ...

ଚଳିତ ଆଇପିଏଲ୍ରେ ପଞ୍ଜାବ କିଙ୍ଗ୍ସ ୧୪ରୁ ୭ ମ୍ୟାଚ୍ ଜିତି ୧୪ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ରହି ନକ୍ଆଉଟ୍ରେ ପହଞ୍ଚିବାରେ ବିଫଳ ହୋଇଥିଲା। ଦଳ ନକ୍ ଆଉଟରେ ପହଞ୍ଚି ନ ପାରିବାରୁ ଏହାର ଓପନର୍ ଶିଖର ଧୱନଙ୍କୁ ମାଡ଼ ବାଜିଛି। ଧୱନ୍ଙ୍କ ବାପା ଏଥିପାଇଁ ଖୁବ୍ ପିଟିଛନ୍ତି ତାଙ୍କୁ। ଏହି ସମୟରେ ଧୱନଙ୍କ ପରିବାର ତାଙ୍କ ପିତାଙ୍କୁ ଅଟକାଇବାକୁ ଚେଷ୍ଟା କରୁଛନ୍ତି। ଏଭଳି ଏକ ଭିଡିଓ ଧୱନ ତାଙ୍କ' ଇନ୍ଷ୍ଟାଗ୍ରାମ ପୃଷ୍ଠାରେ ପୋଷ୍ଟ କରିଛନ୍ତି। ଏହାର ଶିରୋନାମାରେ ସେ ଲେଖିଛନ୍ତି, ''ନକ୍ଆଉଟ୍ରେ ନ ପହଞ୍ଚିପାରିବାରୁ ମୋ ପିତା ମୋତେ ନକ୍ଆଉଟ୍ କରିଛନ୍ତି''। ଏହି ଭିଡିଓ ଭାଇରାଲ ହେବାକୁ ଲାଗିଛି।ଟ
ତେବେ ଘଟଣାଟି ପ୍ରକୃତରେ ସତ୍ୟ ନୁହେଁ । ଏଭଳି କିଛି ବି ଘଟଣା ଘଟିନି। ନିଜ ପ୍ରଶଂସକଙ୍କୁ ଖୁସି କରିବାକୁ ଧୱନ ଏହି ଭିଡିଓ ପୋଷ୍ଟ କରିଛନ୍ତି। ସେ ମଜାଳିଆ ଢ଼ଙ୍ଗରେ ଅଭିନୟ କରି ଫ୍ଲେ ଅଫ୍ ପୂର୍ବରୁ ମ୍ୟାଚରୁ ବାହାର ହୋଇଯାଇଥିବା ଯୋଗୁଁ ତାଙ୍କୁ ମାଡ ମାରିଲା ଭଳି ଆକ୍ଟିଂ କରୁଛନ୍ତି।












Click it and Unblock the Notifications