Get Updates
Get notified of breaking news, exclusive insights, and must-see stories!

ଦ୍ଵିତୀୟ ବିବାହ କରିବେ ଶିଖର ଧାୱନ, ଶିଖର ଧାୱନ ଓ ସୁଫି ଶାଇନଙ୍କ ସମ୍ପର୍କକୁ ନେଇ ଢେର୍ ଚର୍ଚ୍ଚା

ଭାରତୀୟ କ୍ରିକେଟର ଶିଖର ଧାୱନ ଙ୍କୁ ନେ଼ଇ ଆସିଛି ଏକ ବଡ଼ ଖବର। ଦ୍ଵିତୀୟ ବିବାହ କରିବେ ଶିଖର ଧାୱନ । ଭାରତୀୟ କ୍ରିକେଟ୍ ଦଳର ଦଳର ପୂର୍ବତନ ଖେଳାଳି ଶିଖର ଧାୱନ ପୁଣି ବିବାହ କରିବାକୁ ଯାଉଛନ୍ତି । ଭାରତୀୟ କ୍ରିକେଟ୍‌ର ଗବ୍ବର ଭାବେ ପରିଚିତ ଧାୱନ ତାଙ୍କ ଗର୍ଲଫ୍ରେଣ୍ଡ ତଥା ଆର୍ୟଲାଣ୍ଡର ମଡେଲ୍‌ ସୋଫି ଶାଇନଙ୍କୁ ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ।

Shikhar Dhawan

ସୋଫି ଓ ଧାୱନ ଦୁହେଁ ଦୁହିଁଙ୍କୁ ଦୀର୍ଘ ଦିନରୁ ଡେଟ୍ କରୁଥିଲେ । ରିପୋର୍ଟ ଅନୁସାରେ, ଶିଖର ଧାୱନ ଓ ସୋଫି ଶାଇନ ଆସନ୍ତା ଫେବ୍ରୁଆରୀରେ ବିବାହ କରିବେ । ଦିଲ୍ଲୀ-ଏନସିଆର୍‌ରେ ଦୁହେଁ ଜାକଜମକରେ ଫେବ୍ରୁଆରୀ ତୃତୀୟ ସପ୍ତାହରେ ବିବାହ ବନ୍ଧନରେ ବାନ୍ଧି ହେବେ ।

ବିଗତ କିଛି ମାସ ହେଲା ଶିଖର ଧାୱନ ଓ ସୁଫି ଶାଇନଙ୍କ ସମ୍ପର୍କକୁ ନେଇ ଢେର୍ ଚର୍ଚ୍ଚା ଚାଲିଥିଲା । ଏପରିକି ICC ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଷ୍ଟାଣ୍ଡରେ ସୁଫିଙ୍କୁ ଦେଖି ବେଶ୍ ଗୁଜବ ଉଡ଼ିଥିଲା । ଆଉ ଏବେ ସମୟ ସହିତ ସୋସିଆଲ୍ ମିଡିଆର ଛୋଟ ଛୋଟ କ୍ଲୁ ଓ ସର୍ବସାଧାରଣରେ ଉଭୟଙ୍କ ସାକ୍ଷାତ ସମ୍ପର୍କରେ ମୋହର ମାରିଛି ।

ଖବର ଅନୁସାରେ, ଶିଖର ଧାୱନ-ସୋଫି କିଛିବର୍ଷ ତଳେ ଦୁବାଇରେ ପ୍ରଥମଥର ପରସ୍ପରକୁ ଭେଟିଥିଲେ । ପ୍ରଥମେ ଉଭୟଙ୍କ ମଧ୍ୟରେ ବନ୍ଧୁତା ଆରମ୍ଭ ହୋଇଥିଲା । ବନ୍ଧୁତା ଧିରେ ଧିରେ ଭଲ ପାଇବାରେ ବଦଳିଥିଲା । ଏହାପରେ ୨୦୨୪ ଆଇପିଏଲ୍ ସମୟରେ ସୋଫିଙ୍କୁ ମଧ୍ୟ ଅନେକ ସମୟରେ ଦେଖିବାକୁ ମିଳିଥିଲା ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଧାୱନ ଅଷ୍ଟ୍ରେଲିଆରେ ରହୁଥିବା ଆୟଶାଙ୍କୁ ବିବାହ କରିଥିଲେ । ତାଙ୍କର ଏକ ପୁଅ ଜୋରାବର ଧୱନ ଅଛି । ଶିଖର ଧାୱନଙ୍କୁ ବୟସରେ ୧୦ ବର୍ଷ ବଡ଼ ଆୟଶା ହେଉଥନ୍ତି କିକ୍ ବକ୍ସର । ୨୦୧୨ରେ ଧାୱନ, ଆୟଶଙ୍କା ବିବାହ କରିଥିଲେ । ୨୦୨୧ ସେପ୍ଟେମ୍ବରରେ ଅଲଗା ହେବା ପରେ ୨୦୨୩ରେ ଛାଡ଼ପତ୍ର ଦେଇଥିଲେ ।

ଆୟର୍ଲାଣ୍ଡର ମଡେଲ୍‌ ହେଉଛନ୍ତି ସୋଫି ଶାଇନ । ସେ ଲିମରିକ ଇନଷ୍ଟିଚ୍ୟୁଟ୍‌ ଅଫ୍ ଟେକ୍ନୋଲୋଜିରୁ ମାର୍କେଟିଂ ଏବଂ ମ୍ୟାନେଜମେଣ୍ଟରେ ଡିଗ୍ରୀ ହାସଲ କରିଛନ୍ତି । ଏବେ ସେ ଆବୁଧାବିରେ ରହୁଛନ୍ତି । UAE ସ୍ଥିତ ନର୍ଥର୍ଣ୍ଣ ଟ୍ରଷ୍ଟ କର୍ପୋରେସନ୍‌ର ଦ୍ଵିତୀୟ ଉପ ସଭାପତି ପଦରେ ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+