Get Updates
Get notified of breaking news, exclusive insights, and must-see stories!

କିଛି କଥା ନୂଆ ଭାରତୀୟ ଅଧିନାୟକଙ୍କ ବିଷୟରେ: ଡକ୍ ରୁ ଡେବ୍ୟୁ ଓ ମିଷ୍ଟର ଆଇସିସି

ଆସନ୍ତା ମାସରେ ହେବାକୁ ଥିବା ଭାରତୀୟ ଦଳର ଶ୍ରୀଲଙ୍କା ଗସ୍ତ ପାଇଁ ଶିଖର ଧୱନ ଦଳର ନେତୃତ୍ବ ନେବେ । କାରଣ ନିୟମିତ ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ଡେପୁଟି ରୋହିତ ଶର୍ମା ଏହି ସମୟରେ ଇଂଲଣ୍ଡରେ ରହିବେ ।

(ୱାନଇଣ୍ଡିଆ ଓଡିଆ ବ୍ୟୁରୋ): ନୂଆ ଭାରତୀୟ ଦଳ... ନୂଆ ଦଳର ନୂଆ ଯାତ୍ରା । ନୂଆ ଦଳ ପାଇଁ ନୂଆ ଅଧିନାୟକ, ହେଲେ ଚେହେରା ପୁରୁଣା । ଅଭିଜ୍ଞଙ୍କ କାନ୍ଧରେ ନୂଆ ଦଳର ଭାର । ଯୁବ ଖେଳାଳିଙ୍କୁ ଧରି ଶ୍ରୀଲଙ୍କ ଗସ୍ତ କରିବେ ନୂଆ ଅଧିନାୟକ । ଭାରତୀୟ ଦଳ ପାଇଁ ଅନେକ ପାଳି ବଇନି କରନ୍ତି ମିଷ୍ଟର ଆଇସିସି । ନାଁ ତାଙ୍କର ଶିଖର ଧୱନ, ସମସ୍ତେ ତାଙ୍କୁ କୁହନ୍ତି ଗବ୍ବର । ତେବେ ଆପଣ ଜାଣି ସାରିଥିବେ ଆମେ କାହା ବିଷୟରେ କହିବାକୁ ଚାହୁଁଛୁ...

ଆସନ୍ତା ମାସରେ ହେବାକୁ ଥିବା ଭାରତୀୟ ଦଳର ଶ୍ରୀଲଙ୍କା ଗସ୍ତ ପାଇଁ ଶିଖର ଧୱନ ଦଳର ନେତୃତ୍ବ ନେବେ । କାରଣ ନିୟମିତ ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ଡେପୁଟି ରୋହିତ ଶର୍ମା ଏହି ସମୟରେ ଇଂଲଣ୍ଡରେ ରହିବେ । ତେବେ ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଚୟନକର୍ତ୍ତା ଏହି ହଟ ସିଟ୍ ପାଇଁ ଭାରତୀୟ ଦଳର ସୀମିତ ଓଭରର ଜଣେ ଶକ୍ତିଶାଳି, ସଠିକ୍ ତଥା ବିସ୍ଫୋରକ ଖେଳାଳିଙ୍କୁ ବାଛିଛନ୍ତି ।

Shikhar Dhawan

ଦୀର୍ଘ ସମୟ ଧରି ଏହି 35 35 ବର୍ଷୀୟ ବାମହାତୀ ଓପନର୍ ଭାରତୀୟ ଦଳ ପାଇଁ ସୀମିତ ଓଭର ଫର୍ମାଟରେ ଓପିନଂ କରିଛନ୍ତି । ଏଥି ସହିତ ଆଇପିଏଲରେ ଯୁବ ଦିଲ୍ଲୀ ଦଳ ପାଇଁ ଓପନିଂ କରି ସେ ଚମକ୍ତାର ପ୍ରଦର୍ଶନ ଦେଖାଇଛନ୍ତି । ଏହା ଦ୍ବିମତ ନୂହେଁ ସେ ଟେଷ୍ଟି କ୍ରିକେଟରେ ମଧ୍ୟ ବେଶ ସଫଳତା ସାଉଣ୍ଟିଛନ୍ତି ।

1.ଡେବ୍ୟୁ

ଅନ୍ତର୍ଜାତୀୟ କ୍ୟାରିଅର ଆରମ୍ଭ ବେଳେ ଭାରତୀୟ ଦଳରେ ତାଙ୍କ ନାମ ଗବ୍ବର ଭାବେ ପ୍ରସିଦ୍ଧି ଲାଭ କରିଲା । 2010 ବିଶାଖାପାଟନମରେ ଅଷ୍ଟ୍ରେଲିଆ ବିପକ୍ଷ ଡେବ୍ୟୁ ମ୍ୟାଚରେ ବିନା ଖାତା ଖୋଲି ପାଭେଲିଅନ ଫେରିଥିଲେ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ । ଯେଉଁଠାରେ ସେ ପେସର୍ କ୍ଲିଣ୍ଟ ମ୍ୟାକ୍କେଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ଏହାର ଠିକ ବର୍ଷେ ପରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସେ ପୋର୍ଟ ଅଫ୍ ସ୍ପେନରେ 51 ରନର ପାଳି ଖେଳିଥିଲେ । କିନ୍ତୁ ତାଙ୍କର ସମୟ ତ 2013 ରେ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଆସିଥିଲା।

Shikhar Dhawan

ଧୱନ କାର୍ଡିଫ ଏବଂ ଓଭାଲରେ ଦକ୍ଷିଣ ଆଫ୍ରିକା ଏବଂ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଶତକ ହାସଲ କରିଥିଲେ ଏବଂ ପରେ ସେ ଭାରତୀୟ ଦଳର ହ୍ୱାଇଟ ବଲ ଯାତ୍ରାରେ ଏକ ସ୍ଥାୟୀ ଚେହେରା ହୋଇ ରହିଗଲେ। ମୋଟାମୋଟି ଭାବେ ସେ 142 ଟି ଦିନିକିଆ ମ୍ୟାଚରୁ ଏଯାଏ 17 ଟି ଶତକ ସହିତ 5977 ରନ୍ ସ୍କୋର କରିଛନ୍ତି । ତାଙ୍କର ଟେଷ୍ଟ ଡେବ୍ୟୁ ମଧ୍ୟ ଉଲ୍ଲେଖନୀୟ ଥିଲା । କାରଣ ସେ 2012-13 ସିଜନରେ ମୋହାଲିରେ ଅଷ୍ଟ୍ରେଲିଆ ବିପକ୍ଷରେ 187 ରନ୍ କରି ଟେଷ୍ଟ ଡେବ୍ୟୁ ମାରିଥିଲେ । ସେ 34ଟି ଟେଷ୍ଟରୁ 2315 ରନ୍ କରି 7 ଶତକ ଏବଂ 5ଟି ଅର୍ଦ୍ଧଶତକ ନିଜ ଖାତାରେ ଯୋଡିଛନ୍ତି । କିନ୍ତୁ ଧୱନଙ୍କ ଟେଷ୍ଟ କ୍ୟାରିୟର 2018 ରେ ଇଂଲଣ୍ଡ ଗସ୍ତ ପରେ ପ୍ରାୟତ ବନ୍ଦ ପଡିଛି । କାରଣ ତାଙ୍କ ସ୍ଥାନରେ ରୋହିତ ଟେଷ୍ଟ ଓପନର୍ ଭାବରେ ଆବିର୍ଭାବ ହେବା ସହ ମାୟଙ୍କ ଅଗ୍ରୱାଲ, ପୃଥ୍ବୀ ଶ, କେଏଲ ରାହୁଲଙ୍କ ପରି ନୂତନ ପ୍ରତିଯୋଗୀ ଅଛନ୍ତି।

2. ମିଷ୍ଟର ଆଇସିସି

ଚାମ୍ପିଅନ୍ସ ଟ୍ରଫି 2013ରେ ସେହି ଦୁଇଟି ଶତକ ପରେ ଧୱନ ମିଷ୍ଟର ଆଇସିସି ଟୁର୍ଣ୍ଣାମେଣ୍ଟ ଭାବେ ପରିଚିତ ହେଲା । କାରଣ ପ୍ରତି ଆଇସିସି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳ ପାଇଁ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଲା । କୌଣସି ଆଇସିସି ଇଭେଣ୍ଟରେ ଦୃତତମ 1000 ରନ ସ୍କୋର କରିବାରେ ସେ ବନିଲେ ପ୍ରଥମ ଖେଳାଳି । ସେହିପରି 2015 ରେ ଆଇସିସି 50 ଓଭର ବିଶ୍ୱକପରେ ଧୱନ ଭାରତର ସର୍ବୋଚ୍ଚ ସ୍କୋରର ହୋଇଥିଲେ । ସେ ଏକମାତ୍ର ବ୍ୟାଟ୍ସମ୍ୟାନ୍ ଭାବରେ କ୍ରମାଗତ ଦୁଇଟି ଚାମ୍ପିଅନ୍ସ ଟ୍ରଫିରେ ଗୋଲଡେନ୍ ବ୍ୟାଟ୍ ବିଜେତା ହୋଇଥିଲେ । ଯାହା ସେ 2013 ଏବଂ 2017 ରେ ହାସଲ କରିଥିଲେ।

3. ଅନ୍ୟ ଉଲ୍ଲେଖନୀୟ ରେକର୍ଡ

ଅଷ୍ଟ୍ରେଲିଆ ବିପକ୍ଷରେ 174 ବଲରୁ 187 ରନ କରି ଦୃତ ଟେଷ୍ଟ ଡେବ୍ୟୁଟାଣ୍ଟ ଭାବେ ରେକର୍ଡ କରିଛନ୍ତି ଧାୱନ। ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍ ଯିଏକି ଟେଷ୍ଟର ପ୍ରଥମ ଦିନର ମଧ୍ୟାହ୍ନ ଭୋଜନ ପୂର୍ବରୁ ଶକତୀୟ ପାଳି ଖେଳିଥିଲେ । ଯାହା ସେ 2018 ରେ ବେଙ୍ଗାଲୁରୁରେ ଆଫଗାନିସ୍ତାନ ବିପକ୍ଷରେ କରିଥିଲେ।

Shikhar Dhawan

1000, 2000 ଏବଂ 3000 ଦିନିକିଆ ରନରେ ପହଞ୍ଚିବାରେ ଧୱନ ହେଉଛନ୍ତି ଦ୍ରୁତତମ ଭାରତୀୟ ବ୍ୟାଟ୍ସମ୍ୟାନ୍ । ଏକ କ୍ୟାଲେଣ୍ଡର ବର୍ଷ (2018) ରେ ଅଧିକାଂଶ ରନ୍ ସ୍କୋର କରି ଧୱନ ମଧ୍ୟ T20I ରେ ନିଜର ନିଆରା ରେକର୍ଡ ରଚିଥିଲେ । ତାଙ୍କୁ 2014 ରେ ୱିସଡେନ୍ କ୍ରିକେଟର ଅଫ୍ ଦି ଇୟର ଭାବରେ ମଧ୍ୟ ସମ୍ମାନିତ କରାଯାଇଥିଲା।

4. ଧୱନଙ୍କ ପରିବାର

Shikhar Dhawan

ଧାୱନ ଜନ୍ମ, ବିଦ୍ୟାଳୟରେ ଏବଂ ତାଙ୍କ ଘରୋଇ କ୍ରିକେଟର ଯାତ୍ରା ନୂଆଦିଲ୍ଲୀରେ ହୋଇଥିଲା । ତାଙ୍କ ପିତାମାତା ଥିଲେ ମହେନ୍ଦ୍ର ପାଲ ଧୱନ ଏବଂ ସୁନାନା ଧୱନ। 2012 ରେ, ଧୱନ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣର ବକ୍ସର ଆୟେଶା ମୁଖାର୍ଜୀଙ୍କୁ ବିବାହ କରିଥିଲେ । ଭାରତର ପୂର୍ବତନ ସ୍ପିନର ହରଭଜନ ସିଂ ହିଁ 2007-08 ମସିହାରେ ଧୱନଙ୍କୁ ଆୟେଶାଙ୍କ ସହ ପରିଚିତ କରାଇଥିଲେ ଏବଂ ଏହି ଦମ୍ପତି ବିବାହ ବନ୍ଧନରେ ବାନ୍ଧି ହେବା ପୂର୍ବରୁ ତିନି ବର୍ଷ ପାଇଁ ଡେଟ କରିଥିଲେ। ସେମାନେ 2014 ରେ ଏକ ପୁତ୍ରର ପିତାମାତା ହୋଇଥିଲେ । ଏଥି ସହିତ ଆୟେଶାଙ୍କ ପ୍ରଥମ ବିବାହରେ ଥିବା ଦୁଇ ପିଲାଙ୍କ ମଧ୍ୟ ଭରଣ ପୋଷଣ କରୁଛନ୍ତି ଧୱନ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+