ଏସିଆନ ପାରା ଗେମ୍ସ: ପୁରୁଷ ୫୦୦୦ ମିଟର T13 ଇଭେଣ୍ଟରେ ଶରଥଙ୍କୁ ସ୍ଵର୍ଣ୍ଣ
ଏସିଆନ ପାରା ଗେମ୍ସ ୨୦୨୩ରେ ଭାରତ ପାଇଁ ଆଉ ଏକ ସ୍ୱର୍ଣ୍ଣ ପଦକ । ଆଥଲେଟିକ୍ସରୁ ମିଳିଛି ସ୍ଵର୍ଣ୍ଣ । ଶରଥ ମାକାନାହଲ୍ଲୀ ପୁରୁଷ ୫୦୦୦ ମିଟର T13 ଇଭେଣ୍ଟରେ ୦.୦୧ ସେକେଣ୍ଡର ସଂକୀର୍ଣ୍ଣ ମାର୍ଜିନରେ ଜୋର୍ଡାନର ନାବେଲ ମାକାବଲେଙ୍କୁ ହରାଇ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।

SHARATH MAKANHALLI STRIKES GOLD IN MENS 5000M T13 🏃
Sharath Shankarappa Makanahalli finished ahead of 🇯🇴Nabeel by just 0.1 seconds to win gold 🥇 in Men's 5000m T13 event
#9 🥇 FOR INDIA#AsianParaGames2022pic.twitter.com/MC7O1UD0DT
— SPORTS ARENA🇮🇳 (@SportsArena1234) October 24, 2023
ଏହାପୂର୍ବରୁ ଭାରତ ପୁରୁଷ କ୍ଲବ ଥ୍ରୋ F51 ଇଭେଣ୍ଟରେ ତିନୋଟି ପଦକ ହାସଲ କରି ପ୍ରଣବ ସୁରମା ସ୍ୱର୍ଣ୍ଣ ଜିତିଥିଲେ । 29 ବର୍ଷୀୟ ପ୍ରଣବ 30.01 ମିଟର ପ୍ରୟାସରେ ଏସିଆନ୍ ପାରା ଗେମ୍ସ ରେକର୍ଡ ଭାଙ୍ଗିଥିବାବେଳେ ଧରମବୀର (28.76 ମିଟର) ଏବଂ ଅମିତ କୁମାର (26.93 ମିଟର) ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।
ହାଇ ଜମ୍ପରେ ଶିଲେଶ କୁମାର ସ୍ୱର୍ଣ୍ଣ ପଦକ ଜିତିବା ପରେ ବର୍ତ୍ତମାନ ଅବନୀ ଲେଖରା ମଧ୍ୟ ସୁଟିଂରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେ ୧୦ ମିଟର ଏୟାର ରାଇଫଲ ଏସଏଚ୧ ରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।
ଏସିଆନ ପାରା ଗେମ୍ସରେ ଭାରତ ପାଇଁ ପ୍ରତିନିଧିତ୍ୱ କରୁଛନ୍ତି ୭ ଓଡ଼ିଆ । ପଦ୍ମଶ୍ରୀ ପ୍ରମୋଦ ଭଗତ, ଜୟନ୍ତୀ ବେହେରା, ପୂଜାସ୍ୱିନୀ ନାୟକ ଭାରତ ପାଇଁ ପ୍ରତିନିଧିତ୍ବ କରିବେ । ଭି.ରମେଶ ରାଓ, ରାଖାଲ କୁମାର ସେଠୀ ମଧ୍ୟ ପ୍ରତିନିଧିତ୍ୱ କରିବେ । ସେହିପରି ପ୍ରଫୁଲ୍ଲ ଖଣ୍ଡାୟତରାୟ ଓ ସୌନ୍ଦର୍ଯ୍ୟ ପ୍ରଧାନ ମଧ୍ୟ ଭାରତ ପାଇଁ ପ୍ରତିନିଧିତ୍ୱ କରିବେ ।
ଚଳିତ ଏସିଆନ୍ ଗେମ୍ସ ୨୦୨୩ରେ ଇତିହାସ ରଚିଛି ଭାରତ । ଚୀନ୍ର ହାଙ୍ଗଜୋରେ ଚାଲିଥିବା ଏସିଆନ୍ ଗେମ୍ସରେ ଭାରତ ୧୦୭ ପଦକ ଜିତିଥିଲା। ମୋଟ ୨୮ଟି ସ୍ଵର୍ଣ୍ଣ, ୩୮ ରୌପ୍ୟ ଓ ୪୧ ଟି ବ୍ରୋଞ୍ଚ ପଦକ ହାସଲ କରିଥିଲା । ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ସମସ୍ତ ଖେଳାଳିଙ୍କୁ ଭେଟି ଉତ୍ସାହିତ କରିଥିଲେ ।












Click it and Unblock the Notifications