Shane Warne: ମୃତ୍ୟୁ ପୂର୍ବରୁ ମସାଜ ପାଇଁ ଦୁଇ ମହିଳାଙ୍କୁ କରିଥିଲେ ବୁକ୍, ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍
ୱାର୍ଣ୍ଣଙ୍କ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଏକ ଫୁଟେଜ୍ ମଧ୍ୟ ସାମ୍ନାକୁ ଆସିଛି, ଯାହା ଦର୍ଶାଉଛି ଯେ ଶେନ୍ ୱାର୍ଣ୍ଣଙ୍କ ସହ କିଏ ଏବଂ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ସେ କ’ଣ କରୁଥିଲେ ?
ବ୍ୟାଙ୍କକକ୍: ଅଷ୍ଟ୍ରେଲୀୟ କିମ୍ବଦନ୍ତୀ ଶେନ୍ ୱାର୍ଣ୍ଣଙ୍କ ହଠାତ୍ ଦେହାନ୍ତ ହେବା ପରେ ସମଗ୍ର ବିଶ୍ୱ ଚକିତ ହୋଇଯାଇଛି। ଥାଇଲ୍ୟାଣ୍ଡ ପୋଲିସ ଏହା ସ୍ପଷ୍ଟ କରିଛି ଯେ, ୱାର୍ଣ୍ଣଙ୍କ ମୃତ୍ୟୁ ସ୍ୱାଭାବିକ ଏବଂ ଏପର୍ଯ୍ୟନ୍ତ ତାଙ୍କ ମାମଲାରେ କିଛି ସନ୍ଦେହ ମିଳିନାହିଁ । କିନ୍ତୁ ୱାର୍ଣ୍ଣଙ୍କ ମୃତ୍ୟୁକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ରହିଛି।

ତେବେ ୱାର୍ଣ୍ଣଙ୍କ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଏକ ଫୁଟେଜ୍ ମଧ୍ୟ ସାମ୍ନାକୁ ଆସିଛି, ଯାହା ଦର୍ଶାଉଛି ଯେ ଶେନ୍ ୱାର୍ଣ୍ଣଙ୍କ ସହ କିଏ ଏବଂ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ସେ କ'ଣ କରୁଥିଲେ ?
ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମସାଜ ପାଇଁ ଶେନ୍ ୱାର୍ଣ୍ଣ ଚାରିଜଣ ମହିଳାଙ୍କୁ ଭିଲ୍ଲାକୁ ଡାକିଥିଲେ । ଯାହା ପରେ ଶୁକ୍ରବାର ଅପରାହ୍ନ 1ଟା ସମୟରେ ଚାରିଜଣ ମହିଳା ଭିଲ୍ଲାକୁ ଆସିଥିଲେ। ତେବେ ଏହି ମହିଳାମାନଙ୍କ ମଧ୍ୟରୁ ଦୁଇଜଣ ୱାର୍ଣ୍ଣଙ୍କ କୋଠରୀକୁ ଯାଉଥିଲେ । ସିସିଟିଭି କ୍ୟାମେରାରୁ ମହିଳାଙ୍କ ଗତିବିଧି ବିଷୟରେ ସବିଶେଷ ତଥ୍ୟ ମିଳିଛି। କ୍ୟାମେରା ଅନୁଯାୟୀ ସମସ୍ତ ମହିଳା ଅପରାହ୍ନ 2:58 ରେ ଭିଲ୍ଲା ଛାଡିଥିଲେ ଏବଂ ପ୍ରାୟ ଦୁଇ ଘଣ୍ଟା ପରେ, ଦୁଇ ମହିଳା ଅପରାହ୍ନ 5 ଟା ସମୟରେ ୱାର୍ଣ୍ଣଙ୍କ ମୃତ୍ୟୁ ଖବର ପାଇଥିଲେ । ଉଲ୍ଲେଖନୀୟ କଥା ହେଉଛି, 52 ବର୍ଷ ବୟସରେ କିମ୍ବଦନ୍ତୀ ଲେଗ୍ ସ୍ପିନରଙ୍କ ମୃତ୍ୟୁର କାରଣ ହୃଦଘାତ ବୋଲି କୁହାଯାଇଛି।
ଉଲ୍ଲେଖଯୋଗ୍ୟ ଯେ, ଅଷ୍ଟ୍ରେଲୀୟ କ୍ରିକେଟ୍ କିମ୍ବଦନ୍ତୀ ଶେନ୍ ୱାର୍ଣ୍ଣ ଛୁଟି କାଟିବା ପାଇଁ ଥାଇଲ୍ୟାଣ୍ଡ ଯାଇଥିଲେ। ସେଠାରେ ସେ ଗୋଟିଏ ସ୍ଥାନରେ ରହିଥିଲେ । ଯେଉଁଠାରେ ମାର୍ଚ୍ଚ 4 ରେ ତାଙ୍କର ହୃଦଘାତ ହୋଇଥିଲା । ତାଙ୍କୁ ଆମ୍ବୁଲାନ୍ସରେ ଡାକ୍ତରଖାନା ନିଆଯାଇଥିଲା । କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା। ଅଷ୍ଟ୍ରେଲୀୟ ରାଷ୍ଟ୍ରଦୂତ ଥାଇଲ୍ୟାଣ୍ଡର ଡାକ୍ତରଖାନା ସହିତ ନିରନ୍ତର ଯୋଗାଯୋଗରେ ଅଛନ୍ତି ଏବଂ ୱାର୍ଣ୍ଣଙ୍କ ମୃତଦେହ ଶୀଘ୍ର ଅଷ୍ଟ୍ରେଲିଆକୁ ପଠାଯିବ।












Click it and Unblock the Notifications