ICC Awards: ୱେଷ୍ଟଇଣ୍ଡିଜ୍‌ର ପ୍ରଥମ ଖେଳାଳି ଭାବେ ଆଇସିସି ମାସିକ ପୁରସ୍କାର ପାଇଲେ ସମର ଯୋଶେଫ୍‌

Shamar Joseph: ଜାନୁଆରୀରେ ୱେଷ୍ଟଇଣ୍ଡିଜ୍‌ ବୋଲର ସମର ଯୋଶେଫ୍‌ ଶ୍ରେଷ୍ଠ ଖେଳାଳି । ଯୁବ ଫାଷ୍ଟ୍‌ ବୋଲର ସମର ଯୋଶେଫ୍‌ ୱେଷ୍ଟଇଣ୍ଡିଜ୍‌ର ପ୍ରଥମ ଖେଳାଳି ଭାବେ ଆଇସିସି ମାସିକ ପୁରସ୍କାରର ବିଜେତା ହୋଇଛନ୍ତି ।

୨୪ ବର୍ଷୀୟ ଯୋଶେଫ୍‌ ଗତ ମାସ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ପଦାର୍ପଣ କରିଥିଲେ । ପ୍ରଥମ ଟେଷ୍ଟର ପ୍ରଥମ ବଲ୍‌ରେ ସେ ଷ୍ଟିଭେନ୍‌ ସ୍ମିଥ୍‌ଙ୍କୁ ଆଉଟ୍‌ କରିଥିଲେ । ଏହି ଇନିଂସ୍‌ରେ ସେ ୫ଟି ୱିକେଟ୍‌ ନେଇଥିଲେ । ବ୍ରିସବେନ୍‌ରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଯୋଶେଫ୍‌ଙ୍କ ବୋଲିଂ ମୁଖ୍ୟ ଆକର୍ଷଣ ରହିଥିଲା ।

ସେ ଦ୍ୱିତୀୟ ଇନିଂସ୍‌ରେ ୭ଟି ୱିକେଟ୍‌ ନେଇ ଦଳକୁ ଐତିହାସିକ ବିଜୟ ଭେଟି ଦେଇଥିଲେ । ଫଳରେ ୱେଷ୍ଟଇଣ୍ଡିଜ୍‌ ୧-୧ରେ ସିରିଜ ଡ୍ର' କରିଥିଲା । ଯୋଶେଫ୍‌ ପ୍ଲେୟାର ଅଫ୍‌ ଦ ସିରିଜ ବିବେଚିତ ହୋଇଥିଲେ ।

Shamar Joseph

ସେପଟେ ମହିଳା ବର୍ଗରେ ଅଷ୍ଟ୍ରେଲିଆର ଷ୍ଟାର୍‌ ବ୍ୟାଟର ଆଲିସା ହିଲି ଓ ବେଥ୍‌ ମୁନିଙ୍କୁ ପଛରେ ପକାଇ ଆୟର୍ଲାଣ୍ଡର ଆମି ହଣ୍ଟର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି । ସେ ଇଂଲଣ୍ଡର ଓଲି ପୋପ୍‌ ଏବଂ ଅଷ୍ଟ୍ରେଲିଆର ଜୋସ୍‌ ହାଜେଲଉଡ୍‌ଙ୍କୁ ପଛରେ ପକାଇ ଜାନୁଆରୀ ମାସର ଶ୍ରେଷ୍ଠ ଖେଳାଳି ଭାବେ ଏହି ପୁରସ୍କାର ପାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+