Get Updates
Get notified of breaking news, exclusive insights, and must-see stories!

IPL 2024: କିଙ୍ଗ୍ ଖାନଙ୍କ ନିଆରା ଅନ୍ଦାଜ୍, ପରାଜୟ ପରେ ଦିଲ୍ଲୀ କ୍ୟାପିଟାଲ୍ସ ଖେଳାଳୀଙ୍କ ସହ ଭେଟି ବଢାଇଲେ ଉତ୍ସାହ

IPL 2024: କୋଲକାତା ନାଇଟ୍ ରାଇଡର୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୦୬ ରେନରେ ପରାସ୍ତ କରିଛି । ଆଇପିଏଲ୍ 2024ର ଏହା ଦଳର ସବୁଠୁ ବଡ଼ ବିଜୟ । କେକେଆର ପାଇଁ ସୁନୀଲ ନରେନ୍ ୮୫ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ତେବେ ଗତକାଲି ମ୍ୟାଚ୍ ଦେଖିବା ପାଇଁ ଷ୍ଟାଡିୟମରେ ପହଞ୍ଚିଥିଲେ ବଲିଉଡ ତାରକା ତଥା କେକେଆର ମାଲିକ ଶାହାରୁଖ ଖାନ । ନିଜ ଦଳର ବିଜୟ ପରେ ସେ ବେଶ୍ ଖୁସ୍ ନଜର ଆସିଥିଲେ । ସେହିପରି ଦିଲ୍ଲୀ କ୍ୟାପିଟାଲ୍ସର ପରାଜୟରେ ସେ ସମସ୍ତ ଖେଳାଳୀଙ୍କୁ ଭେଟିଥିଲେ ଏବଂ ଆଗାମୀ ମ୍ୟାଚ୍ ପାଇଁ ଇତ୍ସାହିତ କରିଥିଲେ ।

ଏହି ସମୟରେ କ୍ୟାମେରାରେ କଏଦ ହୋଇଥିଲା ଏକ ସୁନ୍ଦର ଦୃଶ୍ୟ, ଯେଉଁଥିରେ ଶାହାରୁଖ ଅଧିନାୟକ ଋଷଭ ପନ୍ଥଙ୍କୁ ଆଲିଙ୍ଗନ କରୁଥିବାର ଦେଖିବା ପାଇଁ ମିଳିଥିଲା । କେବେଳ ଋଷଭ ନୁହଁନ୍ତି ଦଳର ଅନ୍ୟ ଖେଳାଳିଙ୍କୁ ମଧ୍ୟ ଭେଟି ସମସ୍ତଙ୍କ ଉତ୍ସାହ ବଢାଇଥିଲେ କିଙ୍ଗ୍ ଖାନ ।

ପ୍ରଶଂସକମାନେ ଶାହାରୁଖଙ୍କ ଏହି ଅନ୍ଦାଜର ବେଶ୍ ପ୍ରଶଂସା କରିଥିଲେ । ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସେୟାର କରାଯାଇଥିଲା ଯାହା ପରେ ଏଥିରେ ପ୍ରଶଂସକଙ୍କର ଲାଇକ୍ ଏବଂ କମେଣ୍ଟର ବର୍ଷା ହେଉଥିବା ଦେଖିବା ପାଇଁ ମିଳିଛି । ଫ୍ୟାନ୍ସ କିଙ୍ଗ୍ ଖାନଙ୍କ ଖୁବ୍ ପ୍ରଶଂସା କରୁଥିବାର ଦେଖିବା ପାଇଁ ମିଳୁଛି ।

IPL 2024

ଆଇପିଏଲ୍ ୨୦୨୪ର ୧୬ ତମ ମ୍ୟାଚରେ କେକେଆର୍ ପ୍ରଥମେ ବ୍ୟାଟିଂ କରି ୨୭୨ ରନ୍ କରିଥିଲା ​​। ସୁନୀଲ ନରେନ୍ ଓପନିଂ କରିବାକୁ ପହଞ୍ଚିଥିଲେ । ସେ ୩୯ ବଲ ମୋଟ୍ ୮୫ ରନ କରିଥିଲେ । ସେ ୭ଟି ଚୌକା ଏବଂ ୭ଟି ଛକା ମାରିଥିଲେ । ଅଙ୍ଗକୃଷ ରଘୁଭନ୍ସି ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ । ସେ ୨୭ ବଲରେ ୫୪ ରନ୍ ସଂଗ୍ରହ କରିଥିଲେ। ଏହାର ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ମାତ୍ର ୧୬୬ ରନ୍ ସ୍କୋର କରିପାରିଥିଲା । ଋଷଭ ପନ୍ଥ ଏବଂ ଟ୍ରିଆଷ୍ଟ ଷ୍ଟବ୍ସ ଅର୍ଦ୍ଧଶତକ ହାସଲ କରିଥିଲେ ।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଏହା KKR'ର ତୃତୀୟ ବିଜୟ । ପୂର୍ବରୁ ସେ ୩ଟି ମ୍ୟାଚ୍ ଖେଳିଛି ଏବଂ ସବୁଥିରେ ଦଳ ବିଜୟୀ ହୋଇଛି । ଅନ୍ୟପଟେ ଦିଲ୍ଲୀ କ୍ୟାପିଟାଲ୍ସ ୪ଟି ମ୍ୟାଚ୍ ଖେଳି ତିନୋଟିରେ ପରାଜୟର ସମ୍ମୁଖୀନ ହୋଇଛି। ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଦିଲ୍ଲୀ ୨୦ ରନରେ ଜିତିଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ପଏଣ୍ଟ ଟେବୁଲରେ KKR ଶୀର୍ଷରେ ରହିଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସ ୯ ନମ୍ବରରେ ରହିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+