ଭାରତ-ପାକ୍ ମ୍ୟାଚ ପୂର୍ବରୁ ଶାହିଦ ଆଫ୍ରିଦିଙ୍କ ବିବାଦୀୟ ବୟାନ, କହିଲେ ‘ଖେଳାଳିଙ୍କ ଘର ଜଳାଇବାକୁ ଧମକ’

ଭାରତ ବିପକ୍ଷରେ ବିଷ ଓଗାଳିଲେ ପାକିସ୍ତାନର ପୂର୍ବତନ କ୍ରିକେଟ ଶାହିଦ ଆଫ୍ରିଦ କେବେ ପଛକୁ ହଟନ୍ତି ନାହିଁ । ପୁଣିଥରେ ଏସିଆ କପରେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଶାହିଦ ଆଫ୍ରିଦି ବିବାଦୀୟ ବୟାନ ଦେଇଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଭାଇରଲ ଭିଡିଓରେ ଭାରତୀୟ ଖେଳାଳିଙ୍କ ଘର ଜଳାଇବା ପାଇଁ ଧମକ ମିଳୁଛି ।

ଭାଇରାଲ ଭିଡିଓରେ ଆଫ୍ରିଦି କହୁଥିବାର ଦେଖାଯାଉଛି ଯେ, ଭାରତରେ ଖେଳାଳିମାନଙ୍କୁ ସେମାନଙ୍କ ଘର ପୋଡ଼ି ଦେବାର ଧମକ ମିଳୁଛି । ପହଲଗାମ ଆକ୍ରମଣ ପାକିସ୍ତାନ ସହିତ ଜଡିତ ଥିବାରୁ ଭାରତ ବନାମ ପାକିସ୍ତାନ ମ୍ୟାଚ୍ ବର୍ଜନ କରିବାକୁ ଦାବି ହେଉଥିଲା । ଯେଉଁଥିରେ ଆତଙ୍କବାଦୀମାନେ ୨୬ ଜଣ ଭାରତୀୟଙ୍କୁ ହତ୍ୟା କରିଥିଲେ । ଭାରତ ବନାମ ପାକିସ୍ତାନ ମ୍ୟାଚ୍ ପାଇଁ କିଛି ଦିନ ବାକି ଥିବା ବେଳେ, ପୁଣି ଥରେ ଏଭଳି ବୟାନ ଦେଇଛନ୍ତି ।

Shahid Afridi s controversial statement before India-Pak match

ପାକିସ୍ତାନର ମିଡିଆ ଚ୍ୟାନେଲରେ ଆଫ୍ରିଦି କିଛି ଏମିତି କହିଛନ୍ତି, ଯାହାର ଏକ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏଥିରେ ସେ କହିଛନ୍ତି, ଭାରତରେ ଖେଳାଳିମାନଙ୍କୁ ସେମାନଙ୍କ ଘର ପୋଡ଼ି ଦେବାର ଧମକ ମିଳୁଛି । କିଛି ଖେଳାଳି ଜନ୍ମରୁ ନିଜକୁ ଭାରତୀୟ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରୁଛନ୍ତି ଏବଂ ଏବେ ଏସିଆ କପ୍ ୨୦୨୫ ରେ ମଧ୍ୟ କମେଣ୍ଟ୍ରି କରୁଛନ୍ତି । ପରୋକ୍ଷରେ ଇରଫାନ ପଠାନଙ୍କୁ ଟାର୍ଗେଟ କରିଛନ୍ତି ।

ପହଲଗାମ ଆକ୍ରମଣ ପରେ ଭାରତରେ ପାକିସ୍ତାନ ବିପକ୍ଷଷର ମ୍ୟାଚ ପାଇଁ ବହିଷ୍କାର କରିବାକୁ ଦାବି ହୋଇଛି । କିନ୍ତୁ ସରକାର ଏଥିରେ କୌଣସି ହସ୍ତକ୍ଷେପ କରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସେପଟେ ୧୪ ସେପ୍ଟେମ୍ବରରେ ହେବାକୁ ଥିବା ମ୍ୟାଚକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ କୌଣସି କ୍ରେଜ୍ ଦେଖିବାକୁ ମିଳିନାହିଁ । ଦୁବାଇ ଷ୍ଟାଡିୟମର ସମସ୍ତ ଷ୍ଟାଣ୍ଡର ଟିକେଟ ଉପଲବ୍ଧ ରହିଛି । କିନ୍ତୁ ପୂର୍ବରୁ ଚାମ୍ପିଅନ୍ସ ଟ୍ରଫି ପାଇଁ ହୋଇଥିବା ମ୍ୟାଚର ଟିକେଟ କିଛି ଘଣ୍ଟା ମଧ୍ୟରେ ବିକ୍ରି ହୋଇଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+