ଏସିଆ କପରୁ ବାଦ୍ ପଡିଲେ ଶାହୀନ ଆଫ୍ରିଦି, ଖୁସି ଭାରତୀୟ କ୍ରିକେଟ ପ୍ରେମୀ

ଶାହୀନ ଆଫ୍ରିଦି ଆସନ୍ତା ୨୭ ରୁ ଆରମ୍ଭ ହେବାକୁ ଥିବା ଏସିଆ କପରୁ ବାଦ୍ ପଡିଛନ୍ତି । ଆହତ ସମସ୍ୟା ଦେଇ ଗତି କରୁଥିବାରୁ ତାଙ୍କୁ ଏସିଆ କପରୁ ବାଦ ଦିଆଯାଇଛି ।

କରାଚୀ: ପାକିସ୍ତାନକୁ ବଡ଼ ଝଟକା । ଦଳର ସବୁଠାରୁ ବଡ ଶକ୍ତି ଶାହୀନ ଆଫ୍ରିଦି ଆସନ୍ତା ୨୭ ରୁ ଆରମ୍ଭ ହେବାକୁ ଥିବା ଏସିଆ କପରୁ ବାଦ୍ ପଡିଛନ୍ତି । ଆହତ ସମସ୍ୟା ଦେଇ ଗତି କରୁଥିବାରୁ ତାଙ୍କୁ ଏସିଆ କପରୁ ବାଦ ଦିଆଯାଇଛି । ଶାହୀନ ଆଫ୍ରିଦି ଦଳରୁ ବାଦ ପଡିବା ପରେ ବେସ୍ ଖୁସ୍ ନଜର ଆସୁଛନ୍ତି ଭାରତୀୟ କ୍ରିକେଟ ପ୍ରେମୀ ।

Shaheen Afridi

କାରଣ ଗତ ଟି-୨୦ ବିଶ୍ୱକପରେ ଭାରତର ଟପ-3 କୁ ଧ୍ୱଂସ କରି ଆଇସିସି ଇଭେଣ୍ଟରେ ଇତିହାସ ବଦଳାଇ ଦେଇଥିଲେ ଆଫ୍ରିଦି । କେବେ ବି ଆଇସିସି ଟୁର୍ଣ୍ଣାମେଣ୍ଟରେ ଭାରତଠାରୁ ଜିତି ପାରି ନଥିବା ପାକିସ୍ତାନ ଦଳ ଉକ୍ତ ମ୍ୟାଚରେ ବିଜୟୀ ହୋଇଥିଲା । ଫଳରେ ଶାହୀନଙ୍କ ଆକ୍ରାମଣାତ୍ମକ ବୋଲିଂ ଆଟାକକୁ ନେଇ ଚିନ୍ତିତ ଥିଲେ ଭାରତୀୟ କ୍ରିକେଟ ପ୍ରେମୀ । ତେବେ କହିରଖୁ କି, ଆହତ କାରଣ ପାଇଁ ଭାରତୀୟ ଦଳର ପ୍ରମୁଖ ଦୃତ ବୋଲର ଜସପ୍ରୀତ ବୁମାର ମଧ୍ୟ ଏସିଆ କପ ପାଇଁ ଦଳରୁ ବାଦ୍ ପଡିଛନ୍ତି । ଫଳରେ ଦୁଇ ଦଳ ନିଜର ପ୍ରମୁଖ ଦୃତ ବୋଲରଙ୍କ ବିନା ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବାକୁ ଯାଉଛନ୍ତି । ଯାହାକି ଉଭୟ ଦଳର ବ୍ୟାଟରଙ୍କୁ ବଡ ଫାଇଦା ଦେବ ।

ତେବେ ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ, ଆହତ ସମସ୍ୟା ଦେଇ ଗତି କରୁଥିବା ଶାହୀନଙ୍କୁ ମେଡିକାଲ ପରାମର୍ଶଦାତା କମିଟି ୪ରୁ ୬ ସପ୍ତାହ ବିଶ୍ରାମ ନେବାକୁ କହିଛି । ଏହାର ଅର୍ଥ ସେ ଏସିଆ କପ ଖେଳି ପାରିବେ ନାହିଁ । ସେହିପରି ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିବ ନାହିଁ।

ପାକିସ୍ତାନର ଗଣମାଧ୍ୟମର ଖବର ଅନୁସାରେ ସାହିନ ଆଫ୍ରିଦି ଗତମାସରେ ଗାଲେରେ ଶ୍ରୀଲଙ୍କା ବିରୋଧରେ ପ୍ରଥମ ଟେଷ୍ଟ ବେଳେ ଡାହାଣ ଗୋଡରେ ଆହତ ହୋଇଥିଲେ । ସେ ଫିଲ୍ଡିଂ କରୁଥିବା ବେଳେ ଆଣ୍ଠୁ ଲିଗାମେଣ୍ଟ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଏଥିପାଇଁ ତାଙ୍କୁ ଖେଳ ମଝିରୁ ପଡ଼ିଆ ମଧ୍ୟ ଛାଡ଼ିବାକୁ ପଡ଼ିଥିଲା। ଏନେଇ ଚିକିତ୍ସା ଚାଲିଥିଲେ ମଧ୍ୟ ସେ ସଂପୂର୍ଣ୍ଣ ସୁସ୍ଥ ହୋଇ ନାହାନ୍ତି । ତେଣୁ ତାଙ୍କୁ ୪ରୁ ୬ ସପ୍ତାହ ବିଶ୍ରାମ ନେବାକୁ ପଡ଼ିବ ବୋଲି ପିସିବି କହିଛି ।

ପିସିବିର ମୁଖ୍ୟ ମେଡିକାଲ ଅଫିସର ଡା ନଜିବୁଲ୍ଲା ସୋମରୋ କହିଛନ୍ତି, "ମୁଁ ଏ ସମ୍ପର୍କରେ ଶାହୀନଙ୍କ ସହ କଥା ହୋଇଛି। ସେ ଏହି ଖବର ପାଇ ବେଶ ଦୁଃଖିତ ଅଛନ୍ତି । କିନ୍ତୁ ସେ ଜଣେ ସାହାସୀ କ୍ରିକେଟର । ସେ ଆଗାମୀ ଦିନରେ ନିଶ୍ଚୟ କମବ୍ୟାକ୍‌ କରି ଦେଶ ତଥା ଟିମ୍‌ ପାଇଁ ନିଜର ସେବା ଯୋଗାଇ ଦେବେ । ତାଙ୍କର ଏପରି ଅବସ୍ଥା ଆମକୁ ପ୍ରଭାବିତ କରିଛି।"

ନେଦରଲ୍ୟାଣ୍ଡ ବିପକ୍ଷରେ ଖେଳାଯାଉଥିବା ଦିନିକିଆ ସିରିଜ୍‌ରେ ସ୍କ୍ୱାଡରେ ୨୨ ବର୍ଷୀୟ ଆଫ୍ରିଦି ରହିଥିଲେ ମଧ୍ୟ ପ୍ରଥମ ଦୁଇଟି ମ୍ୟାଚ୍‌ ଖେଳି ନାହାନ୍ତି। ଏସବୁ ଭିତରେ ସେ ଏସିଆ କପରୁ ବାଦ ପଡ଼ିଛନ୍ତି । ଆଫ୍ରିଦି ବାଦ ପଡ଼ିଥିଲେ ମଧ୍ୟ ପିସିବି ଏଯାଏ ତାଙ୍କ ବଦଳ ଖେଳାଳିଙ୍କ ନାଁ ଘୋଷଣା କରିନାହିଁ । ପାକିସ୍ତାନ ୨୮ ତାରିଖରେ ଭାରତ ବିପକ୍ଷ ମ୍ୟାଚ୍‌ରୁ ତା'ର ଏସିଆ କପ ଅଭିଯାନ ଆରମ୍ଭ କରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+