ପୂର୍ବତନ ପାକ୍ କ୍ରିକେଟରଙ୍କ ବଡ଼ ବୟାନ, ରୋହିତ ଶର୍ମାଙ୍କୁ ଘାରିଛି ଶାହିନ ଆଫ୍ରିଦଙ୍କ ଭୟ

Shoaib Akhtar On Rohit Sharma: ଏସିଆ କପ୍ 2023 ରେ ପାକିସ୍ତାନୀ ଦ୍ରୁତ ବୋଲରମାନେ ବଲ୍ ସହିତ ଚମତ୍କାର ପ୍ରଦର୍ଶନ ଦେଖାଇଛନ୍ତି । ଏହି ଆକ୍ରମଣର ନେତୃତ୍ୱ ନେଉଥିବା ଶାହିନ୍ ଆଫ୍ରିଦି ଭାରତ ବିପକ୍ଷ ମ୍ୟାଚରେ ଆନେକ ବଡ଼ ଶିକାର କରିଥିଲେ ।

ଭାରତୀୟ ଦଳର ଦୁଇ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ କ୍ୟାପଟେନ ରୋହିତ ଶର୍ମା ଏବଂ ବିରାଟ କୋହଲି ସେ ବୋଲ୍ଡ କରିଥିଲେ । ତେବେ ଏହା ଭିତରେ ଶାହିନ୍ ଆଫ୍ରିଦିଙ୍କୁ ନେଇ ବଡ ବୟାନ ଦେଇଛନ୍ତି ଶୋଏବ ଅଖତାର ।

Shoaib Akhtar

ବର୍ତ୍ତମାନ ଶାହିନଙ୍କ ବିଷୟରେ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ବିଶ୍ୱାସ କରିଛନ୍ତି ଯେ ସେ ରୋହିତଙ୍କ ମନରେ ନିଜର ଭୟ ସୃଷ୍ଟି କରିଛନ୍ତି । ପାକିସ୍ତାନ ଟିମର ରାୱଲପିଣ୍ଡି ଏକ୍ସପ୍ରେସ୍ କହିଛନ୍ତି ଯେ, ଟିମ୍ ଇଣ୍ଡିଆ କ୍ୟାପଟେନ୍ ରୋହିତ ଶର୍ମାଙ୍କ ମନରେ ଶାହିନ୍ ଆଫ୍ରିଦି ଭୟ ସୃଷ୍ଟି କରିସାରିଲେଣି । ଯେଉଁ କାରଣରୁ ରୋହିତ ତାଙ୍କ ବ୍ୟାଟିଂରେ ମଧ୍ୟ ପରିବର୍ତନ କରିଛନ୍ତି । ଗତ ଭାରତ-ପାକିସ୍ତାନ ମ୍ୟାଚରେ ରୋହିତ, ସାହିନଙ୍କ ବୋଲିଂରେ ତାଙ୍କ ଷ୍ଟାଣ୍ଡ ପରିବର୍ତନ କରିଥିବାବେଳେ, ଜଗି ରଖି ବ୍ୟାଟିଂ ମଧ୍ୟ କରିଥିଲେ । ଯାହାକି ତାଙ୍କ ମନର ଭୟକୁ ଦର୍ଶାଉଛି ।

ଶୋଏବ କହିଛନ୍ତି ଯେ ଏ ସେହି ରୋହିତ ଶର୍ମା ନୁହଁନ୍ତି ଯାହାକୁ ଆମେ ସମସ୍ତେ ଜାଣୁ । ଏହା ହେଉଛି ତାଙ୍କର ଷ୍ଟଣ୍ଟ୍ ଡବଲ୍ । ଶାହିନ୍ ବର୍ତ୍ତମାନ ତାଙ୍କ ମନରେ ଭୟ ସୃଷ୍ଟି କରିଛନ୍ତି କାରଣ ମୁଁ ରୋହିତଙ୍କୁ ତାଙ୍କ ଆଭିମୁଖ୍ୟ ବଦଳାଇବାର କେବେ ଦେଖି ନାହିଁ । କିନ୍ତୁ ବର୍ତ୍ତମାନ ସେ ଶାହିନଙ୍କ ବୋଲିଂ ବିରୋଧରେ ଏସବୁ କରୁଛନ୍ତି ଏବଂ ଭାରତ-ପାକ୍ ମ୍ୟାଚର ଚାପ ମଧ୍ୟ ଏଥିରେ ଏକ ବଡ଼ ଭୂମିକା ଗ୍ରହଣ କରିଛି ।

ଏସିଆ କପ୍‌ର ସୁପର-4 ପର୍ଯ୍ୟାୟରେ ଭାରତ ଓ ପାକିସ୍ତାନ ମଧ୍ୟରେ ସଂଘର୍ଷ 10 ସେପ୍ଟେମ୍ବରରେ କଲମ୍ବୋସ୍ଥିତ ଆର ପ୍ରେମାଡାସା ଷ୍ଟାଡିୟମରେ ଅନୁଷ୍ଠିତ ହେବ । ପାକିସ୍ତାନୀ ଦଳ ଏପର୍ଯ୍ୟନ୍ତ ଏସିଆ କପରେ 3 ଟି ମ୍ୟାଚ୍ ଖେଳିଛି ଏବଂ ସେଥିରେ ବିରୋଧୀ ଦଳର ପୁରା ଇନିଂସକୁ ବାନ୍ଧି ରଖିଛନ୍ତି । ଏଭଳି ପରିସ୍ଥିତିରେ ପାକିସ୍ତାନ ଦଳ ଭାରତ ବିପକ୍ଷ ମ୍ୟାଚରେ ଏହି ଗୀତ ବଜାୟ ରଖିବାକୁ ଚାହୁଁଛି ।

ଶ୍ରୀଲଙ୍କାର ଆର ପ୍ରେମଦାସା ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ । ତେବେ ମ୍ୟାଚ୍ ପୂର୍ବରୁ ଉଭୟ ଦଳ ପାଇଁ ଆସିଛି ଖୁସି ଖବର । ଯଦି ଏହି ମ୍ୟାଚ୍ ବର୍ଷା କାରଣରୁ ଧୋଇଯାଏ, ତେବେ ଏଥିପାଇଁ ରିଜର୍ଭ ଡେ ରଖାଯାଇଛି । ରବିବାର ମ୍ୟାଚ୍ ବର୍ଷା କାରଣରୁ ସମ୍ଭବ ନହେଲେ, ଭାରତ-ପାକିସ୍ତାନ ମ୍ୟାଚ୍ ସୋମବାର ମଧ୍ୟ ଦେଖିବାକୁ ମିଳିପାରେ ।

ଅନ୍ୟପଟେ ଭାରତୀୟ ଦଳକୁ ଫେରିଛନ୍ତି ଫାଷ୍ଟ ବୋଲର ଜଶପ୍ରୀତ ବୁମରା । ପାକିସ୍ତାନ ବିପକ୍ଷରେ ସେ ଦଳର ବୋଲିଂ ଦାୟିତ୍ୱ ସମ୍ଭାଳିବେ । ଗତ ନେପାଳ ବିପକ୍ଷ ମ୍ୟାଚ ସମୟରେ ବୁମରା ବ୍ୟକ୍ତିଗତ କାରଣରୁ ଦେଶକୁ ଫେରିଆସିଥିଲେ । ହେଲେ ଏବେ ସେ ପୁଣିଥରେ ଶ୍ରୀଲଙ୍କା ଫେରିବା ସହିତ ପାକିସ୍ତାନ ବିପକ୍ଷ ମ୍ୟାଚ୍ ଖେଳିବେ ବୋଲି ସୂଚନା ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+