For Quick Alerts
Turn On Notification  
For Daily Alerts
Oneindia App Download

ଶାହରୁଖ ଖାନଙ୍କ ଧମାକା, ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଜିତିଲା ତାମିଲନାଡୁ

ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ୨୦୨୧ ର ଚାମ୍ପିଅନ ହୋଇଛି ତାମିଲନାଡୁ । ଲଗାତାର ଦ୍ୱିତୀୟ ଥର ପାଇଁ ଏହି ଟାଇଟଲ ହାତେଇଛି ତାମିଲନାଡୁ । ଦିଲ୍ଲୀରେ ଖେଳାଯାଉଥିବା ଫାଇନାଲ ମ୍ୟାଚରେ ତାମିଲନାଡୁ ୪ ୱିକେଟରେ କର୍ଣ୍ଣାଟକକୁ ପରାସ୍ତ କରିଛି ।

|

ନୂଆଦିଲ୍ଲୀ: ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ୨୦୨୧ ର ଚାମ୍ପିଅନ ହୋଇଛି ତାମିଲନାଡୁ । ଲଗାତାର ଦ୍ୱିତୀୟ ଥର ପାଇଁ ଏହି ଟାଇଟଲ ହାତେଇଛି ତାମିଲନାଡୁ । ଦିଲ୍ଲୀରେ ଖେଳାଯାଉଥିବା ଫାଇନାଲ ମ୍ୟାଚରେ ତାମିଲନାଡୁ ୪ ୱିକେଟରେ କର୍ଣ୍ଣାଟକକୁ ପରାସ୍ତ କରିଛି । ଏହି ମ୍ୟାଚରେ ଶେଷ ବଲରେ ଛକା ମାରି ଦଳକୁ ବିଜେତା କରାଇଥିଲେ ଶାହାରୁଖ ଖାନ ।

Syed Mushtaq Ali trophy

ଏହି ମ୍ୟାଚରେ କର୍ଣ୍ଣାଟକ ପ୍ରଥମେ ବ୍ୟାଟିଂ କରି ୭ ୱିକେଟରେ ୧୫୧ ରନ କରିଥିଲା। ଜବାବରେ ଶାହରୁଖ୍ ଖାନ୍ ଶେଷ ବଲରେ ଛକା ମାରି ତାମିଲନାଡୁକୁ ବିଜେତା କରାଇଛନ୍ତି। ଶେଷ ଓଭରରେ ତାମିଲନାଡୁକୁ ବିଜୟ ପାଇଁ ୧୬ ରନ୍ ଆବଶ୍ୟକ ଥିଲା। ପ୍ରଥମ ୫ଟି ବଲରେ ଟିମ୍ ୧୧ ରନ୍ କରିଥିବା ତାମିଲନାଡୁକୁ ଶେଷ ବଲରେ ୫ ରନ୍ ଦରକାର ହେଉଥିଲା। ଷ୍ଟ୍ରାଇକର ଏଣ୍ଡରେ ଥିବା ଶାହରୁଖ୍ ଶେଷ ବଲରେ ଛକା ମାରି ନିଜ ଟିମକୁ ଜିତାଇଥିଲେ। ଶାହରୁଖ୍ ମାତ୍ର ୧୫ ବଲରେ ୧ ଚୌକା ଓ ୩ ଛକା ସହ ଅପରାଜିତ ୩୩ ରନ୍ କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିଜେତା ହୋଇଛନ୍ତି।

୧୫୨ ରନର ଲକ୍ଷ୍ୟର ପିଛା କରୁଥିବା ତାମିଲନାଡୁ ଆରମ୍ଭରୁ ଦ୍ରୁତ ଆରମ୍ଭ କରିଥିଲା। କିନ୍ତୁ ମିଡଲ୍ ଓଭର ଗୁଡ଼ିକରେ ଦଳର ରନ୍ ଗତି ହ୍ରାସ ପାଇଥିଲା। ହେଲେ ଶେଷ ୫ ଓଭରରେ ଟିମ୍ ଦ୍ରୁତ ରନ୍ କରି ମୁକାବିଲାକୁ ଜିତି ନେଇଥିଲା। ଦଳ ପକ୍ଷରୁ ନାରାୟଣ ଜଗଦୀଶାନ ୪୧, ହରି ନିଶାନ୍ତ ୨୩, କ୍ୟାପଟେନ୍ ବିଜୟ ଶଙ୍କର ୧୮, ସାଇ ସୁଧୀରନ ୯, ସଞ୍ଜୟ ଯାଦବ ୫, ଏମ୍ ମହମ୍ମଦ ୫ ରନ୍ କରିଥିଲେ। ରବିଶ୍ରୀନିବାସନ୍ ସାଇ କିଶୋର ୬ ରନ୍ କରି ଅପରାଜିତ ଥିଲେ। କର୍ଣ୍ଣାଟକ ପକ୍ଷରୁ କେପି କାରିଆପ୍ପା ୨ଟି ୱିକେଟ୍ ନେଇଥିଲେ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Shah Rukh Khan Hits Last Ball Six: Tamil Nadu Win Syed Mushtaq Ali trophy
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X