Get Updates
Get notified of breaking news, exclusive insights, and must-see stories!

ଷ୍ଟେଟ ଆଥଲେଟିକ୍ ମିଟରେ ନାବାଳକ ଖେଳାଳିଙ୍କୁ ଯୌନ ନିର୍ଯାତନା ଅଭିଯୋଗ

ଷ୍ଟେଟ ଆଥଲେଟିକ୍ ମିଟରେ ନାବାଳକ ଖେଳାଳିଙ୍କୁ ଯୌନ ନିର୍ଯାତନା ଅଭିଯୋଗ । ଲଙ୍ଗ୍ ଜମ୍ପ ଇଭେଣ୍ଟରେ ଅସଫଳ ହେବାରୁ ୪ ସିନିୟର ଖେଳାଳି ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ।

ଭୁବନେଶ୍ୱର: ଷ୍ଟେଟ ଆଥଲେଟିକ୍ ମିଟରେ ନାବାଳକ ଖେଳାଳିଙ୍କୁ ଯୌନ ନିର୍ଯାତନା ଅଭିଯୋଗ । ଲଙ୍ଗ୍ ଜମ୍ପ ଇଭେଣ୍ଟରେ ଅସଫଳ ହେବାରୁ ୪ ସିନିୟର ଖେଳାଳି ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ । ନିର୍ଯାତନା ବେଳର ଦୃଶ୍ୟ ଭିଡିଓ କଲିଂ କରି ନିଜ ସାଥି ଖେଳାଳିଙ୍କୁ ଦେଖାଇଥିବା କହିଛନ୍ତି ପିଡିତ ଜୁନିୟର ଖେଳାଳି । ରବିବାର ସକାଳ ୯ଟା ସମୟରେ ଘଟିଛି ଏହି ଘଟଣା ।

Sexual Harassment in State Athletics Meet

ଏନେଇ ଅଭିଯୋଗ କରିବା ସତ୍ତ୍ୱେ ଇନଫୋସିଟି ଥାନା ପୋଲିସ୍‌ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ଅଭିଯୋଗ କରିଛନ୍ତି ସମ୍ପୃକ୍ତ ନାବାଳକ ଖେଳାଳି ଓ ତାଙ୍କ ମା' । ଏପରିକି ପୋଲିସ୍‌ ୪ ଜଣଙ୍କୁ ଅଟକ ରଖିଥିବା ବେଳେ ପରବର୍ତ୍ତୀ ସମୟରେ ସେମାନଙ୍କୁ ଛାଡ଼ି ଦେଇଥିବା ସେ କହିଛନ୍ତି । ଥାନାରୁ ନ୍ୟାୟ ନ ପାଇ ସମ୍ପୃକ୍ତ ପୀଡ଼ିତ ଓ ତାଙ୍କ ପରିବାର ଲୋକ ଆଜି ଡିସିପିଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ୮ ତାରିଖରୁ ୧୦ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ଚାଲିଥିଲା ରାଜ୍ୟ ସ୍ତରୀୟ ଆଥଲେଟିକ୍ ମିଟ୍ । ୯ ତାରିଖରେ ଲଙ୍ଗ ଜମ୍ପ ପାଇଁ ଇଭେଣ୍ଟ ପରେ ଏହି ଘଟଣା ଘଟିଥିବା ଜଣାଯାଇଛି।

ପୀଡ଼ିତ ଆଥଲେଟଙ୍କ ଘର ରାଉରକେଲା ଅଞ୍ଚଳରେ ହୋଇଥିବା ବେଳେ ସେ ଦଶମ ଶ୍ରେଣୀର ଛାତ୍ର । ତାଙ୍କ ବାପା ରାଉରକେଲାରେ ଟ୍ରାଫିକ ହାବିଲଦାର ଭାବେ କାର୍ଯ୍ୟରତ ଅଛନ୍ତି।

ଏନେଇ ପୀଡ଼ିତ ନାବାଳକ କହିଛନ୍ତି, ଲଙ୍ଗ ଜମ୍ପ ଇଭେଣ୍ଟରେ ମୁଁ ଭଲ ପ୍ରଦର୍ଶନ କରି ପାରି ନ ଥିଲି। ସିନିୟରମାନେ ଡାକି ମୋତେ ଖରାପ ଭାଷାରେ ଗାଳି କରିଥିଲେ। ଗତକାଲି ସାଢେ ୮ଟାରୁ ସାଢେ ୯ଟା ମଧ୍ୟରେ ରୁମକୁ ଡାକି ମୋତେ ଜୋରଜବରଦସ୍ତି ନିବସ୍ତ୍ର କରିଥିଲେ। ଏହାପରେ ତାଙ୍କ ୨ ସାଙ୍ଗଙ୍କୁ ଭିଡିଓ କଲ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+