ମହିଳା ସିନିୟର ଦିନିକିଆ ଟ୍ରଫି: ସୁଶ୍ରୀ-ମଧୁସ୍ମିତା ଦେଲେ ଓଡିଶାକୁ ବୃହତ ବିଜୟ
ତ୍ରୀପୁରକୁ 43ରନରେ ହରାଇ ଓଡିଶା ଏଲିଟ୍ ଗ୍ରୁପ-ଏ ମହିଳା ସିନିୟର ଦିନିକିଆ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ କ୍ରମାଗତ 2ୟ ବିଜୟ ହାସଲ କରିଛି ।
ଭୁବନେଶ୍ବର: ତ୍ରୀପୁରକୁ 43ରନରେ ହରାଇ ଓଡିଶା ଏଲିଟ୍ ଗ୍ରୁପ-ଏ ମହିଳା ସିନିୟର ଦିନିକିଆ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ କ୍ରମାଗତ 2ୟ ବିଜୟ ହାସଲ କରିଛି । ପ୍ରଥମ ମ୍ୟାଚରେ ପରାଜୟ ପରେ 2ୟ ମ୍ୟାଚରେ ହାଇଦ୍ରାବାଦ ଓ 3ୟ ମ୍ୟାଚରେ ତ୍ରୀପୁରାକୁ ହରାଇଛି ଓଡିଶା ମହିଳା ଦଳ । ଆଗାମୀ ମ୍ୟାଚ 18 ତାରିଖରେ ଛତିଶଗଡ ବିପକ୍ଷରେ ଖେଳିବ ଓଡିଶା ।
ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 50 ଓଭରରେ 8 ୱିକେଟ ହରାଇ 163ରନ କରିଥିଲା ଓଡିଶା । ଦଳ ପକ୍ଷରୁ ଅଲରାଉଣ୍ଡର ସୁଶ୍ରୀ ଦିବ୍ୟଦର୍ଶିନୀ ସର୍ବାଧିକ 59ରନ କରି ଅପରାଜିତ ରହିଥିଲେ ।

ତେବେ ଜବାବରେ ତ୍ରୀପୁରା ଦଳ 48.2 ଓଭରରେ 120ରନରେ ଅଲଆଉଟ ହୋଇଥିଲା । ଫଳରେ ଓଡିଶା 44ରନରେ ମ୍ୟାଚକୁ ଜିତି ନେଇଥିଲା । ଓଡିଶା ଅଧିନାୟିକା ମାଧୁରୀ ମେହେଟ୍ଟାଙ୍କ ଆକ୍ରାମକ ବୋଲିଂ ଆଗାରେ ତିଷ୍ଠି ପାରି ନଥିଲା ତ୍ରୀପୁରା ଦଳ । ମଧୁସ୍ମିତା 9 ଓଭରର ବୋଲିଂରେ ଦୁଇଟି ମେଡନ ଓଭର ସହ ମାତ୍ର 15 ରନ ବ୍ୟୟରେ 5 ୱିକେଟ ଅକ୍ତିଆର କରିଥିଲେ ।












Click it and Unblock the Notifications