୫ରେ ସେମିଫାଇନାଲ ଫାଇଟ୍, ଟି-ଟ୍ୱେଣ୍ଟି ବିଶ୍ୱକପରେ ଭାରତ ୩-୨ ଇଂଲଣ୍ଡ
ୱେଷ୍ଟ ଇଣ୍ଡିଜକୁ ୫ ୱିକେଟ୍ରେ ହରାଇ ସେମି ଫାଇନାଲ୍ରେ ପ୍ରବେଶ କରିଥିବା ଭାରତୀୟ ଦଳ ଆସନ୍ତା ୫ ତାରିଖରେ ଇଂଲଣ୍ଡକୁ ଭେଟିବ । ଏଥିସହ ଉଭୟ ଦଳ ସେମି ଫାଇନାଲ୍ରେ କ୍ରମାଗତ ତୃତୀୟ ଥର ପାଇଁ ସାମ୍ନା ସାମ୍ନି ହେବେ । ୨୦୨୨ ଓ ୨୦୨୪ ବିଶ୍ୱକପ ସେମି ଫାଇନାଲରେ ଉଭୟ ଦଳ ପରସ୍ପରକୁ ଭେଟି ସାରିଛନ୍ତି । ୨୦୨୨ ବିଶ୍ୱକପ୍ ସେମି ଫାଇନାଲ୍ରେ ଇଂଲଣ୍ଡ ଦଳ ୧୦ ୱିକେଟ୍ରେ ଭାରତକୁ ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କରିଥିଲା ଓ ଫାଇନାଲ୍ରେ ପାକିସ୍ତାନକୁ ହରାଇ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଥିଲା । ସେହିପରି ୨୦୨୪ ବିଶ୍ୱକପ୍ ସେମି ଫାଇନାଲ୍ରେ ଇଂଲଣ୍ଡକୁ ୬୮ ରନ୍ରେ ହରାଇ ରୋହିତ ଶର୍ମାଙ୍କ ଭାରତୀୟ ଦଳ ଫାଇନାଲ୍ରେ ପ୍ରବେଶ କରିଥିଲା । ଫାଇନାଲ୍ରେ ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ଚାମ୍ପିଅନ ହୋଇଥିଲା ।

ଟି-ଟ୍ୱେଣ୍ଟି ବିଶ୍ୱକପରେ ଉଭୟ ଦଳ ପରସ୍ପରକୁ ୫ ଥର ଭେଟିଛନ୍ତି । ଏଥିରୁ ଭାରତ ୩ଟି ମ୍ୟାଚ ଜିତିଥିବାବେଳେ ଇଂଲଣ୍ଡ ୨ଟି ମ୍ୟାଚରେ ବିଜୟୀ ହୋଇଛି । ୨୦୦୭ ଟିଟ୍ୱେଣ୍ଟି ବିଶ୍ୱକପର ଗ୍ରୁପ୍ ପର୍ଯ୍ୟାୟ ମୁକାବିଲାକୁ କ୍ରିକେଟ୍ ପ୍ରେମୀ ଆଜି ପର୍ଯ୍ୟନ୍ତ ଭୁଲି ନାହାନ୍ତି । ଷ୍ଟୁଆର୍ଟ ବ୍ରଡଙ୍କ ଓଭରରେ ଯୁବରାଜ ସିଂହ ୬ଟି ଛକା ମାରି ରେକର୍ଡ କରିଥିଲେ । ଉକ୍ତ ମ୍ୟାଚରେ ସେ ୧୨ଟି ବଲରେ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ଯୁବରାଜଙ୍କ ଉଭୟ ଟି-ଟ୍ୱେଣ୍ଟି ବିଶ୍ୱକପ ରେକର୍ଡ ଏବେ ବି ଅତୁଟ ରହିଛି । ଭାରତ ଉକ୍ତ ମ୍ୟାଚକୁ ୧୮ ରନ୍ରେ ଜିତିଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ୪/୨୧୮ ରନ କରିଥିଲା । ଜବାବରେ ଇଂଲଣ୍ଡ ୬ ୱିକେଟ୍ ହରାଇ ୨୦୦ ରନ କରିବାକୁ ସକ୍ଷମ ହୋଇଥିଲା । ୨୦୦୯ ଟି-ଟ୍ୱେଣ୍ଟି ବିଶ୍ୱକପର ଉଭୟ ଦଳ ଐତିହାସିକ ଲର୍ଡ୍ସ କ୍ରିକେଟ୍ ଗ୍ରାଉଣ୍ଡରେ ପରସ୍ପରକୁ ଭେଟିଥିଲେ । ଭାରତକୁ ୩ ରନ୍ରେ ହରାଇ ଇଂଲଣ୍ଡ ପୂର୍ବ ପରାଜୟର ପ୍ରତିଶୋଧ ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୭/୧୫୩ ରନ କରିଥିଲା । ଜବାବରେ ଭାରତ ୫/୧୫୦ ରନ କରିବାକୁ ସକ୍ଷମ ହୋଇଥିଲା । ୨୦୧୨ ବିଶ୍ୱକପ୍ ଗ୍ରୁପ୍ ପର୍ଯ୍ୟାୟରେ ଉଭୟ ଦଳ ପୁନର୍ବାର ସାମ୍ନା ସାମ୍ନି ହୋଇଥିଲେ । ଭାରତ ୯୦ ରନ୍ରେ ଉକ୍ତ ମ୍ୟାଚ ଜିତିଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ୪/୧୭୦ ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଗୌତମ ଗମ୍ଭୀର ୪୫, ବିରାଟ କୋହଲି ୪୦ ଓ ରୋହିତ ଶର୍ମା ଅପରାଜିତ ୫୫ ରନ କରିଥିଲେ । ଜବାବରେ ଇଂଲଣ୍ଡ ୧୪.୪ ଓଭରରେ ମାତ୍ର ୮୦ ରନ କରି ଅଲ୍ ଆଉଟ୍ ହୋଇ ଯାଇଥିଲା । ଭାରତ ପକ୍ଷରୁ ହରଭଜନ ସିଂହ ୪ଟି ୱିକେଟ୍ ନେଇଥିଲେ ।
-
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଟ୍ରଫି ହାତେଇଲା ଟିମ ଇଣ୍ଡିଆ : ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ -
ୱେଲ୍ ଡନ୍ ଟିମ୍ ଇଣ୍ଡିଆ କହି ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଲେ ଜଣାଇଲେ ମୋଦୀ -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ଟି-୨୦ ୱାଲ୍ଡକପ୍ରେ ‘କ୍ଲୋଜିଂ ସେରେମନି’ରେ ଜମିବ ଗ୍ଲୋବାଲ ଷ୍ଟାରଙ୍କ ଜଲୱା -
ରବିବାର ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ ଫାଇଟ୍; ଅପରାହ୍ଣ ୫.୩୦ରେ ଆରମ୍ଭ ହେବ ଉଦଯାପନୀ ଉତ୍ସବ -
ଇତିହାସ ରଚିଲା ଟିମ୍ ଇଣ୍ଡିଆ, ଫାଇନାଲରେ ୯୬ ରନରେ ଜିତି ଟାଇଟଲ ବଜାୟ ରଖିଲା ଭାରତ -
ସରକାରଙ୍କ ବଡ଼ ନିଷ୍ପତ୍ତି, ତୃତୀୟ ସନ୍ତାନ ଜନ୍ମ କଲେ ମିଳିବ ୨୫ ହଜାର -
ଇରାନ ଜାହାଜକୁ ନେଇ ମୁହଁ ଖୋଲିଲେ ଜୟଶଙ୍କର ‘ଆମେ ଯାହା କରିଛୁ ଠିକ୍ କରିଛୁ’, -
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ…












Click it and Unblock the Notifications