Get Updates
Get notified of breaking news, exclusive insights, and must-see stories!

କ୍ରିକେଟର ପୃଥ୍ୱୀ ଶ' ଙ୍କୁ ମାରପିଟ କରିଥିବା କିଏ ଏହି ସୁନ୍ଦରୀ ସପନା ଗିଲ୍ ?

କ୍ରିକେଟର ପୃଥ୍ୱୀ ଶ’ଙ୍କୁ ଆକ୍ରମଣ କରିଥିବା ଯୁବତୀ ସପନା ଗିଲ୍ କିଏ ? ଦୁହିଁଙ୍କ ମଧ୍ୟରେ କଣ ରହିଛି ବିବାଦ ? ମାରପିଟ ଘଟଣା ପଛର କାରଣ କଣ ? ପୃଥ୍ୱୀ ଶ' ଙ୍କ ସହ ମାରପିଟ ଭିଡିଓ ସାମ୍ନାକୁ ଆସିବା ପରେ ସମ୍ପୃକ୍ତ ଯୁବତୀଙ୍କ ବିଷୟରେ ନିରନ୍ତର ଆଲୋଚନା ଚାଲୁଛି ।

Who is Sapna Gill

Who is Sapna Gill: କ୍ରିକେଟର ପୃଥ୍ୱୀ ଶ'ଙ୍କୁ ଆକ୍ରମଣ କରିଥିବା ଯୁବତୀ ସପନା ଗିଲ୍ କିଏ ? ଦୁହିଁଙ୍କ ମଧ୍ୟରେ କଣ ରହିଛି ବିବାଦ ? ମାରପିଟ ଘଟଣା ପଛର କାରଣ କଣ ? କ୍ରିକେଟର ପୃଥ୍ୱୀ ଶ' ଙ୍କ ସହ ମାରପିଟ ଭିଡିଓ ସାମ୍ନାକୁ ଆସିବା ପରେ ସମ୍ପୃକ୍ତ ଯୁବତୀଙ୍କ ବିଷୟରେ ନିରନ୍ତର ଆଲୋଚନା ଚାଲୁଛି । ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାରେ ରହିଛନ୍ତି ଏବେ ଏହି ଯୁବତୀ ସପନା ଗିଲ୍ । ତେବେ ଆସନ୍ତୁ ଜାଣିବା ଏହି ଭାଇରାଲ ଯୁବତୀଙ୍କ ବିଷୟରେ କିଛି ତଥ୍ୟ...

ସପନା ଗିଲ୍ କିଏ ?

Who is Sapna Gill

ସପନା ଗିଲ୍ ଜଣେ ବ୍ଲଗର ତଥା ୟୁଟ୍ୟୁବର । ସେ ସୋସିଆଲ ମିଡିଆରେ ବହୁତ ଲୋକପ୍ରିୟ । ଇନଷ୍ଟାଗ୍ରାମରେ ତାଙ୍କର 2.2 ଲକ୍ଷ ଫଲୋର୍ସ ରହିଛନ୍ତି । ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅନେକ ଲୋକଙ୍କ ସହ ରିଲ୍ସ ଭିଡିଓ କରିଛନ୍ତି । ସେ ରବି କିଶନ ଏବଂ ଦିନେଶ ଲାଲ ଯାଦବଙ୍କ ସହ କାଶୀ ଅମରନାଥ, ନିରୁହୁ ଚାଲାଲ ଲଣ୍ଡନ, ମେରା ୱାଟନରେ ଅଭିନୟ କରିଛନ୍ତି । ସପ୍ନା ଗିଲ୍ ଇନଷ୍ଟାଗ୍ରାମରେ ରିଲ୍ ସେୟାର୍ କରିବା ସହିତ ସେ ନିଜର ମଡେଲିଂ ଛବିଗୁଡିକୁ ସେୟାର୍ କରନ୍ତି । ସପନା ଗିଲ ଚଣ୍ଡିଗଡ଼ ନିବାସୀ । କିନ୍ତୁ ବର୍ତ୍ତମାନ ମୁମ୍ବାଇରେ ରୁହନ୍ତି । ସପନା ଗିଲ୍ ଇନଷ୍ଟାଗ୍ରାମ, ଜୋସ୍ ଆପ୍, ୟୁଟ୍ୟୁବ୍, ସ୍ନାପଚାଟରେ ଭଳି ସୋସିଆଲ ପ୍ଲାଟଫର୍ମରେ ବେଶ୍ ଆକ୍ଟିଭ୍ ରୁହନ୍ତି ।

Who is Sapna Gill

ଘଟଣା ପଛର କାରଣ କଣ ?

ଉଲ୍ଲେଖଥାଉ କି, ଗତକାଲି ରାତିରେ ମୁମ୍ବାଇର ସାହାରା ଷ୍ଟାର ହୋଟେଲରେ ଅଭିଯୁକ୍ତ ସପନା ଗିଲ୍ ଓ ତାଙ୍କ ବନ୍ଧୁ ଶୋବିଟ୍ ଠାକୁର ପୃଥ୍ୱୀ ଶ'ଙ୍କ ସହ ପ୍ରଥମେ ଗୋଟିଏ ସେଲଫି ଉଠାଇ ଥିଲେ । ତେବେ ଆଉ କିଛି ଅଧିକ ଫଟୋ ଉଠାଉବା ପାଇଁ ସେମାନେ ବାଧ୍ୟ କରିବାରୁ ପୃଥ୍ୱୀ ଶ' ମନା କରି ଦେଇଥିଲେ । କିନ୍ତୁ ସପନା ଗିଲ୍ ଓ ତାଙ୍କର ସାଙ୍ଗମାନେ ଶ'ଙ୍କୁ ଛାଡ଼ି ନଥିଲେ। ଫଳରେ ବାଧ୍ୟହୋଇ ଶ' ଓ ତାଙ୍କ ବନ୍ଧୁ ଆଶିଷ ଯାଦବ ଓ ହୋଟେଲ୍ ମ୍ୟାନେଜରଙ୍କୁ ଡାକିଥିଲେ। ସପନା ଗିଲ୍ ଓ ତାଙ୍କ ସାଙ୍ଗମାନଙ୍କୁ ହୋଟେଲ୍ ମ୍ୟାନେଜର ସେଠାରୁ ତଡ଼ି ଦେଇଥିଲେ। ଏହା ପରେ ରାଗ ରଖି ସପନା ଓ ତାଙ୍କ ସାଙ୍ଗମାନେ ହୋଟେଲ୍ ବାହାରେ ଜଗି ରହିଥିଲେ।

କିଛି ସମୟ ପରେ ପୃଥ୍ବୀ ଶ' ହୋଟେଲରୁ ବାହାରିବା ପରେ ତାଙ୍କୁ ଓ ତାଙ୍କ ବନ୍ଧୁ ସୁରେନ୍ଦ୍ର ଯାଦବଙ୍କୁ ଆକ୍ରମଣ ହୋଇଥିଲା । ଜୋଗେଶ୍ୱରୀ ଲିଙ୍କ୍ ରୋଡରେ ଥିବା ଲୋଟସ୍ ପେଟ୍ରୋଲ୍ ଷ୍ଟେସନ ନିକଟରେ ଏକ ବେସବଲ୍ ବ୍ୟାଟ୍ ସାହାଯ୍ୟରେ ପୃଥ୍ବୀ ଶ' ଏବଂ ତାଙ୍କ ବନ୍ଧୁଙ୍କୁ ଅଭିଯୁକ୍ତମାନେ ଆକ୍ରମଣ କରିଥିଲେ । ସପନା ଗିଲ୍ ବେସ୍‌ବଲ୍ ଷ୍ଟିକ୍ ସାହାଯ୍ୟରେ ପୃଥ୍ୱୀ ଶ'ଙ୍କ ବନ୍ଧୁଙ୍କ କାରରେ ପ୍ରହରାର କରିଥିଲେ। ଫଳରେ ତାଙ୍କ କାର କ୍ଷତିଗ୍ରସ୍ତ ହୋଇଥିଲା । ଓସିୱାରା ଥାନା ପୋଲିସ୍ ସପନା ଗିଲ୍ ଙ୍କୁ ଅଟକ ରଖି ପଚରା ଉଚରା କରିବା ପରେ ଗିରଫ କରିଥିଲା । ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ । ଏହି ମାମଲାରେ ଆହୁରି ୭ ଜଣ ଅଭିଯୁକ୍ତ ରହିଥିବା ବେଳେ ଗିରଫଦାରୀ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି ।

ଅନ୍ୟପଟେ ସପନା ଗିଲଙ୍କ ଓକିଲ ଅଭିଯୋଗ କରିଛନ୍ତି ଯେ ପୃଥ୍ୱୀ ଶ' ମଦ୍ୟପାନ କରି ସପନାଙ୍କୁ କାଠ ବ୍ୟାଟ୍ ଦ୍ୱାରା ଆକ୍ରମଣ କରିଥିଲେ। ତେବେ ପୋଲିସ କହିଛି ଯେ, ଏହି ଘଟଣା ଘଟିବା ବେଳେ ସପନା ଗିଲ ଏବଂ ତାଙ୍କ ବନ୍ଧୁ ମଦ୍ୟପାନ କରିଥିଲେ। ଏହି ପୁରା ଘଟଣାର ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଏହି ମାମଲାରେ ପୃଥ୍ୱୀ ଶ'ଙ୍କ ସହ ରହୁଥିବା ବନ୍ଧୁ ଆଶିଷ ଯାଦବ ଏକ ମାମଲା ଦାୟର କରିଛନ୍ତି । ସେ ଏକ କାଫେ ଚଳାନ୍ତି । ଯାଦବ ଗତ ତିନି ବର୍ଷ ଧରି ବାନ୍ଦ୍ରାଠାରେ ପୃଥ୍ୱୀ ଶ' ଙ୍କ ସହିତ ରହୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+