ଆଜି ଦ୍ବିତୀୟ ଦିନିକିଆ; ବିଜୟ ଲକ୍ଷ୍ୟରେ ଭାରତ

ସଂଘର୍ଷପୂର୍ଣ୍ଣ ପ୍ରଥମ ଦିନିକିଆ ମ୍ୟାଚ୍‌ ଜିତି ଘରୋଇ ଭାରତ ତିନି ମ୍ୟାଚ୍‌ର ଶୃଙ୍ଖଳାରେ ୧-୦ରେ ଆଗୁଆ ରହିଛି। ଫଳରେ କ୍ରମାଗତ ୯ଟି ମ୍ୟାଚ୍‌ ଜିତିଥିବା ନ୍ୟୁଜିଲାଣ୍ଡର ବିଜୟଧାରା ଭଙ୍ଗ ​ହୋଇଛି। ବୁଧବାର ଦ୍ବିତୀୟ ଦିନିକିଆ ଖେଳାଯିବ। ଶୃଙ୍ଖଳା ପରାଜୟରୁ ବଞ୍ଚିବାକୁ ହେଲେ ନ୍ୟୁଜିଲାଣ୍ଡକୁ ଏହି ମ୍ୟାଚ୍‌ ଜିତିବାକୁ ପଡ଼ିବ। ଅନ୍ୟପକ୍ଷରେ ଏହି ମ୍ୟାଚ୍‌ ଜିତି ଘରୋଇ ମାଟିରେ କ୍ରମାଗତ ୪ର୍ଥ ଦିନିକିଆ ଶୃଙ୍ଖଳା ଜିତିବା ଲକ୍ଷ୍ୟରେ ରହିଛି ଭାରତ।

Second day today

ନ୍ୟୁଜିଲାଣ୍ଡ ଦଳରେ ଅର୍ଦ୍ଧାଧିକ ପ୍ରମୁଖ ଖେଳାଳି ନ ଥିବାରୁ ମ୍ୟାଚ୍‌ ଜିତିବା ଏହା ପାଇଁ କଷ୍ଟକର ହୋଇପାରେ। ନ୍ୟୁଜିଲାଣ୍ଡ ସଂଘର୍ଷ କରି ମ୍ୟାଚ୍‌କୁ ୪୯ତମ ଓଭରକୁ ନେଇ ଯାଇଥିଲା; ଯାହା ଏହାକୁ ଆତ୍ମବିଶ୍ବାସ ଦେବ। ଭାରତୀୟ ପିଚ୍‌ରେ ଘରୋଇ ବୋଲରଙ୍କ ବିପକ୍ଷରେ ନ୍ୟୁଜିଲାଣ୍ଡ ୩୦୦ ରନ୍‌ କରିବା ବେଶ୍‌ ପ୍ରଶଂସନୀୟ। ଦ୍ବିତୀୟ ମ୍ୟାଚ୍‌​‌େ​‌ର ନ୍ୟୁଜିଲାଣ୍ଡ ବ୍ୟାଟିଂରେ ଅଧିକ ରନ୍‌ କରିବା ସହ ଉନ୍ନତ ବୋଲିଂ କରିବାର ପ୍ରୟାସ କରିବ।
ଭାରତୀୟ ପିଚ୍‌ରୁ ଫାଇଦା ଉଠାଇବା ପାଇଁ ନ୍ୟୁଜିଲାଣ୍ଡ ଦଳରେ ଜଣେ ଭଲ ସ୍ପିନର ନାହାନ୍ତି। ଭାରତରେ ଜନ୍ମଗ୍ରହଣ କରିଥିବା ଆଦିତ୍ୟ ଅଶୋକ ପ୍ରଥମ ମ୍ୟାଚ୍‌ରେ ସେପରି ପ୍ରଭାବ ପକାଇ ପାରିନଥିଲେ। ଅଶୋକ ଓ ବାମହାତି ସ୍ପିନର ଜେଡେନ୍ ଲିନକ୍ସଙ୍କ ମଧ୍ୟରୁ ଜଣେ ଖେଳିବେ। ଦଳର ପେସ୍‌ ବୋଲରଙ୍କ ମଧ୍ୟରୁ କାଏଲ୍‌ ଜେମିସନ୍‌ଙ୍କୁ ଛାଡ଼ି ଅନ୍ୟ କେହି ଭଲ ପ୍ରଦର୍ଶନ କରି ପାରିନଥିଲେ। ତଥାପି ସେମାନେ ଭାରତୀୟ ଇନିଂସର ୪୯ତମ ଓଭର ପର୍ଯ୍ୟନ୍ତ ସଂଘର୍ଷ କରିଥିଲେ।

ଭାରତୀୟ ଦଳରୁ ଋଷଭ ପନ୍ତ ଓ ୱାଶିଂଟନ ସୁନ୍ଦର ବାଦ୍‌ ପଡ଼ିଛନ୍ତି। ପନ୍ତଙ୍କ ଅନୁପସ୍ଥିତି ଭାରତ ଅନୁଭବ କରିବ ନାହିଁ। ହେଲେ ୱାଶିଂଟନ ସୁନ୍ଦର ବାଦ୍‌ପଡ଼ିବା ଭାରତୀୟ ଏକାଦଶର ଭାରସାମ୍ୟ ବଦଳାଇ ଦେବ। କାରଣ ସୁନ୍ଦର ପ୍ରମୁଖ ଅଫ୍‌ସ୍ପିନର ଥିବା ବେଳେ ଉପଯୋଗୀ ବ୍ୟାଟ୍‌ସମ୍ୟାନ। ତାଙ୍କ ସ୍ଥାନ ନେବା ପାଇଁ ଏବେ ଦୁଇ ଦାବିଦାର ଅଛନ୍ତି। ପେସ୍‌ ବୋଲିଂ ଅଲ୍‌ରାଉଣ୍ଡର ନୀତୀଶ କୁମାର ରେଡ୍‌ଡୀ ଓ ଦଳରେ ସାମିଲ ହୋଇଥିବା ଆୟୁଷ ବଦୋନିଙ୍କ ମଧ୍ୟରୁ ଜଣେ ଖେଳିବେ। ବଦୋନି ଭଲ ବ୍ୟାଟ୍‌ସମ୍ୟାନ ହେବା ସହ ଉପଯୋଗୀ ସ୍ପିନର। ରାଜକୋଟର ପିଚ୍‌ ସ୍ପିନରଙ୍କୁ ସୁହାଇବ। ପୁଣି ଦଳରେ ତୃତୀୟ ସ୍ପିନର ମଧ୍ୟ ନାହାନ୍ତି। ତେଣୁ ଚୂଡ଼ାନ୍ତ ଏକାଦଶ ବାଛିବା

ଭାରତ ପାଇଁ ସହଜ ହେବନାହିଁ। ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡର ଦୁଇ ଓପ୍‌ନର ଡେଭନ୍ କନ୍‌ୱେ ଓ ହେନ୍‌ରୀ ନିକୋଲ୍‌ସ ଶତକୀୟ ଭାଗୀଦାରି କରିବା ସହ ଅର୍ଦ୍ଧଶତକ ହାସଲ କରିଥିଲେ। ପ୍ରଥମ ମ୍ୟାଚ୍‌ର ହିରୋ ଥିଲେ ବିରାଟ କୋହଲି ଓ ଡ୍ୟାରିଲ ମିଚେଲ। ଦୁହେଁ ଅଳ୍ପକେ ଶତକରୁ ବଞ୍ଚିତ ହୋଇଥିଲେ। ଗତ କିଛି ମ୍ୟାଚ୍‌ରେ କୋହଲି ଓ ମିଚେଲ ନିୟମିତ ରନ୍‌ କରିଛନ୍ତି। ରାଜକୋଟରେ ଦୁହିଁଙ୍କ ବ୍ୟାଟ୍‌ରୁ ଅଧିକ ରନ୍‌ର ଆଶାକରିବେ ଉଭୟ ଦଳ। ମୋଟଉପରେ ବ୍ୟାଟିଂରେ ନ୍ୟୁଜିଲାଣ୍ଡ ଅପେକ୍ଷା ଭାରତ ଅଧିକ ଶକ୍ତିଶାଳୀ ରହିଛି। ଓପ୍‌ନର ରୋହିତ ଶର୍ମା ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରିପାରନ୍ତି। ରାଜକୋଟରେ କାକରର କମ୍‌ ପ୍ରଭାବ ରହିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+