ସୌରାଷ୍ଟ୍ର ବନିଲା ରଣଜୀ ଚାମ୍ପିୟନ: ବେଙ୍ଗଲକୁ କଲା ୯ ୱିକେଟରେ ପରାସ୍ତ
ରଣଜୀ ଟ୍ରଫି 2023 ର ଫାଇନାଲରେ ସୌରାଷ୍ଟ୍ର ବେଙ୍ଗକୁ ୯ ୱିକେଟରେ ପରାସ୍ତ କରିଛି । ଏହା ସହିତ ଗତ ତିନି ଋତୁରେ ଦ୍ୱିତୀୟ ଥର ପାଇଁ ଦଳ ଚାମ୍ପିୟନ ହୋଇଛି ।

Ranji Trophy Final: ରଣଜୀ ଟ୍ରଫି 2023 ର ଫାଇନାଲରେ ସୌରାଷ୍ଟ୍ର ବେଙ୍ଗକୁ ୯ ୱିକେଟରେ ପରାସ୍ତ କରିଛି । ଏହା ସହିତ ଗତ ତିନି ଋତୁରେ ଦ୍ୱିତୀୟ ଥର ପାଇଁ ଦଳ ଚାମ୍ପିୟନ ହୋଇଛି । ୨୦୧୯-୨୦ ଦଳ ପ୍ରଥମ ଥର ଟ୍ରଫି ହାତେଇଥିବା ବେଳେ ପୁଣିଥରେ ଦଳ ମୁକୁଟ ହାତେଇଛି । ଫାଇନାଲରେ ଦଳ ବେଙ୍ଗଲକୁ ୯ ୱିକେଟରେ ପରାସ୍ତ କରିଥିଲା ।
ଫାଇନାଲରେ ବେଙ୍ଗଲ ପ୍ରଥମ ଇନିଂସରେ 174 ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ସୌରାଷ୍ଟ୍ର 404 ରନ୍ ସ୍କୋର କରିଥିଲେ। ଏଥି ସହିତ ବେଙ୍ଗଲ ଦଳ ଦ୍ୱିତୀୟ ଇନିଂସରେ ମାତ୍ର 241 ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲା । ଫଳରେ ସୌରାଷ୍ଟ୍ର ଦ୍ୱିତୀୟ ଇନିଂସରେ 14 କରି ଗୋଟିଏ ୱିକେଟ୍ ହରାଇ ଫାଇନାଲ୍ ମ୍ୟାଚ୍ ଜିତି ନେଇଥିଲା। ତାଙ୍କ ଦଳକୁ ଚାମ୍ପିୟନ କରିବା ପାଇଁ ସୌରାଷ୍ଟ୍ରର ଅଧିନାୟକ ଜୟଦେବ ଉନାଦକତ୍ 9 ୱିକେଟ୍ ନେଇଥିଲେ। ତାଙ୍କୁ ତାଙ୍କୁ ପ୍ଲେୟାର ଅଫ ଦ ମ୍ୟାଚ୍ ଭାବେ ବିବେଚିତ କରାଯାଇଛି । ଏଥି ସହିତ ଟୁର୍ଣ୍ଣାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରିଥିବା ଅର୍ପିତ ଭାସାଭଡାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଭାବରେ ସମ୍ମାନିତ କରାଯାଇଥିଲା।
ତେବେ ଜୟଦେବ ଉନାଦକତ୍ ତାଙ୍କ ଅଧିନାୟକତ୍ୱରେ ଦ୍ୱିତୀୟ ଥର ପାଇଁ ସୌରାଷ୍ଟ୍ରକୁ ଚାମ୍ପିଅନ୍ କରିଛନ୍ତି । ସେ ଉଭୟ ଅଧିନାୟକ ତଥା ଖେଳାଳି ଭାବରେ ଉତ୍କର୍ଷ ହୋଇଛନ୍ତି ଏବଂ ତିନି ବର୍ଷ ମଧ୍ୟରେ ଦୁଇଥର ଚାମ୍ପିଅନ୍ ହେବାରେ ସଫଳ ହୋଇଛନ୍ତି ।












Click it and Unblock the Notifications