ବିଶ୍ୱ ରେକର୍ଡ କଲେ କିଲିଆନ୍ ଏମ୍ବାପେ, ମିଳିଲା 2700 କୋଟି ଅଫର
Kylian Mbappe: ଫ୍ରାନ୍ସର କିଲିୟାନ ଏମବାପ୍ପେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଫୁଟବଲ ଖେଳାଳି । ଗତ ଫିଫା ବିଶ୍ୱକପ ସମୟରେ 24 ବର୍ଷୀୟ ଏମବାପ୍ପେ ଫାଇନାଲରେ ଯେଉଁଭଳି ଭାବେ ସଂଘର୍ଷ କରିଥିଲେ ତାଙ୍କ ଆଗରେ କିମ୍ବଦନ୍ତୀ ଖେଳାଳି ଲିଓନେଲ ମେସିଙ୍କ ଯାଦୁ ମଧ୍ୟ ଫିକା ପଡ଼ି ଯାଇଥିଲା ।
ତେବେ ଏହା ମଧ୍ୟରେ ଏମବାପ୍ପେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ସାଉଦି ଆରବର ଫୁଟବଲ କ୍ଲବ ଅଲ-ହିଲାଲ 2700 କୋଟି ଟଙ୍କା ଟେଣ୍ଡର କରି ଫ୍ରାନ୍ସର ଏହି ତାରକା ଫୁଟବଲ ଖେଳାଳିଙ୍କ ପାଇଁ ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରିଛି । ଏମ୍ବାପେଙ୍କୁ କିଣିବା ପାଇଁ ଅଲ-ହିଲାଲ PSG ଫୁଟବଲ କ୍ଲବକୁ 300 ନିୟୁତ ୟୁରୋ ପ୍ରଦାନ କରିଛି । ଏହି ଅଫର ପରେ ଫ୍ରେଞ୍ଚ କ୍ଲବ PSG ତାଙ୍କୁ ବୁଝାମଣା କରିବାକୁ ଅନୁମତି ଦେଇଛି। ଯଦି ଏହି ଡିଲ୍ ନିଶ୍ଚିତ ହୁଏ, ତେବେ ଏହା ବିଶ୍ଲ ଫୁଟବଲରେ ସବୁଠୁ ବଡ ବିଡ୍ ହେବ ।

ଆସନ୍ତା 2024ରେ ଏମ୍ବାପ୍ପେ ପ୍ୟାରିସ ସେଣ୍ଟ ଜର୍ମେନର ଫ୍ରି ଏଜେଣ୍ଟ ଭାବେ କ୍ଲବ ଛାଡ଼ିବାକୁ ଚାହୁଁଛନ୍ତି । ଏଭଳି ସ୍ଥିତିରେ ପିଏସଜି ଏମ୍ବାପ୍ପେଙ୍କ ଚୁକ୍ତିକୁ ବୃଦ୍ଧି କରିପାରେ ବା ତାଙ୍କୁ ଅଧିକ ବିଡରେ ବିକ୍ରି କରିପାରେ । ଏମ୍ବାପ୍ପେଙ୍କ ସହିତ ପିଏସଜିର ହୋଇଥିବା ଚୁକ୍ତି ଆଉ 1 ବର୍ଷ ବାକି ଥିବାବେଳେ ପିଏସଜି ତାଙ୍କୁ ଏବେ ଛାଡ଼ିବାକୁ ଚାହୁଁଛି । କିନ୍ତୁ ଏମବାପ୍ପେ ଏକ ନୂଆ ଚୁକ୍ତି ସାଇନ କରିବାକୁ ମନା କରି ଦେଇଛନ୍ତି ଓ ସେ ଆସନ୍ତା ବର୍ଷ ରିୟଲ ମାଡ୍ରିଦରେ ଯୋଗ ଦେବେ ବୋଲି ଫ୍ରେଞ୍ଚ ଚାମ୍ପିୟନ୍ସ ଅନୁମାନ ମାଗିଛନ୍ତି । ଗତ ବର୍ଷ ସ୍ପେନର ଫୁଟବଲ କ୍ଲବ ରିଅଲ ମାଡ୍ରିଡ କିଲିଆନ ଏମ୍ବାପେଙ୍କ ପାଇଁ 1600 କୋଟି ଟଙ୍କା ପ୍ରସ୍ତାବ ଦେଇଥିଲା।
2018 ମସିହାରୁ କିଲିଆନ୍ ଏମ୍ବାପେ PSG କ୍ଲବର ଏକ ଅଂଶ ହୋଇ ରହିଛନ୍ତି । ସେ 1400 କୋଟି ଟଙ୍କାରେ ଏହି କ୍ଲବରେ ସାମିଲ ହୋଇଥିଲେ । 2022 ମସିହାରେ ଅନୁଷ୍ଠିତ ଫିଫା ବିଶ୍ୱକପରେ କିଲିଆନ୍ ଏମ୍ବାପେ ଫ୍ରାନ୍ସ ଦଳ ପାଇଁ ଚମତ୍କାର ପ୍ରଦର୍ଶନ କରିଥିଲେ । ଯଦିଓ ସେ ଫାଇନାଲ ମ୍ୟାଚରେ ଆର୍ଜେଣ୍ଟିନା ବିପକ୍ଷରେ ନିଜ ଦଳ ଜିତିବାରେ ସଫଳ ହୋଇପାରି ନଥିଲେ ।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications