Get Updates
Get notified of breaking news, exclusive insights, and must-see stories!

ବିଶ୍ୱ ନମ୍ବର-୧ ଯୋଡ଼ିଙ୍କୁ ହରାଇ କୋରିଆ ଓପନ ଜିତିଲେ ଚିରାଗ-ସାଇରାଜଙ୍କ ଯୋଡି

ନୂଆଦିଲ୍ଲୀ: ଭାରତର ଚିରାଗ ଶେଟ୍ଟୀ ଓ ସାତ୍ୱିକ ସାଇରାଜ ଯୋଡି କୋରିଆ ଓପନ ବ୍ୟାଡମିଂଟନର ପୁରୁଷ ଡବଲ୍ସ ଟାଇଟଲ ହାସଲ କରିଛନ୍ତି । ଫାଇନାଲରେ ସେମାନେ ଇଣ୍ଡୋନେସିଆର ଫଜର ଅଲଫିୟାନ ଓ ମହମ୍ମଦ ରିୟାନ ଆଦିୟୋତାଙ୍କ ୧୭-୨୧, ୨୧-୧୩, ୨୧-୧୪ ସେଟରେ ପରାସ୍ତ କରିଥିଲେ ।

ସତ୍ୱିକ-ଚିରାଗ ଶେଟ୍ଟୀ ପ୍ରଥମ ଗେମ୍ ୧୭-୨୧ ରେ ହାରି ଯାଇଥିଲେ । କିନ୍ତୁ ଦ୍ୱିତୀୟ ଗେମ୍ ୨୧-୧୩ ଜିତି ପୁଣି ମ୍ୟାଚକୁ ଫେରିଥିଲେ । ଶେଷ ଅର୍ଥାତ ନିର୍ଣ୍ଣାୟକ ଗେମରେ, ଭାରତୀୟ ଯୋଡି ଚମତ୍କାର ଖେଳିଥିଲେ ଏବଂ ଆରମ୍ଭରୁ ୭-୩ ଅଗ୍ରଣୀ ନେଇଥିଲେ, ଯାହା ଶୀଘ୍ର ୧୧-୮ କୁ ବୃଦ୍ଧି ପାଇଲା ।

Satwiksairaj Rankireddy And Chirag Shetty

ଶେଷରେ ସେମାନେ ଖେଳକୁ ୨୧-୧୪ ସମାପ୍ତ କରିଥିଲେ ଏବଂ ଟାଇଟଲ୍ ମଧ୍ୟ ଜିତିଲେ । ଏହା ହେଉଛି ସାତ୍ୱିକ-ଚିରାଗଙ୍କର ତୃତୀୟ ସୁପର ୫୦୦ ଟାଇଟଲ୍ ବିଜୟ । ଭାରତୀୟ ଯୋଡ଼ୀ ସାତ୍ୱିକ ସାଇରାଜ-ଚିରାଗ ସେଟ୍ଟୀ ଯୋଡ଼ି ସେମିଫାଇନାଲରେ ଚୀନ୍‌ର ୱାଇ କେଙ୍ଗ/ୱାଙ୍ଗ ଚାଙ୍ଗଙ୍କୁ ୨୧-୧୫, ୨୪-୨୨ ରେ ପରାସ୍ତ କରିବା ପରେ ଫାଇନାଲରେ ପ୍ରବେଶ କରିଥିଲେ ।

୨୦୨୨ ରାଜ୍ୟଗୋଷ କ୍ରୀଡା ବିଜେତା ଭାରତୀୟ ଯୋଡିଙ୍କ ଏହା କ୍ରମାଗତ ୧୦ମ ବିଜୟ । ସୁଇସ ଓପନ, ଏସୀୟ ଚାମ୍ପିୟନଶିପ ଓ ଇଣ୍ଡୋନେସିଆ ଓପନରେ ସେମାନେ ବିଜୟ ହାସଲ କରିଛନ୍ତି । ସାତ୍ୱିକ-ଚିରାଗ ଯୋଡ଼ି ହେବା ପରେ ରାଜ୍ୟଗୋଷ୍ଠି କ୍ରୀଡ଼ାର ସ୍ୱର୍ଣ୍ଣ ପଦକ, ଥୋମାସ୍ କପ୍ ସ୍ୱର୍ଣ୍ଣ ପଦକ, ବିଶ୍ୱ ଚାମ୍ପିଅନସିପ୍ ରେ ବ୍ରୋଞ୍ଜ ପଦକ ଏବଂ ସୁପର ୩୦୦ (ସୟଦ ମୋଦୀ ଏବଂ ସ୍ୱିସ୍ ଓପନ୍‌), ସୁପର ୫୦୦ (ଥାଇଲ୍ୟାଣ୍ଡ ଏବଂ ଇଣ୍ଡିଆ ଓପନ୍‌), ସୁପର ୭୫୦ (ଫ୍ରେଞ୍ଚ ଓପନ୍‌) ଏବଂ ଇଣ୍ଡୋନେସିଆ ଓପନ୍ ସୁପର ୧୦୦୦ ଟାଇଟଲ୍ ସମେତ ଅନେକ ଟାଇଟଲ୍ ଜିତିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+