ଶେଷରେ ସରଫରାଜ୍ ଖାନଙ୍କୁ ମିଳିଲା ସୁଯୋଗ, ଇଂଲଣ୍ଡ ଵିରୁଦ୍ଧରେ ପରାଜୟ ପରେ ଦଳରେ ସାମିଲ୍

IND vs ENG:ଲମ୍ବା ସମୟର ଅପେକ୍ଷା ଏବଂ କଠିନ ପରିଶ୍ରମ ପରେ ସରଫରାଜ ଖାନଙ୍କୁ ଭାରତୀୟ ଦଳରେ ହୋଇଛନ୍ତି ସାମିଲ । ଇଂଲଣ୍ଡ ବିପକ୍ଷ ସିରିଜର ଦ୍ୱିତୀୟ ଟେଷ୍ଟ ପାଇଁ ତାଙ୍କୁ ଟିମ୍ ଇଣ୍ଡିଆରେ ଅନ୍ତର୍ଭୁକ୍ତ କରାଯାଇଛି । ମୁମ୍ବାଇର ବ୍ୟାଟ୍ସମ୍ୟାନ୍ ସରଫରାଜ ଖାନ ଶେଷରେ ଭାରତୀୟ ଟେଷ୍ଟ ଦଳରେ ସ୍ଥାନ ପାଇଛନ୍ତି । ଦୀର୍ଘ ଦିନ ଧରି ଟିମ୍ ଇଣ୍ଡିଆର କବାଟ ବାଡେଇଥିବା ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପାଇଁ ମନୋନୀତ ହୋଇଛନ୍ତି ।

ସେ ଦଳରେ ଆହତ କେ.ଏଲ୍ ରାହୁଲଙ୍କ ସ୍ଥାନ ନେବେ । ଡିସେମ୍ବର ୨୦୧୪ ରେ ସରଫରାଜ ତାଙ୍କର ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଥିଲେ । ନଅ ବର୍ଷ ପରେ ସେ ଭାରତୀୟ ଟେଷ୍ଟ ଦଳରେ ସ୍ଥାନ ପାଇଲେ । ସରଫରାଜ ଗତ କିଛି ବର୍ଷ ମଧ୍ୟରେ ଏପରି ପ୍ରଦର୍ଶନ କରିଛନ୍ତି ଯେ ତାଙ୍କୁ ଅଣଦେଖା କରିବା ଦଳ ପାଇଁ କଷ୍ଟକର ହୋଇପଡିଛି । ଯେତେବେଳେ ବି ଦଳର ଚୟନ ହେଉଥାଏ ସେତେବେଳେ ସରଫରାଜ ସେଠାରେ ଉପସ୍ଥିତ ରହୁନଥିବା କାରଣରୁ ଚୟନକର୍ତ୍ତା ମାନେ ତାଙ୍କୁ ନେଇ ଆଲୋଚନ ମଧ୍ୟ କରନ୍ତି । ବର୍ତ୍ତମାନ ରାହୁଲଙ୍କ ଆଘାତ ହେତୁ ଏହି ଖେଳାଳିଙ୍କ ଭାଗ୍ୟ ଖୋଲିଯାଇଛି ।

ମୁମ୍ବାଇ ପାଇଁ ମଧ୍ୟମ କ୍ରମରେ ସରଫରାଜ ବ୍ୟାଟ୍ସମ୍ୟାନ୍ । ନିକଟ ଅତୀତରେ ରାହୁଲ ମଧ୍ୟ ଭାରତ ପାଇଁ ଟେଷ୍ଟ ମ୍ୟାଚରେ ମଧ୍ୟମ କ୍ରମରେ ଖେଳୁଥିଲେ । ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଫେବୃଆରୀରୁ ବିଶାଖାପାଟନମରେ ଖେଳାଯିବ । ଟିମ୍ ଇଣ୍ଡିଆ ହାଇଦ୍ରାବାଦରେ ପ୍ରଥମ ମ୍ୟାଚ୍ ୨୮ ରନରେ ହରିଥିଲା । ବର୍ତ୍ତମାନ ଟେଷ୍ଟ ମ୍ୟାଚ୍ର ଭାରତ ୦-୧ରେ ପଛରେ ରହିଛି ।
ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ସମୟରେ ଭାରତ ଉପରେ ବହୁତ ଚାପ ରହିବ । ବର୍ତ୍ତମାନ ଦେଖିବାକୁ ବାକି ରହିଲା ସରଫରାଜ ଡେବ୍ୟୁ କରିବାର ସୁଯୋଗ ପାଉଛନ୍ତି କି ନାହିଁ, କାରଣ ଦଳରେ ଆଉ ଜଣେ ମଧ୍ୟମ କ୍ରମର ବ୍ୟାଟ୍ସମ୍ୟାନ୍ ରାଜତ ପାଟିଦାର ଅଛନ୍ତି । ସେ ତାଙ୍କର ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିବାକୁ ମଧ୍ୟ ଅପେକ୍ଷା କରିଛନ୍ତି ।

Sarfaraz Khan

୨୦୨୦ ଠାରୁ କ୍ରମାଗତ ଭାବରେ ଦଳ ପାଇଁ ସରଫରାଜ ଭଲ ପ୍ରଦର୍ଶନ କରୁଛନ୍ତି । ୨୦୨୨-୨୩ ସିଜନରେ ସରଫରାଜ ୬ଟି ମ୍ୟାଚ୍ ରେ ୫୫୬ ରନ୍ ସଂଗ୍ରହ କରିଛନ୍ତି, ଯେଉଁଥିରେ ତିନୋଟି ଶତକ ମଧ୍ୟ ଥିଲା । ଏଥି ସହିତ, ୨୦୨୧-୨୨ ସିଜିନର ୬ ଟି ମ୍ୟାଚରେ ସେ ହାରାହାରି ୧୨୨.୭୫ ରେ ୯୮୨ ରନ୍ ସ୍କୋର କରିଥିଲେ, ଯେଉଁଥିରେ ଚାରି ଶତକ ଅନ୍ତର୍ଭୁକ୍ତ ଥିଲା ।

୨୦୧୯-୨୦ ସିଜନରେ, ସରଫାରାଜ ମୁମ୍ବାଇ ପାଇଁ ୯୨୮ ରନ୍ ସ୍କୋର କରି ହାରାହାରି ୧୫୪.୬୬ ରେ ଚମତ୍କାର ପ୍ରଦର୍ଶନ କରିଥିଲେ, ଯେଉଁଥିରେ ତିନି ଶତକ ଅନ୍ତର୍ଭୁକ୍ତ ଥିଲା । ଏହାର ଅର୍ଥ ହେଉଛି ସରଫରାଜ ମୋଟ ୧୦ ସେଞ୍ଚରୀ ମାରିଛନ୍ତି । ତିନୋଟି ଘରୋଇ ସିଜନରେ ତାଙ୍କର ୨୪୬୬ ରନ୍ ଅଛି, ଯାହା ଏକ ଭଲ ରେକର୍ଡ । ତାଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ନାହାଁନ୍ତି ଯିଏ ଗତ ତିନି ସିଜନରେ ଏପରି ସଫଳତା ହାସଲ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+