ରାହୁଲ୍‌ଙ୍କ ପରେ ପନ୍ତ, ମ୍ୟାଚ୍ ପରାଜୟ ପରେ ମୈଦାନକୁ ଚାଲିଆସିଲେ, ଆଉ ପନ୍ତଙ୍କ ଉପରେ ବର୍ଷିଲେ ଗୋଏଙ୍କା

IPL ୨୦୨୫ର ଚତୁର୍ଥ ମ୍ୟାଚ୍ ଥିଲା ବହୁତ ରୋମାଞ୍ଚକର ଥିଲା । ଶେଷ ଓଭରରେ ଶେଷ ୱିକେଟ ଥାଇ ଜିତିଲା ଦିଲ୍ଲୀ । ହିରୋ ହେଲେ ଆଶୁତୋଷ ।

ବିଶାଖାପାଟଣାରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଲକ୍ଷ୍ନୌ ସୁପରଜାଏଣ୍ଟସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ର ଫଳାଫଳ ଶେଷ ଓଭରରେ ନିର୍ଣ୍ଣୟ ହୋଇଥିଲା । ଗୋଟିଏ ସମୟରେ ସହଜ ବିଜୟ ଆଡ଼କୁ ଯାଉଥିବା ଲକ୍ଷ୍ନୌ ଦଳକୁ ଶେଷରେ ୧ ୱିକେଟରେ ପରାଜୟର ସାମ୍ନା କରିବାକୁ ପଡିଲା।

Sanjiv Goenka holds Rishabh Pant

ଲକ୍ଷ୍ନୌ ଦିଲ୍ଲୀକୁ ବିଜୟ ପାଇଁ ୨୧୦ ରନର ଟାର୍ଗେଟ ଦେଇଥିଲା । ତେବେ ଡିସି ମାତ୍ର ୬୫ ରନରେ ହରାଇଥିଲା ୫ ୱିକେଟ । କିନ୍ତୁ ପରେ ଓଲଟି ଯାଇଥିଲା ପୂରା ମ୍ୟାଚ୍ । ଲକ୍ଷ୍ନୌ ଟାର୍ଗେଟକୁ ଅତି ସହଜରେ ହାସଲ କରିନେଇଥିଲା ଦିଲ୍ଲୀ । ଏହି ମ୍ୟାଚ୍ ପରେ, ଏପରି କିଛି ଘଟିଥିଲା ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।

ଲକ୍ଷ୍ନୌ ସୁପରଜାଏଣ୍ଟସର ଏହି ପରାଜୟ ପରେ, ଫ୍ରାଞ୍ଚାଇଜ୍ ମାଲିକ ସଞ୍ଜିବ ଗୋଏଙ୍କାଙ୍କୁ ପଡ଼ିଆରେ ଦେଖିବାକୁ ମିଳିଥିଲା । ଆଉ ସେହି ପୁରୁଣା ମୁଡ ।

ଗତ ସିଜିନରେ LSG ପରାଜୟ ପରେ ସଞ୍ଜିବ ଗୋଏଙ୍କା କେଏଲ ରାହୁଲଙ୍କ ସହ ପ୍ରବଳ ଯୁକ୍ତିତର୍କ ହୋଇଥିବା ନଜର ଆସିଥିଲା । ଆଉ ଏଥର ବି ସେ ପନ୍ତଙ୍କୁ କିଛି ବୁଝାଉଥିବାର ଦେଖାଯାଇଥିଲା । ଏହି ସମୟ ମଧ୍ୟରେ, ଦୁହିଁଙ୍କ ମଧ୍ୟରେ ବହୁତ ସମୟ ଧରି କଥାବାର୍ତ୍ତା ହୋଇଥିଲା । ଦଳର ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ୍ ଲାଙ୍ଗର ଏହି ଆଲୋଚନାରେ ସାମିଲ ଥିଲେ।

ଏହି କଥାବାର୍ତ୍ତାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହା ଲାଗୁଛି ବୋଧ୍‌ହୁଏ ପୂର୍ବଥର ଭଳି ଏଥର ବି ରାଗିଛନ୍ତି ଗୋଏଙ୍କା ।

୨୦୨୪ ମସିହାରେ କେଏଲ ରାହୁଲ ଲକ୍ଷ୍ନୌ ସୁପରଜିଆଣ୍ଟସର ଅଧିନାୟକ ଥିଲେ । ତେବେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଏକ ବଡ଼ ପରାଜୟ ପରେ ସଞ୍ଜିବ ଗୋଏଙ୍କା ଅଧିନାୟକ କେଏଲ ରାହୁଲଙ୍କ ଉପରେ ବର୍ଷିଥିଲେ ।

ଆଉ ଏହି ଘଟଣା ସହିତ ଜଡିତ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହା ପରେ ଖବର ଆସିଥିଲା ଯେ ସଞ୍ଜିବ ଗୋଏଙ୍କା ଏବଂ କେଏଲ ରାହୁଲଙ୍କ ମଧ୍ୟରେ କିଛି ଠିକ୍ ଚାଲିନି । ସେହି ସମୟରେ, କେଏଲ ରାହୁଲ ମଧ୍ୟ ଦଳ ଛାଡି ଦେଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+