Get Updates
Get notified of breaking news, exclusive insights, and must-see stories!

ଶେଷ ହେଲା ସାନିଆ ମିର୍ଜାଙ୍କ ଟେନିସ କ୍ୟାରିୟର୍‌, ବିଦାୟୀ ମ୍ୟାଚରେ ଭାବପ୍ରବଣ ହୋଇ କାନ୍ଦି ପକାଇଲେ

ଭାରତୀୟ ଟେନିସ୍ ଷ୍ଟାର ସାନିଆ ମିର୍ଜାଙ୍କ କ୍ୟାରିୟର ଶେଷ ହୋଇଛି । ନିଜର ଶେଷ ଗ୍ଲାଣ୍ଡସ୍ଲାମରେ ପରାଜିତ ହୋଇ ରନର୍ସଅପ୍‌ ସହ ନିଜ ଟେନିସ କ୍ୟାରିୟରକୁ ଅଲବିଦା କହିଛନ୍ତି ସାନିଆ ।

Sania Mirzs Farewell Match: ଭାରତୀୟ ଟେନିସ୍ ଷ୍ଟାର ସାନିଆ ମିର୍ଜାଙ୍କ କ୍ୟାରିୟର ଶେଷ ହୋଇଛି । ନିଜର ଶେଷ ଗ୍ଲାଣ୍ଡସ୍ଲାମରେ ପରାଜିତ ହୋଇ ରନର୍ସଅପ୍‌ ସହ ନିଜ ଟେନିସ କ୍ୟାରିୟରକୁ ଅଲବିଦା କହିଛନ୍ତି ସାନିଆ । ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ୍ ଓପନ୍ ମିକ୍ସଡ୍ ଡବଲ୍ସ ଫାଇନାଲରେ ସାନିଆ ଓ ରୋହନ ବୋପନ୍ନାଙ୍କ ଯୋଡ଼ି ବ୍ରାଜିଲର ଲୁଇସା ଷ୍ଟେଫାନୀ ଓ ରାଫେଲ ମାଟୋସଙ୍କ ନିକଟରୁ ପରାସ୍ତ ହୋଇଛନ୍ତି । ଏହି ମ୍ୟାଚରେ ଭାରତୀୟ ଯୋଡ଼ି ୬-୭, ୨-୬ ସେଟରେ ପରାସ୍ତ ହୋଇଛନ୍ତି ।

Sania Mirza

ମ୍ୟାଚ୍ ହାରିବା ପରେ ସାନିଆ ଖୁବ୍ ଭାବବିହ୍ୱଳ ହୋଇ ପଡ଼ିଥିଲେ । ମ୍ୟାଚ୍‌ ସରିବା ପରେ ସେ ସମସ୍ତଙ୍କୁ କୃତଜ୍ଞତା ଜଣାଇ ଟେନିସକୁ ଅଲବିଦା କହିଛନ୍ତି । ସାନିଆ ତାଙ୍କ ଦୀର୍ଘ ବର୍ଷର ଟେନିସ କ୍ୟାରିୟର ମଧ୍ୟରେ ୬ଥର ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଛନ୍ତି । ଏଥିରେ ୩ଟି ମହିଳା ଡବଲ୍ସ ଓ ୩ଟି ମିକ୍ସଡ ଡବଲ୍ସ ରହିଛି । ସାନିଆ ନିଜର ବିଦାୟୀ ଭାଷଣରେ କାନ୍ଦି ପକାଇଥିଲେ । ସେ କହିଥିଲେ ଯେ "ରୋହନ ହେଉଛନ୍ତି ମୋର ପ୍ରଥମ ମିକ୍ସଡ ଡବଲ୍ସ ପାର୍ଟନର। ମାତ୍ର ୧୪ ବର୍ଷ ବୟସରେ ଆମେ ଏକାଠି ଖେଳି ଟୁର୍ଣ୍ଣାମେଣ୍ଟ ଜିତିଥିଲୁ ।

ତେବେ ଆଜିର ମ୍ୟାଚରେ ଭାରତୀୟ ଯୋଡ଼ି ପ୍ରଥମ ସେଟରେ ଦମଦାର ପ୍ରଦର୍ଶନ କରିଥିଲେ ମଧ୍ୟ ୬-୭(୨)ରେ ହାରିଥିଲେ। ସେହିପରି ଦ୍ୱିତୀୟ ସେଟକୁ ଷ୍ଟେଫାନି ଓ ରାଫେଲ ଯୋଡ଼ି ୬-୨ରେ ବାଜିମାତ କରିଥିଲେ । ଏହି ପରାଜୟ ସହ ସାନିଆ ଓ ବୋପାନ୍ନାଙ୍କୁ ରନର୍ସଅପରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।

ପୂର୍ବତନ ପାକିସ୍ତାନ କ୍ରିକେଟର ସୋଏବ ମଲିକଙ୍କୁ ବିବାହ କରିଥିବା ସାନିଆଙ୍କ ପୁଅ ଏଜହାନ ମଧ୍ୟ ଷ୍ଟାଡିୟମରେ ଉପସ୍ଥିତ ଥିଲେ। ତାଙ୍କ ଉଦ୍ଦେଶ୍ୟରେ ସାନିଆ କହିଛନ୍ତି, "ମୋ ପିଲା ସାମ୍ନାରେ ମୁଁ ଗ୍ରାଣ୍ଡସ୍ଲାମ ଫାଇନାଲ ଖେଳିବି ବୋଲି କେବେ ଭାବି ନଥିଲି। ତେଣୁ ମୋ ୪ ବର୍ଷର ପୁଅ ଓ ମୋ ବାପା ମା' ଏଠାରେ ଉପସ୍ଥିତ ଥିବାରୁ ଏହି ଦିନଟି ଆହୁରି ସ୍ୱତନ୍ତ୍ର ହୋଇଛି।" ତେବେ ଅଷ୍ଟ୍ରେଲିଆ ଓପନ୍ ତାଙ୍କର ଶେଷ ଟୁର୍ଣ୍ଣାମେଣ୍ଟ ହେବ ବୋଲି ସାନିଆ ପୂର୍ବରୁ ଘୋଷଣା କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+