Get Updates
Get notified of breaking news, exclusive insights, and must-see stories!

କ୍ୟାରିୟରର ଶେଷ ଗ୍ରାଣ୍ଡସ୍ଲାମରେ ହାରିଲେ ସାନିଆ ମିର୍ଜା, ଶେଷ ହେଲା ଯାତ୍ରା

କ୍ୟାରିୟରର ଶେଷ ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟ ଖେଳୁଥିବା ଭାରତର ସାନିଆ ମିର୍ଜା ଅଷ୍ଟ୍ରେଲିଆନ ଓପନ ମହିଳା ଡବଲ୍ସର ଦ୍ୱିତୀୟ ରାଉଣ୍ଡରେ ହାରି ଯାଇଛନ୍ତି ।

ମେଲବୋର୍ଣ୍ଣ: କ୍ୟାରିୟରର ଶେଷ ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟ ଖେଳୁଥିବା ଭାରତର ସାନିଆ ମିର୍ଜା ଅଷ୍ଟ୍ରେଲିଆନ ଓପନ ମହିଳା ଡବଲ୍ସର ଦ୍ୱିତୀୟ ରାଉଣ୍ଡରେ ହାରି ଯାଇଛନ୍ତି । ଇଣ୍ଡୋ-କାଜାକ ଯୋଡି ବେଲଜିୟମର ଆଲିସନ ୱାନ ୟୁଟଭ୍ୟାଙ୍କ ଏବଂ ୟୁକ୍ରେନର ଆନହେଲିନା କାଲିନିନାଙ୍କଠାରୁ ୪-୬,୬-୪, ୨-୬ରେ ପରାଜିତ ହୋଇଛନ୍ତି । ଏହି ପରାଜୟ ସହିତ ସାନିଆଙ୍କ ଶେଷ ଗ୍ରାଣ୍ଡସ୍ଲାମରେ ଟାଇଟଲ ଜିତିବାର ଆଶା ପ୍ରାୟ ଶେଷ ହୋଇଯାଇଛି ।

Sania Mirza

କୋର୍ଟରୁ ପ୍ରସ୍ଥାନ କରିବା ବେଳେ ହାରିଯିବାଜନିତ ହତାଶା ତାରକା ଖେଳାଳି ସାନିଆଙ୍କ ମୁହଁରୁ ସ୍ପଷ୍ଟ ବାରି ହୋଇଯାଉଥିଲା। ଅଷ୍ଟ୍ରେଲିଆନ୍‌ ଓପେନ୍‌ ତାଙ୍କର ‌ଅନ୍ତିମ 'ଗ୍ରାଣ୍ଡ୍‌ ସ୍ଲାମ୍‌' ସେ ପୂର୍ବରୁ ଘୋଷଣା କରିଥିଲେ।

ଅପରପକ୍ଷରେ ନିଜ ଦେଶର ରୋହନ ବୋପାନ୍ନାଙ୍କ ସହ ସେ ମିକ୍ସଡ ଡବଲ୍ସ ଦ୍ୱିତୀୟ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି । ପ୍ରଥମ ରାଉଣ୍ଡରେ ସେମାନେ ଅଷ୍ଟ୍ରେଲିଆର ୱାଇଲ୍ଡ କାର୍ଡ ଏଂଟ୍ରି ଜ୍ୟାମୀ ଫୋରାଲିସ ଓ ଲ୍ୟୁକ ସେଭିଲଙ୍କୁ ୭-୫, ୬-୩ରେ ହରାଇଥିଲେ ।

୬ ଥର ଗ୍ରାଣ୍ଡ ସ୍ଲାମ ଜିତିଥିବା ସାନିଆ ପରବର୍ତୀ ରାଉଣ୍ଡରେ ମେଲିଚର ମାର୍ଟିନେଜ-ମ୍ୟାଟଭେ ମିଡଲେକୁପ ଏବଂ ଏଲେନା ପ୍ୟାରିଜ-ହ୍ୟାରୀ ହୋଲିଓଭରାଙ୍କ ମଧ୍ୟରେ ଅନୁଷ୍ଠିତ ମ୍ୟାଚର ବିଜେତାଙ୍କୁ ଭେଟିବେ । ବୋପାନ୍ନାଙ୍କ ସହ ସାନିଆ ୨୦୧୭ ଫ୍ରେଂଚ ଓପନ ଓ ମହେଶ ଭୂପତିଙ୍କୁ ସାଥୀ କରି ୨୦୦୯ରେ ଅଷ୍ଟ୍ରେଲିଆନ ଓପନ ଟାଇଟଲ ହାସଲ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+