Get Updates
Get notified of breaking news, exclusive insights, and must-see stories!

ଟେନିସରୁ ଅବସର ଘୋଷଣା କଲେ ସାନିଆ ମିର୍ଜା

ଟେନିସରୁ ଅବସର ନେବେ ସାନିଆ ମିର୍ଜା । ଚଳିତ ସିଜିନ ପରେ ଅଲବିଦା କହିବେ ଟେନିସ ତାରକା ସାନିଆ । ଅଷ୍ଟ୍ରେଲିଆ ଓପନ ଖେଳୁଥିବା ସାନିଆଙ୍କ ପାଇଁ ଏହା ଶେଷ ସିଜିନ୍ ହେବ ବୋଲି ସେ କହିଛନ୍ତି ।

ନୂଆଦିଲ୍ଲୀ: ଟେନିସରୁ ଅବସର ନେବେ ସାନିଆ ମିର୍ଜା । ଚଳିତ ସିଜିନ ପରେ ଅଲବିଦା କହିବେ ଟେନିସ ତାରକା ସାନିଆ । ଅଷ୍ଟ୍ରେଲିଆ ଓପନ ଖେଳୁଥିବା ସାନିଆଙ୍କ ପାଇଁ ଏହା ଶେଷ ସିଜିନ୍ ହେବ ବୋଲି ସେ କହିଛନ୍ତି । ଅବସର ନେଇ ନିଜେ ଘୋଷଣା କରିଛନ୍ତି ଟେନିସ ଷ୍ଟାର ସାନିଆ ମିର୍ଜା ।

ଅବସର ଘୋଷଣା

ଚଳିତ ଅଷ୍ଟ୍ରେଲିଆନ୍ ଓପନ୍ ମହିଳା ଡବଲ୍ସର ପ୍ରଥମ ରାଉଣ୍ଡରେ ହାରିବା ପରେ ସାନିଆ ଏହି ନିଷ୍ପତ୍ତି ନେଇଛନ୍ତି। ଡବଲ୍ସ ମ୍ୟାଚର ପ୍ରଥମ ରାଉଣ୍ଡ ହାରିବା ପରେ ସାନିଆ କହିଛନ୍ତି, ମୁଁ ନିଷ୍ପତ୍ତି ନେଇଛି ଯେ ଏହା ମୋର ଶେଷ ସିଜନ୍ ହେବ। ମୁଁ ସପ୍ତାହେ ଧରି ଖେଳିଆସୁଛି। ପୂରା ସିଜନ୍ ଖେଳିପାରିବି କି ନାହିଁ, ତାହା ଜାଣିନି। କିନ୍ତୁ ମୁଁ ପୂରା ସିଜନ୍ ଖେଳିବାକୁ ଚାହେଁ। ମୋ ଶରୀର ଆଉ ଆଗଭଳି ଖେଳିବାକୁ ଅନୁମତି ଦେଉନାହିଁ। ତା'ଛଡ଼ା ଯଦି ମୁଁ ଆହତ ହେଉଛି, ତାହେଲେ ସେଥିରୁ ସୁସ୍ଥ ହେବା ପାଇଁ ମୋତେ ଅଧିକ ସମୟ ଲାଗୁଛି।

ହାଇଦ୍ରାବାଦରେ ଜନ୍ମିତ ୩୫ ବର୍ଷୀୟା ସାନିଆ ୨୦୧୩ରେ ସିଙ୍ଗଲ୍ସରୁ ଅବସର ନେଇଥିଲେ। ତେବେ ୨୦୨୨ ବର୍ଷ ତାଙ୍କ କ୍ୟାରିୟରର ଶେଷ ସିଜନ୍ ହେବ ବୋଲି ସେ ଘୋଷଣା କରିଛନ୍ତି। ୨୦୦୩ ଅନ୍ତରାଷ୍ଟ୍ରୀୟ କ୍ଷେତ୍ରରେ କ୍ୟାରିୟର ଆରମ୍ଭ କରିଥିଲେ ସାନିଆ । ଅନେକ ରେକର୍ଡର ଅଧିକାରୀ ସେ । ଦେଶକୁ ବିଶ୍ୱ ସ୍ତରରେ ଖଘର୍ବିତ କରିଛନ୍ତି ସାନିଆ । ଟେନିସ ଭବିଷ୍ୟତରେ ପାଖାପାଖି ୨୦ ବର୍ଷ ନିଜର ଖେଳ ଜାରି ରଖିଛନ୍ତି ସାନିଆ ମିର୍ଜା । କିନ୍ତୁ ପ୍ରାୟ ଦୁଇ ଦଶନ୍ଧୀ ପରେ ଅବସର ନେଇ ଘୋଷଣା କରିଛନ୍ତି ସାନିଆ ମିର୍ଜା ।

ସାନିଆ ଆହୁରି କହିଛନ୍ତି, ମୋ ପୁଅ ଏବେ ତିନି ବର୍ଷର ହେଲାଣି ଏବଂ ମୁଁ ତା ସହ ଏତେ ଯାତ୍ରା କରି ତାକୁ ସମସ୍ୟାରେ ପକାଉଛି। ଆଉ ଏସବୁକୁ ମୋତେ ଧ୍ୟାନ ରଖିବାକୁ ପଡ଼ିବ। ଆଜି ମ୍ୟାଚରେ ମୋ ଆଣ୍ଠୁରେ ଖୁବ୍ ଯନ୍ତ୍ରଣା ହୋଇଥିଲା। ଆଉ ଏହି କାରଣରୁ ମୁଁ ମ୍ୟାଚ୍ ହାରିଛି ବୋଲି କହୁନାହିଁ। କିନ୍ତୁ ମୋତେ ଲାଗୁଛି, ଫିଟ୍ ହେବା ପାଇଁ ମୋତେ ଅଧିକ ସମୟ ଲାଗୁଛି, କାରଣ ମୋର ବୟସ ବଢ଼ୁଛି।

ସୂଚନାଯୋଗ୍ୟ, ସାନିଆ ୬ଥର ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ଜିତିଛନ୍ତି। ସେ ୨୦୧୫ରେ ୱିମ୍ବଲଡନ୍ ଓ ୟୁଏସ୍ ଓପନ ଏବଂ ୨୦୧୬ରେ ଅଷ୍ଟ୍ରେଲିଆନ୍ ଓପନ୍ ମହିଳା ଡବ୍ସଲ୍ସ ଟାଇଟଲ୍ ଜିତିଥିଲେ। ସେହିପରି ସାନିଆ ତିନିଥର ମିକ୍ସଡ୍ ଡବଲ୍ସ (୨୦୦୯ରେ ଅଷ୍ଟ୍ରେଲିଆନ୍ ଓପନ୍, ୨୦୧୨ରେ ଫ୍ରେଞ୍ଚ ଓପନ୍ ଓ ୨୦୧୪ରେ ୟୁଏସ୍ ଓପନ୍) ଟାଇଟଲ୍ ଜିତିଛନ୍ତି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+