Get Updates
Get notified of breaking news, exclusive insights, and must-see stories!

WFIର ଅଧ୍ୟକ୍ଷ ହେଲେ ବ୍ରିଜଭୂଷଣଙ୍କ ସହଯୋଗୀ, କୁସ୍ତିରୁ ଅବସର ନେଲେ ସାଷୀ

ଦିଲ୍ଲୀ:ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (WFI) ନିର୍ବାଚନ ଶେଷ ହେବା ପରେ ମହିଳା କୁସ୍ତି ଯୋଦ୍ଧା ସାକ୍ଷୀ ମଲିକ୍ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ମୁଁ କୁସ୍ତିରୁ ଅବସର ନେଉଛି । ଭାରତୀୟ ରେସଲିଂ ଫେଡେରେଶନର ନୂତନ ସଭାପତି ସଞ୍ଜୟ ସିଂ 'ବାବୁଲୁ' ଚୟନ ହେବା ପରେ ସାକସି ମଲିକ ଏହି ବଡ ଘୋଷଣା କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ମୁଁ କୁସ୍ତିରୁ ଅବସର ନେଉଛି କାରଣ ବ୍ରିଜ ଭୂଷଣଙ୍କ ପରି କେହି ଜଣେ ନିର୍ବାଚନରେ ଜିତିଛନ୍ତି ।

ଆମେ ଆପଣଙ୍କୁ କହି ରଖୁଛୁ ଯେ, WFI ନୂତନ ସଭାପତି ସଞ୍ଜୟ ସିଂ ବ୍ରିଜ ଭୂଷଣ ଶରଣ ସିଂଙ୍କ ଘନିଷ୍ଠ ସହଯୋଗୀ ।
ଡବ୍ଲୁଏଫଆଇ ନିର୍ବାଚନ ପରେ ବ୍ରିଜ ଭୂଷଣ ଶରଣ ସିଂ ବିରୋଧରେ ମୋର୍ଚା ଖୋଲିଥିବା କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆ, ସାକ୍ସି ମଲିକ ଏବଂ ବିନେଶ ଫୋଗାଟ ସାମ୍ବାଦିକ ସମ୍ମିଳନୀ କରିଥିଲେ ।

Sakshi malik

ସାକ୍ଷୀ ଆହୁରୀ କହିଛନ୍ତି ଯେ ଫେଡେରେଶନ ବିରୋଧରେ ଲଢେଇ ଅନେକ ବର୍ଷ ହେଲଣି କରୁଛି । ଆଉ ଯିଏ ଆଜି ଏହି ଫେଡେରେଶନର ଅଧ୍ୟକ୍ଷ ହୋଇଛନ୍ତି, ବ୍ରିଜଭୂଶଣଙ୍କ ପୁଅ ଠାରୁ ମଧ୍ୟ ପ୍ରିୟ ଅଟନ୍ତି କିମ୍ବା ଆପଣ କହିପାରିବେ, ତାଙ୍କର ସେ ହେଉଛନ୍ତି ଡାହାଣ ହାତ । ଆଉ ଯଦି ସେ ଏହି ଫେଡ଼ରେଶନରେ ରୁହନ୍ତି ,ତେବେ ମୁ ମୋ କୁସ୍ତିକୁ ଛାଡ଼ିଦେବି । ଆଉ ମୁଁ ସେଠି କେବେ ଦେଖା ଦେବି ନାହିଁ ବୋଲି କହିଛନ୍ତି ସାକ୍ଷୀ।

ସେ ଆହୁରି ମଧ୍ୟ କହିଛନ୍ତି, "ଆମେ ଜଣେ ମହିଳା ଅଧ୍ୟକ୍ଷ ପାଇଁ ଦାବି କରିଛୁ । ଯଦି ଅଧ୍ୟକ୍ଷ ଜଣେ ମହିଳା ହୁଅନ୍ତି , ତେବେ କୌଣସି ମହିଳା ହଇରାଣ ହେବେ ନାହିଁ । ପୂର୍ବରୁ ମହିଳାଙ୍କ ଅଂଶଗ୍ରହଣ ଏଥିରେ ହୋଇନଥିଲା ଏବଂ ଆଜି ବି ଆପଣ ଏହି ତାଲିକା ଦେଖିପାରିବେ, ଏଥିରେ ଜଣେ ବି ମହିଳାଙ୍କୁ ସ୍ଥାନ ଦିଆଯାଇନାହିଁ । ଯେଉଁଥିପାଇଁ କି ଆମେ ଆମର ସମସ୍ତ ଶକ୍ତି ସହିତ ଲଢ଼େଇ ଯାରି ରଖ୍‌ôଛୁ । "" କିନ୍ତୁ ଏହି ସଂଗ୍ରାମ ଜାରି ରହିବ । ନୂତନ ପିଢ଼ିର କୁସ୍ତିଯୋଦ୍ଧାମାନଙ୍କୁ ମଧ୍ୟ ଲଢ଼ିବକୁ ହେବ ।

ଏଥିସହ ବ୍ରିଜ ଭୂଷଣ ଚରଣ ସିଂଙ୍କ ବିରୋଧରେ ହୋଇଥିବା ଆନ୍ଦୋଳନକୁ ଆପଣମାନେ ସମର୍ଥନ କରିଥିବାରୁ ଆପଣମାନଙ୍କୁ ଧନ୍ୟବାଦ ଜଣାଉଛି । ଏହା ସହ ସେ କହିଥିଲେ ଆମେ ୪୦ ଦିନ ରାସ୍ତାରେ ଶୋଇଥିଲୁ ଏବଂ ଦେଶର ଅନେକ ପ୍ରାନ୍ତରୁ ଅନେକ ଲୋକ ଆମକୁ ସମର୍ଥନ କରିବାକୁ ଆସିଥିଲେ । ଆମେ ଜିତି ପାରିଲୁ ନାହିଁ । କିନ୍ତୁ ଆପଣମାନଙ୍କୂ ବହୁତ ବହୁତ ଧନ୍ୟବାଦ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+