Get Updates
Get notified of breaking news, exclusive insights, and must-see stories!

ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଓ ତାଙ୍କ ବାନ୍ଧବୀ ସାନିୟା ଚାନ୍ଦକଙ୍କ ନିର୍ବନ୍ଧ ସମ୍ପନ୍ନ

କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ସୁପୁତ୍ର ଅର୍ଜୁନ ତେନ୍ଦୁଲକର ଓ ତାଙ୍କ ବାନ୍ଧବୀ ସାନିୟା ଚାନ୍ଦକଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଯାଇଛି । ବୁଧବାର ଏକାଧିକ ଜାତୀୟ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇଛି । ୨୫ ବର୍ଷ ବୟସ୍କ ଅର୍ଜୁନ ତେନ୍ଦୁଲକର ପ୍ରଥମ ଶ୍ରେଣୀ ସହ କନିଷ୍ଠ ଭାରତୀୟ ଦଳ ଏବଂ ମୁମ୍ବଇ ଇଣ୍ଡିଆନ୍‌ସ ପାଇଁ ଖେଳୁଛନ୍ତି। ସାନିୟା ଚାନ୍ଦକ ହେଉଛନ୍ତି ମୁମ୍ବଇର ଅନ୍ୟତମ ଧନୀ ତଥା ନାମୀ ବ୍ୟବସାୟୀ ରବି ଘାଇଙ୍କ ନାତୁଣୀ ।

Sachin Tendulkar s son Arjun Tendulkar

ଇଣ୍ଟରକଣ୍ଟିନେଣ୍ଟାଲ ହୋଟେଲ, ବ୍ରୁକ୍‌ଲିନ୍ କ୍ରିମରି ଓ କ୍ବାଲିଟି ଆଇସ୍‌କ୍ରିମ୍‌ର ମାଲିକ ହେଉଛନ୍ତି ରବି ଘାଇ । ମୁମ୍ବଇରେ ଅର୍ଜୁନ-ସାନିୟାଙ୍କ ନିର୍ବନ୍ଧ ହୋଇଥିବା ବେଳେ ଏହା ଅତ୍ୟନ୍ତ ଗୋପନ ରଖାଯାଇଥିଲା। ତେବେ ନିର୍ବନ୍ଧ ଉତ୍ସବ ବେଶ୍‌ ବର୍ଣ୍ଣଢ୍ୟ ଓ ଭବ୍ୟ ହୋଇଥିଲା । କେବଳ ଉଭୟ ପରିବାରର ସଦସ୍ୟଙ୍କ ସହ କିଛି ନାମୀ ବ୍ୟକ୍ତି ଏଥିରେ ଯୋଗ ଦେଇଥିଲେ। ଅର୍ଜୁନ-ସାନିୟାଙ୍କ ବିବାହ ‌େ‌କେବେ ହେବ; ତାହା ଜଣା ପଡ଼ିନାହିଁ । ଲଣ୍ଡନ ସ୍କୁଲ୍‌ ଅଫ୍ ଇକୋନୋମିକ୍‌ସରେ ପଢ଼ିଥିବା ସାନିୟା ଚାନ୍ଦକ ମୁମ୍ବଇରେ ବ୍ୟବସାୟ କରୁଛନ୍ତି। ଅର୍ଜୁନ ମୁମ୍ବଇ ଛାଡ଼ି ଗୋଆ ପାଇଁ ରଣଜୀ ଟ୍ରଫି ଖେଳିବାର ନିଷ୍ପତ୍ତି ନେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+