ଡିପ୍ ଫେକ୍ର ଶିକାର ହେଲେ ସଚିନ୍ ତେନ୍ଦୁଲକର: ଝିଅ ସାରାଙ୍କୁ ନେଇ କରାଗଲା ଏପରି ଦାବି, ଜାଣନ୍ତୁ ପୁରା ଘଟଣା
Sachin Tendulkar News: କିଛି ଦିନ ହେଲା ଡିପ୍-ଫେକର ଶିକାର ହେଉଛନ୍ତି ଦେଶର ବଡ଼ ବଡ଼ ସେଲିବ୍ରିଟି । ଅଭିନେତ୍ରୀ ରଶ୍ମିକା ମନ୍ଦନା, ସାରା ତେନ୍ଦୁଲକରଙ୍କ ପରେ ଏବେ ଏହାର ଶିକାର ହୋଇଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିତ୍ ତେନ୍ଦୁଲକର । ବର୍ତ୍ତମାନ ସୋସିଆ ମିଡିଆରେ ଏକ ଭିଡିଓ ଘୁରି ବୁଲୁଛି ଯେଉଁଥିରେ ସଚିନ୍ ଗେମିଂ ଆପ୍ ସ୍କାଏବର୍ଡ ଏଭିଏଟର୍ କ୍ୱେଷ୍ଟକୁ ସପୋର୍ଟ କରୁଥିବାର ନଜର ଆସୁଛନ୍ତି ।
ସଚିନ ତେନ୍ଦୁଲକରଙ୍କ ଏକ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏକ ପ୍ରମୋସନାଲ ଭିଡିଓରେ ସେ କହୁଛନ୍ତି ଯେ, ତାଙ୍କ ଝିଅ ମଧ୍ୟ ଏହି ଖେଳ ଖେଳନ୍ତି। ଯେତେବେଳେ ଭିଡିଓ ସାମ୍ନାକୁ ଆସିଲା, ଏହାକୁ ଦେଖି ସଚିନ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । କାରଣ ଏଥିରେ ସଚିନଙ୍କ ଭିଡିଓ ଡବିଂ କରି ଏଡିଟ୍ କରାଯାଇଛି, ଏହାସହ ଝିଅ ସାରା ମଧ୍ୟ ଏହି ଗେମ୍ ଖେଳି ଆର୍ଥିକ ଲାଭ ପାଉଛନ୍ତି ବୋଲି ଦାବି କରାଯାଇଛି ।

ଉକ୍ତ ଭିଡିଓ ସେୟାର କରି ସଚିନ କହିଛନ୍ତି, ଏହା ସମ୍ପୂର୍ଣ୍ଣ ନକଲି , ଏହା ଏକ ଫେକ୍ ଭିଡିଓ । ଟେକ୍ନୋଲୋଜିର ଭୁଲ୍ ବ୍ୟବହାର କରାଯାଉଛି । ଏହା ଅତ୍ୟନ୍ତ ଚିନ୍ତାର ବିଷୟ । ଏଭଳି ଆଡ୍ ଏବଂ ଆପ୍ସକୁ ବିରୋଧ କରିବା ଉଚିତ୍ ଏବଂ ସମସ୍ତେ ସତର୍କ ରହିବା ଆବଶ୍ୟକ । ତୁରନ୍ତ ଏତିପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ।












Click it and Unblock the Notifications