ଭରତୀୟ କ୍ରିକେଟ ଦଳର ହେଡ୍ କୋଚ ପାଇଁ ନରେନ୍ଦ୍ର ମୋଦୀ, ଧୋନୀ, ଶାହାରୁଖ ଖାନଙ୍କ ନାଁରେ ଆସିଛି ଫର୍ଜି ଆବେଦନ
ଟିମ୍ ଇଣ୍ଡିଆର ହେଡ କୋଚ ପାଇଁ ଆବେଦନ କରିଛନ୍ତି ନରେନ୍ଦ୍ର ମୋଦୀ, ଅମିତ ଶାହା, ବୀରେନ୍ଦ୍ର ସେହୱାଗ, ଶାହାରୁଖ ଖାନ, ସଚିନ ତେନ୍ଦୁଲକର ଆଉ ଏମଏସ ଧୋନୀଙ୍କ ଭଳି ନାମରେ ଥିବା ବ୍ୟକ୍ତି । ଏହିପରି ୩୪୦୦ ଫର୍ଜି ଆପ୍ଲିକେସନ ମିଳିଛି । ଏଥିରେ ବଡ ବଡ ସେଲିବ୍ରିଟିଙ୍କ ନାଁରେ ଦରଖାସ୍ତ ଆସିଛି । ଯାହାକୁ ବିସିସିଆଇ ଫର୍ଜି ବୋଲି କହିଛି ।
ବିସିସିଆଇ କହିବାନୁସାରେ, ଆବେଦନ ପ୍ରକ୍ରିୟା ପବ୍ଲିକ ଡୋମେନ ରହିଛି । ଏଥିରେ ଅନେକ ଲୋକ ସହଜରେ ବିସିସିଆଇର ୱେବସାଇଟରେ ଉପଲବ୍ଧ ଥିବା ଫର୍ମକୁ ଭରିଦେଇଛନ୍ତି । ଆଗକୁ ଏହି ସବୁ ଜିନିଷକୁ କମ କରିବା ଦିଗରେ ଚିନ୍ତା କରାଯିବ । ଟିମ ଇଣ୍ଡିଆର ହେଡ କୋଚ ପାଇଁ ଆବେଦନ କରିବାର ଶେଷ ତାରିଖ ମେ ୨୭ ରହିଥିଲା ।
ଟିମ ଇଣ୍ଡିଆର ଯିଏ ହେଡ କୋଚ ହେବ ତାଙ୍କ କାର୍ଯ୍ୟକାଳ ୩ ବର୍ଷ ହେବ । ଯାହା ୧ ଜୁଲାଇ ୨୦୨୪ରୁ ୩୧ ଡିସେମ୍ବର ୨୦୨୭ ଯାଏଁ ରହିବ । ସେହିପରି ଟିମ ଇଣ୍ଡିଆର ଯିଏ ହେଡ କୋଚ ହେବେ ତାଙ୍କ ସହ ୧୪-୧୬ ଜଣିଆ ସପୋର୍ଟ ଟିମ ବି ରହିବ ।

ବିସିସିଆଇ ପୁରୁଷ କ୍ରିକେଟ ଟିମ ପାଇଁ ମୁଖ୍ୟ କୋଚ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଆଉ ବିସିସିଆଇ ପାଇଁ ଫର୍ଜି ଆବେଦନ କୌଣସି ନୂଆ କଥା ନୁହେଁ । ଗତଥର ବି ବିସିସିଆଇକୁ ଅନେକ ଫର୍ଜି ଆବେଦନ ମିଳିଥିଲା । ହେଡ କୋଚ ଆବେଦନ ପାଇଁ ବିସିସିଆଇ ଗୁଗୁଲ ଡକ୍ୟୁମେଣ୍ଟ ଫର୍ମ ଅନଲାଇନ ଜାରି କରିଥିଲା । ଯେଉଁଥିପାଇଁ ଅନେକ ଆବେଦନ ଆସିଥିଲା ।
ଟିମ ଇଣ୍ଡିଆର କୋଚ ହେବାର କଣ ରହିଛି ସର୍ତ୍ତ?
- ଆବେଦନକାରୀ ଅତିକମରେ ୩୦ ଟେଷ୍ଟ ମ୍ୟାଚ, ୫୦ ଦିନିକିଆ ମ୍ୟାଚ ଖେଳିଥିବେ, କିମ୍ବା କୌଣସି ଫୁଲ ମେମ୍ବର ଟେଷ୍ଟ ପ୍ଲେଇଙ୍ଗ ନେଲସନର ହେଡ କୋଚ ୨ ବର୍ଷ ପାଇଁ ରହିଥିବେ ।
- କିମ୍ବା କୌଣସି ଆସୋସିଏଟ ସଦସ୍ୟ/ ଆଇପିଏଲ ଟିମ କିମ୍ବା ସମକକ୍ଷ ଇଣ୍ଟରନ୍ୟାସନାଲ ଟିମ/ ଫାଷ୍ଟ କ୍ଲାସ ଟିମ୍/ ନ୍ୟାସନାଲ ଏ ଟିମର ହେଡ କୋଚ ନ୍ୟୁନତମ ୩ବର୍ଷର ଅବଧି ରହିଥିବେ ।
- ବିସିସିଆଇ ଲେବଲ ୩ ସାର୍ଟିଫିକେସନ ସମକକ୍ଷ ହେବା ଦରକାର । ବୟସ ୬୦ ବର୍ଷରୁ କମ ହୋଇଥିବା ଦରକାର ।












Click it and Unblock the Notifications