ସଚିନ@50: ଜାଣନ୍ତୁ, କେତେ ଟଙ୍କା ଆୟ କରନ୍ତି ତେନ୍ଦୁଲକର ? ନେଟୱର୍ଥ କେତେ ?

Sachin Tendulkar Birthday: 'ଗଡ ଅଫ୍ କ୍ରିକେଟ୍' ବୋଲାଉଥିବା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଆଜି ୫୦ ବର୍ଷରେ ପାଦ ଥାପିଛନ୍ତି । ରେକର୍ଡର ରାଜା ହୁଏତ କ୍ରିକେଟରୁ ଅବସର ନେଇଥାଇ ପାରନ୍ତି । କିନ୍ତୁ କ୍ରିକେଟ୍ ପ୍ରତି ତାଙ୍କର ଉତ୍ସର୍ଗୀକୃତତା ଏବଂ ତାଙ୍କ ପ୍ରତି ଦେଶର ଭଲ ପାଇବା କେବେ କମ୍ ହୁଏ ନାହିଁ ।

ରେକର୍ଡ ଭଳି ସଚିନଙ୍କ ରୋଜଗାର ବି ସେମିତି । ଅବସର ନେବା ପରେ ମଧ୍ୟ ସେ ପ୍ରତି ମାସରେ କୋଟି ରୋଟି ଟଙ୍କା ରୋଜଗାର କରୁଛନ୍ତି । ଯଦିଓ ସେ କ୍ରିକେଟରୁ ଅବସର ନେଇଛନ୍ତି, ତଥାପି ରୋଜଗାର କ୍ଷେତ୍ରରେ ସେ ଆଗରେ ଅଛନ୍ତି । ଆଜି ସଚିନଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା, କେତେ ଟଙ୍କା ଆୟ କରନ୍ତି ତେନ୍ଦୁଲକର ? ତାଙ୍କର ନେଟୱର୍ଥ କେତେ ?

Sachin Tendulkar Earning Net Worth

ସଚିନଙ୍କ ନେଟୱର୍ଥ: ରିପୋର୍ଟ ଅନୁଯାୟୀ, ସଚିନ ତେନ୍ଦୁଲକରଙ୍କ ମୋଟ ସମ୍ପତ୍ତି ମୂଲ୍ୟ ପ୍ରାୟ ୧୭୫ ନିୟୁତ ଡଲାର ଅର୍ଥାତ୍ ୧୪୩୬ କୋଟି ଟଙ୍କା। କ୍ରିକେଟ୍ ରୁ ଅବସର ନେବା ପରେ ମଧ୍ୟ ସେ ବିଜ୍ଞାପନ ତଥା ଅନ୍ୟାନ୍ୟ ଉପାୟରୁ କୋଟି ଟଙ୍କା ରୋଜଗାର କରୁଛନ୍ତି। ସଚିନ ଟିଭିରେ Boost, Unacademy, Castrol India, BMW, Luminous India, Sunfeast, MRF tires, Aviva Insurance, Pepsi, Adidas, Visa, Luminous, Sanyo, BPL, Philips, Spinny ଭଳି ବିଜ୍ଞାପନରେ ଦେଖିବାକୁ ମିଳେ । ଏହା ବ୍ୟତୀତ ଜିଓ ସିନେମା ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, ଏମଏସ ଧୋନି ଏବଂ ସ୍ମୃତି ମନା ଏବଂ ସଚିନ ତେନ୍ଦୁଲକରଙ୍କୁ ଏହାର ବ୍ରାଣ୍ଡ ଆମ୍ବାସାଡର କରାଯାଇଛି ।

ସେହିପରି ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ତାଙ୍କର ଏକ ବିଳାସପୂର୍ଣ୍ଣ ଘର ଅଛି। ଯାହାର ମୂଲ୍ୟ ପ୍ରାୟ ୧୦୦ କୋଟି ଟଙ୍କା ବୋଲି କୁହାଯାଉଛି। ତେବେ ୨୦୦୭ ମସିହାରେ ସେ ପ୍ରାୟ ୪୦ କୋଟି ଟଙ୍କାରେ ଏହି ଘର କିଣିଥିଲେ। କେବଳ ମୁମ୍ବାଇ ନୁହେଁ କେରଳରେ ତାଙ୍କର କୋଟି କୋଟି ମୂଲ୍ୟର ବଙ୍ଗଳା ଅଛି । ଏଥି ସହିତ ମୁମ୍ବାଇର ବାନ୍ଦ୍ରା, କୁର୍ଲା କମ୍ପ୍ଲେକ୍ସରେ ତାଙ୍କର ବିଳାସପୂର୍ଣ୍ଣ ଫ୍ଲାଟ ମଧ୍ୟ ଅଛି ।

ସୂଚନାଥାଉ କି, ୨୪ ଏପ୍ରିଲ ୧୯୭୩, ମୁମ୍ବାଇର ଏକ ବ୍ରାହ୍ଣଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ସଚିନ୍ । ତାଙ୍କ ବାପାଙ୍କ ନାମଥିଲା ରମେଶ ତେନ୍ଦୁଲକର । ପିଲାବେଳୁ କ୍ରିକେଟ ପ୍ରତି ତାଙ୍କର ଖୁବ ସଉକ ଥିଲା । ୧୯୮୩ ମସିହାରେ ଭାରତର ବିଶ୍ୱକପ ବିଜୟକୁ ଦେଖିବା ପରେ କ୍ରିକେଟ ପ୍ରତି ସେ ଆକୃଷ୍ଟ ହୋଇଥିଲେ ଏବଂ ଦିନେ ଭାରତ ପାଇଁ ଖେଳିବେ ବୋଲି ସ୍ୱପ୍ନ ଦେଖିଥିଲେ । ଆଉ ତାଙ୍କର ଏହି ସ୍ୱପ୍ନ ଖୁବଶୀଘ୍ର ପୂରଣ ହୋଇଥିଲା । ମାତ୍ର ୬ ବର୍ଷ ପରେ ୧୯୮୯ ମସିହାରେ ସେ ଅନ୍ତର୍ଜାତୀୟ କ୍ରିକେଟରେ ନିଜ କ୍ୟାରିୟରର ଆରମ୍ଭ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+