ଆଜି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ବନାମ ରାଜସ୍ଥାନ ରୟାଲ୍ସ (RR) ? କମବ୍ୟାକ୍ ଲକ୍ଷ୍ୟରେ ରାଜସ୍ଥାନ

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଏବଂ ରାଜସ୍ଥାନ ରୟାଲ୍ସ (ଆରଆର) ଆଜି ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) 2025ର ୪୨ ତମ ମ୍ୟାଚରେ ପରସ୍ପରକୁ ଭେଟିବେ । ସନ୍ଧ୍ୟା 7:30 ରୁ ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ ।

ଏହି ସିଜନରେ ଆରସିବି ନିଜ ଘରୋଇ ଗ୍ରାଉଣ୍ଡରେ ଗୋଟିଏ ବି ମ୍ୟାଚ୍ ଜିତିବାରେ ସକ୍ଷମ ହୋଇ ନାହିଁ ଏବଂ ତିନୋଟି ମ୍ୟାଚ୍ରେ ପରାଜୟର ସମ୍ମୁଖୀନ ହୋଇଛି । ଆରସିବି ଚଳିତ ବର୍ଷ ଭଲ ଫର୍ମରେ ଅଛି ଏବଂ 8ଟି ମ୍ୟାଚରୁ ପାଞ୍ଚଟି ଜିତିବା ପରେ
10 ପଏଣ୍ଟ ସହ ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନରେ ରହିଛି । କିନ୍ତୁ ସମସ୍ତ ବିଜୟ ଘରୋଇ ପଡ଼ିଆ ବାହାରେ ଆସିଛି | ଏହାର ଗ୍ରାଉଣ୍ଡରେ ଆଜି 4ର୍ଥ ମ୍ଯାଚ ଖେଳିବ ଆରସିବି ।

ରାଜସ୍ଥାନ ଦଳ ଏହି ମ୍ୟାଚ୍ ଜିତି ପ୍ଲେ ଅଫ୍ ଦୈଡ଼ରେ ରହିବାକୁ ଚାହିଁବ । ରାଜସ୍ଥାନ ଏହି ସିଜିନରେ ଭଲ ଖେଳି ନାହିଁ । 8ଟି ମ୍ୟାଚ ମଧ୍ୟରୁ କେବଳ ଦୁଇଟି ଜିତିଛି ଏବଂ ପଏଣ୍ଟ ଟେବୁଲରେ ଅଷ୍ଟମ ସ୍ଥାନରେ ରହିଛି ।

RCB ବନାମ RR ରେକର୍ଡ-

ଏହି ଦୁଇ ଦଳ ମଧ୍ୟରେ ସବୁବେଳେ କଠିନ ପ୍ରତିଯୋଗିତା ହୋଇଥାଏ । ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା 32 ଟି ମ୍ୟାଚରେ ଆରସିବି 16 ଟି ଜିତିଥିବାବେଳେ ଆରଆର 14 ଟି ଜିତିଥିବାବେଳେ ଦୁଇଟି ମ୍ୟାଚ କୌଣସି ଫଳାଫଳରେ ଶେଷ ହୋଇନାହିଁ । ତେବେ ବେଙ୍ଗାଲୁରୁରେ ଖେଳାଯାଇଥିବା ମ୍ୟାଚରେ ଆରଆର ଅଧିକଥର ଜିତିଛି । ଆରଆର 4 ଟି ମ୍ୟାଚ ଜିତିଥିବାବେଳେ ଆରସିବି 3 ଟି ମ୍ୟାଚ ଜିତିଛି ।

Royal Challengers Bangalore RCB vs Rajasthan Royals RR today Rajasthan aiming for comeback

RCB vs RR: ପିଚ୍ ରିପୋର୍ଟ-

ବେଙ୍ଗାଲୁରୁରେ ଆକାଶ ସ୍ପଷ୍ଟ ହେବ । ପିଚ୍ କ୍ୟୁରେଟର ଚିନ୍ନାସ୍ୱାମୀ ପିଚ୍ ବିଷୟରେ ଏପର୍ଯ୍ୟନ୍ତ କିଛି କହି ନାହାଁନ୍ତି, ଗତ ଦୁଇ ଦିନ ଧରି ପିଚ୍ ଆବୃତ ହୋଇଛି । କିନ୍ତୁ ପ୍ରଶଂସକମାନେ ଆଶା କରିପାରନ୍ତି ଯେ ପିଚ୍ ଟିକିଏ କଠିନ ହେବ, ବଲ୍ କିଛି ସମୟ ପାଇଁ ଅଟକି ଆସିବ ଏବଂ ଆଉଟଫିଲ୍ଡ ସାଧାରଣତଃ ଦ୍ରୁତ ଗତିରେ ରହିବ । ଏହା ଏକ 220 ପ୍ଲସ୍ ଟ୍ରାକ୍ ହୋଇପାରିବ ନାହିଁ । 180 ରନ ଓ୍ବିନିଂ ସ୍କୋର ହୋଇପାରେ ।
RCB ବନାମ RR ସମ୍ଭାବ୍ୟ ଖେଳାଳି-11

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସମ୍ଭାବ୍ୟ ଖେଳାଳି -11

ଫିଲ୍ ସଲ୍ଟ, ବିରାଟ କୋହଲି, ଦେବଦତ୍ତ ପାଡିକଲ, ରାଜତ ପଟିଦାର (ଅଧିନାୟକ), ଜିତେଶ ଶର୍ମା (ୱିକେଟ୍ କିପର), ରେମନ୍ ସେରଫର୍ଡ, ଟିମ୍ ଡେଭିଡ, କ୍ରୁନାଲ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ୟଶ ଦୟାଲ୍, ଜୋଶ ହାଜଲେଉଡ, ସୁଆଶ ଶର୍ମା (ପ୍ରଭାବ ଖେଳାଳି)

ରାଜସ୍ଥାନ ରୟାଲ୍ସ ସମ୍ଭାବ୍ୟ ଖେଳାଳି -11

ଯଶସ୍ୱୀ ଜୟସ୍ୱାଲ, ବୈବାଭ ସୂର୍ଯ୍ୟବଂଶୀ, ରିୟାନ ପରାଗ (ଅଧିନାୟକ), ନିତୀଶ ରାଣା, ଧ୍ରୁବ ଜୁରେଲ (ୱିକେଟ୍ କିପର), ଶିମରନ୍ ହେଟମିୟର, ହାସାରଙ୍ଗା, ଜୋଫ୍ରା ଆର୍ଚ୍ଚର, ମହେଶ ଥେକସେନା / କ୍ୱେନା ମଫାକା, ସନ୍ଦୀପ ଶର୍ମା, ତୁଷର ପାଣ୍ଡେ)

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+