ପଦ୍ମଶ୍ରୀକୁ ନେଇ ସରକାରଙ୍କୁ ଧନ୍ୟବାଦ ଜଣାଇଲେ ରୋହିତ
ଭାରତୀୟ କ୍ରିକେଟର ହିଟମ୍ୟାନ୍ ରୋହିତ ଶର୍ମା । ଟିମ୍ ଇଣ୍ଡିଆକୁ ବଡ ବଡ ଟୁର୍ଣ୍ଣାମେଣ୍ଟରେ କରିଛନ୍ତି ଚାମ୍ପିଅନ୍ । ତାଙ୍କ ଖାତାରେ ରହିଛି ତ୍ରିପଲ ଡବଲ ସେଞ୍ଚୁରି । ତେବେ କ୍ରିକେଟରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ରୋହିତ ଶର୍ମାଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଛି । ଯାହାକୁ ନେଇ ଖୁସିବ୍ୟକ୍ତ କରିଛନ୍ତି ରୋହିତ ।

୨୦୦୭ ମସିହାରେ ପଦାର୍ପଣ କରିଥିଲେ ରୋହିତ । ଗତ ୧୯ ବର୍ଷ ଧରି ସେ ଭାରତକୁ ପ୍ରତିନିଧିତ୍ୱ କରୁଛନ୍ତି । ତାଙ୍କ ନେତୃତ୍ୱରେ ଭାରତ ଦୁଇଟି ଆଇସିସି ଟ୍ରଫି ଜିତିଛି । ତେବେ ପଦ୍ମଶ୍ରୀ ମିଳିବା ପରେ ରୋହିତ ପ୍ରଥର ଥର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏଥିରେ ସେ ଖୁବ୍ ଆନନ୍ଦିତ ହୋଇଥିବା କହିଛନ୍ତି ।
ହିଟମ୍ୟାନ୍ କହିଛନ୍ତି ଯେ, ଏହା ଏକ ମହାନ ସମ୍ମାନ । ଏହି ପୁରସ୍କାର ମିଳିଥିବାରୁ ସେ ଭାରତ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଏହା ତାଙ୍କ ପାଇଁ ଏବଂ ପରିବାର ପାଇଁ ଖୁବ୍ ସ୍ମରଣୀୟ ମୁହୂର୍ତ୍ତ । ତାଙ୍କ କ୍ୟାରିଅରରେ ଯୋଗଦାନ ଦେଇଥିବା ସମସ୍ତଙ୍କୁ ଧନ୍ୟବାଦ । ସେ ନିଜ ଦେଶ ପାଇଁ ମ୍ୟାଚ୍ ଏବଂ ଟ୍ରଫି ଜିତିବାକୁ ସଦାବେଳେ ପ୍ରୟାସ କରିବା ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟ, ରୋହିତ ଭାରତର ଅନ୍ୟତମ ସଫଳ ଅଧିନାୟକ । ସେ ୨୦୨୪ରେ ଆଇସିସି ଟି୨୦ ବିଶ୍ୱକପ୍ ଜିତାଇଥିଲେ । ଏହାପରେ ତାଙ୍କ ନେତୃତ୍ୱରେ ଟିମ୍ ଚାମ୍ପିଅନ୍ସ୍ ଟ୍ରଫି ଜିତିଥିଲା । କେବଳ ଏତିକି ନୁହେଁ ୨୦୨୩ ବିଶ୍ୱକପ୍ ଫାଇନାଲରେ ସେ ଟିମ୍ ଇଣ୍ଡିଆକୁ ପହଁଚାଇଥିଲେ ।
-
IPL 2026 : କିଙ୍ଗସ୍ ବନାମ କିଙ୍ଗସ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଚେନ୍ନାଇ, ପଞ୍ଜାବ ପାଇଁ ଚିନ୍ତା ବ୍ୟାଟରଙ୍କ ଫର୍ମ୍ -
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ






Click it and Unblock the Notifications