ଫାଇନାଲରେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ହେଲେ ରୋହିତ ଶର୍ମା
ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ନ୍ୟୁଜିଲାଣ୍ଡକୁ ଭାରତ 4 ଓ୍ବିକେଟରେ ପରାସ୍ତ କରି ବିଜୟୀ ହୋଇଛି । ରୋହିତ ଶର୍ମାଙ୍କ ଦମଦାର ଇନିଂସ ଯୋଗୁଁ ଭାରତ ବିଜୟୀ ହୋଇପାରିଛି ।
ରୋହିତ 76 ରନର ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ, ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା । ରୋହିତ ଶର୍ମାଙ୍କ ବ୍ୟତିତ ଶ୍ରେୟସ ଆୟର, ସ୍ପିନର ବରୁଣ ଚକ୍ରବର୍ତ୍ତୀ ଏବଂ କୁଲଦୀପ ଯାଦବଙ୍କ ଚମତ୍କାର ପ୍ରଦର୍ଶନ ପାଇଁ ଫାଇନାଲରେ ଭାରତ ଟ୍ରପି ଉଠାଇବା ସହଜ ହୋଇଥିଲା । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ 7 ଓ୍ବିକେଟ ହରାଇ 251 ରନ କରିଥିଲା । ଜାବାବରେ ଭାରତ ଗୋଟିଏ ଓଭର ବାକି ଥାଇ 4 ଓ୍ବିକେଟ ହରାଇ 254 ରନ କରି ଚମ୍ପିଆନ ହୋଇଥିଲା ।

ଐତିହାସିକ ବିଜୟ ସହିତ ନିଜ ନାମରେ ନୂଆ ରେକର୍ଡ କରିଛନ୍ତି ରୋହିତ । ସେ ବିଶ୍ୱର ଏକମାତ୍ର ଅଧିନାୟକ ଯିଏ ତାଙ୍କ ଦଳକୁ ସମସ୍ତ ICC ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପହଞ୍ଚାଇଛନ୍ତି । ପ୍ରଥମ ଭାରତୀୟ ଅଧିନାୟକ ଭାବେ ଦଳକୁ କ୍ରମାଗତ ଭାବରେ 4ଟି ଆଇସିସି ଟୁର୍ଣ୍ଣାମେଣ୍ଟରେ ଫାଇନାଲରେ ପହଞ୍ଚାଇଛନ୍ତି । 2ଟିରେ ଭାରତ ଟ୍ରଫି ହାତେଇଥିବା ବେଳେ 2ଟିରେ ରନରଅଫ ରହିଛି ଏମଏସ ଧୋନିଙ୍କ ପରେ ଭାରତକୁ ଦୁଇଟି ICC ଟାଇଟଲ ଜିତିବାରେ ଦ୍ୱିତୀୟ ଭାରତୀୟ ଅଧିନାୟକ ହୋଇଛନ୍ତି ରୋହିତ।
12ବର୍ଷ ପରେ ପୁଣି ଥରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଭାରତକୁ ଆସିଛି । ଏକ ମାତ୍ର ଦଳ ଭାବେ 3 ଥର ଚାମ୍ପିଅନ୍ସ ଟ୍ରଫି ଜିତି ଇତିହାସ ରଚିଛି ଟିମ୍ ଇଣ୍ଡିଆ । ରୋହିତ ସେନାର ବିଜୟ ଉତ୍ସବକୁ ମନାଉଛନ୍ତି 140 କୋଟି ଭାରତୀୟ । ଟିମ୍ ଇଣ୍ଡିଆର ବିଜୟ ପାଇଁ ରୋହିତଙ୍କ ଅଧିନାୟକତ୍ବକୁ ଯେତିକି ପ୍ରଶଂସା କଲେ ମଧ୍ୟ କମ୍ ପଡିବ । ଭାରତୀୟ ଦଳର ବିଜୟ ପରେ ରୋହିତଙ୍କ ଦିନିକିଆରୁ ଅବସରକୁ ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡିଛି । ବର୍ତ୍ତମାନ ଦିନିକିଆକୁ ଅବସର ନେବେ ନାହିଁ ବୋଲି ରୋହିତ କହିଛନ୍ତି ।
-
ବ୍ରିଟେନକୁ ସିଧାସଳଖ ଚେତାବନୀ ଦେଲା ଇରାନ, କହିଲା ଆମେରିକାକୁ ସାହାଯ୍ୟ କରିବା ପଡ଼ିବ ମହଙ୍ଗା -
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications