ପରସ୍ପର ବିପକ୍ଷରେ ଖେଳିବେ ରୋହିତ ଶର୍ମା-ବିରାଟ କୋହଲି ! ଏହି ଟୁର୍ନାମେଣ୍ଟରେ ମୁହାଁମୁହିଁ ହୋଇପାରନ୍ତି

ଟିମ୍ ଇଣ୍ଡିଆର ଅନେକ ବଡ ଖେଳାଳି ଦୁଲିପ୍ ଟ୍ରଫିରେ ଖେଳୁଥିବାର ଦେଖିବାକୁ ମିଳିବ। ଏବେ ଖବର ଆସୁଛି ଯେ ରୋହିତ ଶର୍ମା ଏବଂ ବିରାଟ କୋହଲି ମଧ୍ୟ ଦୀର୍ଘ ସମୟ ପରେ ଘରୋଇ କ୍ରିକେଟ୍ ଖେଳୁଥିବା ଦେଖିବାକୁ ମିଳିବେ ।

ବାସ୍ତବରେ ବାଂଲାଦେଶ ସହିତ ଟେଷ୍ଟ ସିରିଜ୍ ପୂର୍ବରୁ ବିସିସିଆଇ ଚୟନକର୍ତ୍ତା ଚାହୁଁଛନ୍ତି ଯେ ରୋହିତ ଏବଂ ବିରାଟ ମଧ୍ୟ ଘରୋଇ କ୍ରିକେଟ୍ ଖେଳନ୍ତୁ । ଯେଉଁଥିପାଇଁ ଟେଷ୍ଟ ସିରିଜ୍ ପାଇଁ ସେମାନଙ୍କର ପ୍ରସ୍ତୁତି ଅଧିକ ଶକ୍ତିଶାଳୀ ହୋଇପାରିବ । ଦୁଲିପ୍ ଟ୍ରଫି ୫ ସେପ୍ଟେମ୍ବର ୨୦୨୪ରୁ ଆରମ୍ଭ ହେବାକୁ ଯାଉଛି ।

ଇଣ୍ଡିଆନ୍ ଏକ୍ସପ୍ରେସ ରିପୋର୍ଟ ଅନୁଯାୟୀ ରୋହିତ ଶର୍ମା, ବିରାଟ କୋହଲି, ଶୁବମାନ ଗିଲ, କେ.ଏଲ୍ ରାହୁଲ, ଅକ୍ଷର ପଟେଲ, ରବିନ୍ଦ୍ର ଜାଡେଜା, ଯଶସ୍ୱୀ ଜୟସ୍ବାଲ, ସୂର୍ଯ୍ୟକୁମାର ଯାଦବ, କୁଲଦୀପ ଯାଦବଙ୍କୁ ଦୁଲିପ ଟ୍ରଫିରେ ଖେଳିବାକୁ କୁହାଯାଇଛି। ତେବେ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ଟୁର୍ନାମେଣ୍ଟ ଖେଳିବେ ନାହିଁ କାରଣ ତାଙ୍କୁ ଦୀର୍ଘ ସମୟ ବିଶ୍ରାମ ଦିଆଯାଇଛି।

Rohit Sharma-Virat Kohli

ଚୟନକର୍ତ୍ତାମାନେ ମଧ୍ୟ ବାଂଲାଦେଶ ବିପକ୍ଷ ଦୁଇଟି ଟେଷ୍ଟ ମ୍ୟାଚ୍ ପାଇଁ ଅନ୍ତର୍ଭୁକ୍ତ ହେବା ବିଷୟରେ ଆଲୋଚନା କରିବାକୁ ଯାଉଛନ୍ତି କାରଣ ଆସନ୍ତା ଚାରି ମାସ ମଧ୍ୟରେ ଅଷ୍ଟ୍ରେଲିଆରେ ୫ଟି ଟେଷ୍ଟ ମ୍ୟାଚ୍ ସମେତ ୧୦ ଟି ଟେଷ୍ଟ ମ୍ୟାଚ୍ ପାଇଁ ଭାରତ କଡ଼ା ପ୍ରସ୍ତୁତିର ସମ୍ମୁଖୀନ ହେବାକୁ ଯାଉଛି। ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ପ୍ୟାନେଲ ଖୁବ ଶୀଘ୍ର ଇଣ୍ଡିଆ ଏ, ଇଣ୍ଡିଆ ବି, ଇଣ୍ଡିଆ ସି ଏବଂ ଇଣ୍ଡିଆ ଡି ଆଦି ଚାରିଟି ଦଳକୁ ଚୟନ କରିବେ।

ଦୀର୍ଘ ଦିନ ଧରି ଆଘାତ ଯୋଗୁ ଭାରତୀୟ ଦଳରୁ ଦୂରେଇ ରହିଥିବା ଦ୍ରୁତ ବୋଲର ମହମ୍ମଦ ଶାମି ମଧ୍ୟ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି। ଦୁଲିପ୍ ଟ୍ରଫି ଖେଳିବା ବିଷୟରେ ଶାମି ନିଜେ ଏକ ମନ୍ତବ୍ୟ ଦେଇଛନ୍ତି। ଶାମି କହିଥିଲେ ଯେ ସେ ନିଶ୍ଚିତ ଭାବେ ଦୁଲିପ୍ ଟ୍ରଫିରେ ପଶ୍ଚିମବଙ୍ଗ ପାଇଁ ଗୋଟିଏ କିମ୍ବା ଦୁଇଟି ମ୍ୟାଚ୍ ଖେଳିବେ। ଦୁଲିପ୍ ଟ୍ରଫିରେ ୬ଟି ମ୍ୟାଚ୍ ଖେଳାଯିବ । ଯାହା ୫ ରୁ ୨୪ ସେପ୍ଟେମ୍ବର ପର୍ଯ୍ୟନ୍ତ ହେବ। ଏହି ସମୟରେ, ସେପ୍ଟେମ୍ବର ୧୯ ରୁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବ।

ଦୁଲିପ୍ ଟ୍ରଫିରେ ରୋହିତ ଶର୍ମା ମହରାଷ୍ଟ୍ରର ହୋଇଥିବାରୁ ପ୍ରସ୍ତାବିତ ୪ଟି ଦଳ ମଧ୍ୟରୁ ଗୋଟିଲରେ ଖେଳିବେ। ସେହିପରି ବିରାଟ କୋହଲି ଦିଲ୍ଲୀର ହୋଇଥିବାରୁ ଅନ୍ୟ ଦଳରେ ସାମିଲ ହୋଇ ଖେଳିବେ। ଫଳରେ ଟିମ୍ ଇଣ୍ଡିଆର ଦୁଇ ତାରକା ଖେଳାଳିଙ୍କୁ ୨ଟି ଭିନ୍ନ ଭିନ୍ନ ଦଳରେ ପରଦସ୍ପର ବିରୋଧରେ ଖେଳୁଥିବାର ଦେଖିବାକୁ ମିଳିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+