ବିଶ୍ୱକପରେ ବିଶ୍ୱ ରେକର୍ଡ କରିବେ ହିଟମ୍ୟାନ୍‌ ! ମାତ୍ର ୩ଟି ଛକା ଦୂରରେ...

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିଆ ସିରିଜରେ ଭାରତ ୨-୧ରେ ସିରିଜ ହାତେଇଛି । ଭାରତୀୟ ଅଧିନାୟକ ରୋହିତ ଶର୍ମା ରାଜକୋଟରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆରେ ୮୧ (୫୭) ରନର ଇନିଂସ ଖେଳିଛନ୍ତି । ତାଙ୍କ ଇନିଂସରେ ୫ ଚୌକା ସହ ୬ ଛକା ରହିଥିଲା ।

ଏହାପରେ ସେ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ମୋଟ ୫୫୦ ଛକା ମାରି ଥିବାର ନୂତନ ଉପଲବ୍ଧି ହାସଲ କରିଛନ୍ତି । କ୍ରିସ୍‌ ଗେଲଙ୍କ ପରେ ଏହି ସଫଳତା ପାଇଥିବା ସେ ଦ୍ୱିତୀୟ କ୍ରିକେଟର ହୋଇଛନ୍ତି ।

Rohit Sharma

ଅନ୍ତର୍ଜାତୀୟ କ୍ରିକେଟରେ ରୋହିତ ୫୫୦ଟି ଛକା ମାରିଥିବା ବେଳେ ୱେଷ୍ଟଇଣ୍ଡିଜର ଦୁର୍ଦ୍ଦଷ ବ୍ୟାଟ୍ସମ୍ୟାନ କ୍ରିସ୍‌ ଗେଲ ୫୫୩ ଟି ଛକା ମାରିଛନ୍ତି । ତେଣୁ ଆଉ ୩ଟି ଛକା ମାରିଲେ ରୋହିତ ଐତିହାସିକ ରେକର୍ଡ ସ୍ଥାପନ କରିବେ ।

ରୋହିତ ଟେଷ୍ଟରେ ୭୭ ଛକା ମାରିଥିବା ବେଳେ ଦିନିକିଆରେ ୨୯୨, ଟି୨୦ରେ ୧୮୨ ଛକା ମାରିଛନ୍ତି । ଏଣୁ ତାଙ୍କ ପାଖରେ ଦିନିକିଆରେ ୩୦୦ ଛକା ମାରିଥିବା ପ୍ରଥମ ଭାରତୀୟ ହେବାର ରେକର୍ଡ କରିବାର ସୁଯୋଗ ରହିଛି । ଆଗାମୀ ବିଶ୍ୱକପରେ ସେ ୮ ଛକା ମାରିଲେ ଶାହିଦ ଆଫ୍ରିଦି ଏବଂ କ୍ରିସ ଗେଲଙ୍କ ପରେ ତୃତୀୟ କ୍ରିକେଟର ଭାବେ ଗୌରବ ଅର୍ଜନ କରିବେ ।

ସେହିପରି କୋହଲି ମଧ୍ୟ କିଛି ନୂଆ ରେକର୍ଡ ସ୍ଥାପନ କରିଛନ୍ତି । ଦିନିକିଆରେ ସର୍ବାଧିକ ଥର ୫୦ ବା ତା'ଠାରୁ ଅଧିକ ସ୍କୋର କରି କୋହଲି ରେକର୍ଡ କରିଛନ୍ତି । କୋହଲି ୧୧୩ ଥର ଏହି ସଫଳତା ପାଇଥିବା ବେଳେ କୁମାର ସାଙ୍ଗାକାରା ୧୧୮ ଥର ଓ ସଚିନ ତେନ୍ଦୁକର ୧୪୫ ଥର ପାଇଛନ୍ତି ।

ଅଷ୍ଟ୍ରେଲିଆ ବିପକ୍ଷରେ ଜସପ୍ରୀତ ବୁମରା ୮୧ ରନ ଦେଇ ୩ଟି ୱିକେଟ ହାସଲ କରିଥିଲେ, ଯାହାକି ତାଙ୍କର ଦିନିକିଆରେ ସବୁଠାରୁ ମହଙ୍ଗା ସ୍ପେଲ ଥିଲା । ଅଷ୍ଟ୍ରେଲିଆ ବିପକ୍ଷରେ ସଚିନ ସର୍ବାଧିକ ୩୦୭୭ ରନ୍ ସଂଗ୍ରହ କରିଥିବା ବେଳେ ରୋହିତ ୨୩୩୨ ଓ ବିରାଟ କୋହଲି ୨୨୨୮ ରନ୍ ସଂଗ୍ରହ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+