Get Updates
Get notified of breaking news, exclusive insights, and must-see stories!

Rohit Sharma Stand: ଓ୍ବାଙ୍ଖଡେ ଷ୍ଟାଡିୟରେ ଉଦ୍‌ଘାଟନ ହେଲା ରୋହିତ ଶର୍ମା ଷ୍ଟାଣ୍ଡ

ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଗତ ୧୮ ବର୍ଷ ଧରି ବିଶ୍ୱ କ୍ରିକେଟରେ ଭାରତର ପ୍ରତିଷ୍ଠା ବୃଦ୍ଧି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ତାଙ୍କୁ ସମ୍ମାନ ଜଣାଇ ମୁମ୍ବାଇ କ୍ରିକେଟ ଆସୋସିଏଶନ(ଏମ୍‌ସିଏ) ଐତିହାସିକ ୱାଙ୍ଖଡେ ଷ୍ଟାଡିୟମର ଏକ ଷ୍ଟାଣ୍ଡକୁ ହିଟମ୍ୟାନ୍‌ଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛି। ଶୁକ୍ରବାର ଦିନ ୱାଙ୍ଖେଡେ ଷ୍ଟାଡିୟମରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରୋହିତ ଶର୍ମା ଷ୍ଟାଣ୍ଡର ଉଦଘାଟନ କରାଯାଇଛି।

ଏମ୍‌ସିଏ କିଛି ଦିନ ପୂର୍ବରୁ ଘୋଷଣା କରିଥିଲା ଯେ ସେମାନେ ଟି-୨୦ ବିଶ୍ୱକପ ଏବଂ ଚାମ୍ପିଅନ୍ସ ଟ୍ରଫି ଜିତିଥିବା ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କୁ ଏଭଳି ଭାବରେ ସମ୍ମାନିତ କରିବାକୁ ଚାହାନ୍ତି। ଏମ୍‌ସିଏ ଆଇପିଏଲ୍‌ ୨୦୨୫ ମ୍ୟାଚ୍‌ ସମୟରେ ଏହା କରିବାକୁ ଯୋଜନା କରିଥିଲା କିନ୍ତୁ ଟୁର୍ନାମେଣ୍ଟକୁ ମଝିରେ ବନ୍ଦ କରିବାକୁ ପଡିବା କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା। ଶେଷରେ MCA ଏବେ ଏହାକୁ ଉଦ୍‌ଘାଟନ କରିଛି।

ଏହି ସମୟରେ, ରୋହିତଙ୍କ ପତ୍ନୀ ଏବଂ ପିତାମାତା ମଧ୍ୟ ତାଙ୍କ ସହିତ ଉପସ୍ଥିତ ଥିଲେ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ, ପୂର୍ବତନ ଏମ୍‌ସିଏ ଅଧ୍ୟକ୍ଷ ଶରଦ ପାୱାର, ବର୍ତ୍ତମାନର ଏମ୍‌ସିଏ ଅଧ୍ୟକ୍ଷ ଅଜିଙ୍କ୍ୟ ନାଏକ ଏବଂ ଅନେକ ଅଧିକାରୀ ତଥା ପ୍ରଶଂସକ ମଧ୍ୟ ଉପସ୍ଥିତ ଥିଲେ। ରୋହିତଙ୍କ ପିତାମାତା ଷ୍ଟାଣ୍ଡର ପରଦା ହଟାଇଥିଲେ।

Rohit Sharma Stand inaugurated

ଏହି ଅବସରରେ ରୋହିତ ଭାବବିହ୍ବଳ ହୋଇ କହିଛନ୍ତି, ଯେତେବେଳେ ମୁଁ ପୁଣି ଥରେ ଏହି ମଇଦାନରେ ଖେଳିବେ ସେତେବେଳେ ଏହା ମୋ' ପାଇଁ ଏକ ଭିନ୍ନ ଅନୁଭବ ହେବ। ମୁଁ ଦୁଇଟି ଫର୍ମାଟରୁ ଅବସର ନେଇସାରିଛି କିନ୍ତୁ ମୁଁ ଏବେ ବି ଗୋଟିଏ ଫର୍ମାଟ ଖେଳୁଛି। ତେଣୁ ଖେଳୁଥିବା ସମୟରେ ଏହି ପ୍ରକାରର ସମ୍ମାନ ପାଇବା ନିଜ ପାଇଁ ବହୁତ ସ୍ବତନ୍ତ୍ର। ଏବେ ୨୧ ତାରିଖରେ, ଯେତେବେଳେ ମୁଁ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିବି ଷ୍ଟାଣ୍ଡରେ ମୋ' ନାମ ଦେଖିବା ବହୁତ ସ୍ବତନ୍ତ୍ର ହେବ ବୋଲି ସେ କହିଛନ୍ତି।

୨୦୨୩ ମସିହାରେ, ଏହି ଷ୍ଟାଡିୟମରେ ସଚିନ ତେନ୍ଦୁଲକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଥିଲା। ତା'ପରେ ୨୦୨୪ ମସିହାରେ, ୨୦୧୧ ବିଶ୍ୱକପ ଫାଇନାଲରେ ଏମ ଏସ ଧୋନୀ ବିଜୟୀ ଛକା ମାରିବା ପରେ ବଲ ଯେଉଁଠାରେ ପଡ଼ିଥିଲା, ସେହି ଆସନକୁ ସ୍ବତନ୍ତ୍ର ମାନ୍ୟତା ଦିଆଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+